Odisha news

ମହାଭାରତର ରୋଚକ କଥା : ଅଶ୍ୱ ସେନ ନାଗ କିଏ ଓ କାହିଁକି ଅର୍ଜୁନ ଙ୍କୁ ମାରିବାକୁ ଚାହୁଁଥିଲା  

0

ମହାଭାରତ କେବଳ କୌରଵ ଓ ପାଣ୍ଡଵ ଙ୍କ ମଧ୍ୟରେ ଗୋଟିଏ କାହାଣୀ ନୁହେଁ, ଏଥିରେ ଥିବା ପ୍ରତ୍ୟେକ ଚରିତ୍ର ମଣିଷ ସମାଜ କୁ କିଛିନା କିଛି ଶିକ୍ଷା ଦେଉଛି l ଏଥିରେ ଗୋଟିଏ କାହାଣୀ ହେଉଛି ଆଶ୍ୱାସେନ , ଏହି ଚରିତ୍ର ଟିକୁ ଖୁବ କମ ଲୋକ ଜାଣି ଥିବେ, ଅଶ୍ୱାସେନ ହେଉଛି ଗୋଟିଏ ନାଗ ଥିଲେ, ଗୋଟିଏ ଘଟଣା କାରଣରୁ ଅଶ୍ୱାସେନ ଅର୍ଜୁନ ଙ୍କ ଶତ୍ରୁ ହୋଇଗଲା l ଅଶ୍ୱ ସେନ ର ଜୀବନ ର ଗୋଟିଏ ଲକ୍ଷ ଥିଲା ଅର୍ଜୁନ ଙ୍କୁ ମାରିବା ପାଇଁ l କିନ୍ତୁ ଅଶ୍ୱ ସେନ ନାଗ କାହିଁକି ଅର୍ଜୁନ ଙ୍କୁ ମାରିବାକୁ ଚାହୁଁଥିଲା ଏବଂ ଏହା ପଛରେ କଣ କାରଣ ଥିଲା ?

ଅର୍ଜୁନ ଖାଣ୍ଡବପ୍ରସ୍ଥ ରେ ଲଗାଇଥିଲେ ନିଆଁ –
ମହାଭାରତର କାହାଣୀ ଅନୁସାରେ କୌରଵ ଓ ପାଣ୍ଡଵ ମାନଙ୍କ ମଧ୍ୟରେ ସିଂହାସନ ଓ ସମ୍ପତି କୁ ନେଇ ଭାଗ ବଣ୍ଟା କୁ ନେଇ ଝଗଡା ଚାଲିଥିବା ବେଳେ ପାଣ୍ଡଵ ଙ୍କୁ ଶାନ୍ତ କରିବା ପାଇଁ ପାଣ୍ଡଵ ଙ୍କୁ ଖାଣ୍ଡବ ପ୍ରସ୍ଥ ଦେଇଥିଲେ, କିନ୍ତୁ ସେଠାରେ ଘନ ଜଙ୍ଗଲ ଥିବା କାରଣ ରୁ ରହିବା ଯୋଗ୍ୟ ନଥିଲା l ଏଠାରେ କେହି ରହିବା କଥା କେହି ଚିନ୍ତା ମଧ୍ୟ ଅରିପାରିବେ ନାହିଁ, ଏବଂ ଶ୍ରୀକୃଷ୍ନ ପାଣ୍ଡଵ ଙ୍କୁ ଆଦେଶ ଦେଇଥିଲେ ଯେ ଖାଣ୍ଡବ ପ୍ରସ୍ଥ କୁ ରହିବା ଯୋଗ୍ୟ କରିବା ପାଇଁ, ଏବଂ ଏହି କାରଣରୁ ଅର୍ଜୁନ ଖାଣ୍ଡବ ପ୍ରସ୍ଥ ରେ ଥିବା ଶୁଖିଲା ପତ୍ର କୁ ନିଆଁ ଲଗାଇ ପୋଡି ଦେଇଥିଲେ l

ଏହି ନିଆଁ ରେ ପୋଡି ମରିଗଲେ ଅଶ୍ୱ ସେନା ର ମା –
ମହାଭାରତ ର କଥା ଅନୁସାରେ ଅର୍ଜୁନ ଏହି ନିଆଁ ଏଥିପାଇଁ ଲଗାଇଥିଲେ ଗୋଟିଏ ନୂଆ ନିର୍ମାଣ ପାଇଁ ବିନାଶ ପାଇଁ ନୁହେଁ l କିନ୍ତୁ ଏହି ନିଆଁ ରେ ଅଶ୍ୱାସେନା ର ମା ପୋଡି ମରିଗଲେ l ଅଶ୍ୱ ସେନ କୌଣସି ଭାବରେ ବଂଚି ଯାଇଥିଲା, କିନ୍ତୁ ତା ମନରେ ସର୍ବଦା ତା ମନରେ ଘୃଣା ଭରି ଯାଇଥିଲା l ଏହାପରେ ଅଶ୍ୱ ସେନ ଅର୍ଜୁନ କୁ ମାରିବାକୁ ଚାହିଁଥିଲା l

ମହାଭାରତ ଯୁଦ୍ଧରେ ଯେତେବେଳେ କର୍ଣ ଓ ଅର୍ଜୁନ ଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା, ଏବଂ ଠିକ ସେହି ସମୟ ରେ ଅଶ୍ୱ ସେନ ଅର୍ଜୁନ ଙ୍କୁ ମାରିବାକୁ ଚାହିଁଥିଲା, ଯେତେବେଳେ କର୍ଣ ଅର୍ଜୁନ ଙ୍କୁ ଶର ସଂଯୋଜନା କଲେ ଠିକ ସେହି ସମୟ ରେ ଅଶ୍ୱ ସେନ ଗୋଟିଏ ସୁକ୍ଷ୍ମ ରୂପ ନେଇ ସେହି ଶର ଉପରେ ବସି ପଡିଲେ, କର୍ଣ ଅଶ୍ୱ ସେନ କୁ ନିଜ ବାଣ ଉପରେ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ହଟି ନଥିଲା, ଏହା ଦେଖି କର୍ଣ ଜାଣି ପାରିଲେ ଯେ ଏହା କୌଣସି ସାଧାରଣ ନାଗ ନୁହେଁ, କର୍ଣ ଅଶ୍ୱ ସେନ ଙ୍କୁ ନିଜ ପରିଚୟ ଦେବାକୁ କହିଥିଲେ, ଏବଂ ଏହାପରେ ଅଶ୍ୱ ସେନ ନିଜର ସମସ୍ତ ବୃତାନ୍ତ କହିଥିଲେ  l

ଅଶ୍ୱ ସେନ ଙ୍କ କଥା ଶୁଣି କର୍ଣ ଖୁବ ଦୁଃଖିତ ହେଲେ ଏବଂ ତାକୁ ପଚାରିଥିଲେ ମୁଁ ତୁମ ପାଇଁ କଣ କଲେ ତୁମେ ସନ୍ତୁଷ୍ଟ ହେବ l ଏହାପରେ ସେ କହିଥିଲା ଯେ ସେ ଅର୍ଜୁନ ଙ୍କୁ କର୍ଣ ଙ୍କ ଶରରେ ବସି ମାରିବ ଏବଂ ସେ ସନ୍ତୁଷ୍ଟ ହେବ l ମତେ ଆପଣଙ୍କୁ ବାଣ ଉପରେ ବସିବାକୁ ଦିଅନ୍ତୁ, ଏବଂ ମୁଁ ଅର୍ଜୁନ ଙ୍କୁ ଦଂଶନ କରି ତାକୁ ମାରିବି l

କର୍ଣ ଅଶ୍ୱ ସେନ କୁ ବିନମ୍ରତା ର ସହିତ କହିଥିଲେ, ହେ ଅଶ୍ୱ ସେନ ନାଗ ! ମୁଁ ଦୁଃଖିତ ଯେ ତୁମେ ଏତେ କଷ୍ଟ ପାଇଛ, ତେଣୁ ମୁଁ ତୁମକୁ କହୁଛି ଯେ ସେ ତୁମର ମା ଙ୍କୁ ଜାଣିଶୁଣି ହତ୍ୟା କରିନାହିଁ, ଖାଣ୍ଡବ ପ୍ରସ୍ଥ ବଣରେ ନିଆଁ ଲଗାଇବା ଅର୍ଜୁନ ଙ୍କର  ମଜବୁରି ଥିଲା, ଏହାର ଅର୍ଥ ତୁମକୁ କିମ୍ବା ତୁମ ପରିବାର କୁ କ୍ଷତି କରିବା ନୁହେଁ, ମୁଁ ଗୋଟିଏ ଯୋଦ୍ଧା ଭଳି ଅର୍ଜୁନ ସହିତ ଯୁଧ କରିବି l ଏବଂ ମତେ କ୍ଷମା କର ଓ ରଣଭୁମି ରୁ ଚାଲି ଯାଅ l  କର୍ଣ ଙ୍କ କଥା ଶୁଣି ଅଶ୍ୱ ସେନ ଯୁଦ୍ଧ ଭୂମି ରୁ ଚାଲି ଯାଇଥିଲା l

Leave A Reply