କଥା ସମସ୍ତେ ଜାଣିଛନ୍ତି ଯେ ଦ୍ରୌପଦୀଙ୍କୁ ଅର୍ଜୁନ ସ୍ଵୟମ୍ବରରେ ଜିତିଥିଲେ କିନ୍ତୁ ଦ୍ରୌପଦୀଙ୍କ ବିବାହ ପଞ୍ଚୁ ପାଣ୍ଡବଙ୍କ ସହିତ ମା କୁନ୍ତିଙ୍କ ଆଦେଶରେ କରାଯାଇଥିଲା । ତଥାପି ଦ୍ରୌପଦୀ ପାଞ୍ଚ ଭାଇଙ୍କ ସହିତ ସ୍ୱାମୀର ଧର୍ମ ତୁଲାଇ ଥିଲେ । ଦ୍ରୌପଦୀଙ୍କ ଅପମାନ କାରଣରୁ ମହାଭାରତ ଯୁଦ୍ଧ ହୋଇଥିଲା ଓ ଦୁର୍ଯ୍ୟଧନଙ୍କୁ ବଧ କରିବା ପରେ ଯୁଦ୍ଧରେ ଜୟଲାଭ କରିବାର ଖୁସି ସମସ୍ତେତ ଲାଭ କରିଥିଲେ କିନ୍ତୁ ସବୁଠୁ ଅଧିକ ଭୀମ ଖୁସି ହୋଇଥିଲେ । କାରଣ ପାଞ୍ଚ ଭାଇ ମାନଙ୍କ ଭିତରେ ଭୀମ ସେନ ସବୁଠୁ ଅଧିକ ଦ୍ରୌପଦୀଙ୍କୁ ଭଲ ପାଉଥିଲେ । କେବଳ ଏହି କାରଣ ପାଇଁ ସଭା ମଧ୍ୟରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ପରେ ଭୀମ ସେନ ହିଁ ଦୁର୍ଯ୍ୟଧନଙ୍କ ଜଙ୍ଘ ଓ ଦୁଃଶାସନଙ୍କ ଛାତି ଫାଡ଼ିବାର ସଂକଳ୍ପ ନେଇଥିଲେ । ନିଜର ଏହି ପ୍ରତିଜ୍ଞା ପୁରା କରି ନିଜ ସ୍ତ୍ରୀର ଅପମାନର ପ୍ରତିଶୋଧ ନେଇଥିବା କାରଣରୁ ଭୀମ ଦ୍ରୌପଦୀଙ୍କର ଅଧିକ ପ୍ରିୟ ହୋଇଥିଲେ ।
ଏହି କାରଣରୁ ସ୍ୱୟମ୍ବରେ ଦ୍ରୌପଦୀ ଅର୍ଜୁନଙ୍କୁ ସ୍ବାମୀ ଭାବରେ ବଛିଥିଲେ ମଧ୍ୟ ସାରା ଜୀବନ ଭିମଙ୍କୁ ଅଧିକ ପ୍ରେମ କରିଥିଲେ । ଶେଷ ସମୟରେ ପରଜନ୍ମରେ ସେ ଅର୍ଜୁନଙ୍କ ବଦଳରେ ଭିମାଙ୍କୁ ସ୍ବାମୀ ରୂପରେ ଚାହିଁ ଥିଲେ । ମହାଭାରତ କଥା ଅନୁସାରେ ଯେତେବେଳେ ପଞ୍ଚୁ ପାଣ୍ଡବ ସ୍ବର୍ଗ ଯାତ୍ରା ସସରୀର ସ୍ବର୍ଗକୁ ଯିବାପାଇଁ ଇଚ୍ଛା କରିଥିଲେ। ଏହାପରେ ପଞ୍ଚୁ ପାଣ୍ଡବ , ଦ୍ରୌପଦୀ ଓ ଗୋଟିଏ କୁକୁର ସ୍ୱର୍ଗକୁ ଯାତ୍ରା କଲେ । ବଦ୍ରିନାଥରୁ ଆଗକୁ ଯିବା ବେଳକୁ ସରସ୍ଵତୀ ନଦୀ ପାର ହେଲା ବେଳକୁ ଦ୍ରୌପଦୀ ଅସହାୟ ହୋଇଗଲା,ସେହି ସମୟରେ ଭୀମ ଗୋଟି ବଡ ପଥର ଉଠାଇ ନଦୀ ଭିତରକୁ ଫୋପାଡି ଦେଲେ । ଏହାପରେ ଦ୍ରୌପଦୀ ସେହି ପଥର ଉପରେ ଚଢ଼ି ସରସ୍ଵତୀ ନଦୀ ପାର କଲେ ।
ଆଜି ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ସରସ୍ଵତୀ ନଦୀ ଗର୍ଭରେ ସେହି ବିଶାଳକାୟ ପଥର ରହିଛି ଏହାକୁ ଭୀମ ପୋଲ କୁହାଯାଏ । ଆଗକୁ ସ୍ବର୍ଗ ରାସ୍ତା ଯିବା ବେଳକୁ ଦ୍ରୌପଦୀ ଭୀମଙ୍କ ସାହାରା ନେଇ ଚାଲିବାକୁ ଲାଗିଲେ ଏବଂ ଭୀମ ମଧ୍ୟ ତାଙ୍କୁ ସମ୍ଭାଳିଥିଲେ । ସେହି ସମୟରେ ଦ୍ରୌପଦୀ କହିଥିଲେ ତମ ପାଞ୍ଚ ଭାଇ ମାନଙ୍କ ମଧ୍ୟରେ ମତେ ଭୀମ ହିଁ ସବୁଠୁ ଅଧିକ ଭଲ ପାଆନ୍ତି । ତେଣୁ ପର ଜନ୍ମରେ ସେହିଁ ମୋର ସ୍ବାମୀ ହେବେ । ଏହାପରେ ଦ୍ରୌପଦୀ ତଳେ ପଡି ମୃତ୍ୟୁ ବରଣ କରିଥିଲେ ଓ ଏହାପରେ କିଛି ସମୟ ପରେ ଭୀମସେନ ମଧ୍ୟ ମୃତ୍ୟୁ ବରଣ କଲେ ।

Comments are closed.