ସକାଳୁ ଝାଡ଼ୁ କରିବା ସମୟ ରେ ନିହାତି କୁହନ୍ତୁ ଏହି ପାଞ୍ଚଟି କଥା , ଦୂର ହେବ ସମସ୍ତ ସମସ୍ୟା
ପ୍ରତ୍ୟେକ ହିନ୍ଦୁ ପରିବାର ରେ ସକାଳୁ ଉଠିବା ମାତ୍ରକେ ଝାଡୁ କରିବାର ନିୟମ ରହିଛି l ଝାଡୁ କୁ ମା ଲକ୍ଷ୍ମୀଙ୍କ କୃପା ଭାବରେ ଗ୍ରହଣ କରାଯାଇ ଥାଏ l ତେଣୁ ସକାଳୁ ଝାଡୁ କରିବା ସମୟ ରେ ଯଦି କିଛିଟା କଥାକୁ ଧ୍ୟନ ରଖିବା ତେବେ ଜୀବନ ରେ ସମୃଦ୍ଧି ର ଆଗମନ ହୋଇଥାଏ l ଏବଂ ଘରେ ସକାରାତ୍ମକ ଉର୍ଜା ର ପ୍ରଭାବ ରହିଥାଏ l ଏବଂ ଧାର୍ମିକ ଉର୍ଜା ପ୍ରାପ୍ତିର ମାର୍ଗ ଖୋଲି ଯାଇଥାଏ l
** ଏହି କଥାର ଧ୍ୟାନ ରଖନ୍ତୁ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳୁ ଝାଡୁ କରିବା ସମୟ ରେ ନିଜ ମନେ ମନେ କୁହନ୍ତୁ – ” ମୋ ଘରୁ ରୋଗ ବାହାରି ଯାଉ , କୁଡା ସହିତ ଦରିଦ୍ରତା ଚାଲିଯାଉ , ମୋ ଘରର ସମସ୍ତ ସଦସ୍ୟ ଙ୍କ ର ମାନସିକ ଚିନ୍ତା ଚାଲିଯାଉ , ଏବଂ ସମସ୍ତ କଷ୍ଟ ଓ ଅସୁବିଧା ମଧ୍ୟ ଚାଲିଯାଉ l
** ଏହାଛଡା କହିବେ ଯେ ମା ଲକ୍ଷ୍ମୀ ମୋ ଉପରେ କୃପା ରଖନ୍ତୁ , ଦରିଦ୍ରତା ଦୂର ହେଉ , ରୋଗ ଦୂର ହେଉ l କିନ୍ତୁ ଯାହାବି କହିବେ ନିଜ ମନରୁ ସନ୍ତୁଷ୍ଟି ର ସହିତ କହିବେ l
** ସକାରାତ୍ମକ ଭାବନା ର ସହିତ କହିବେ ଲକ୍ଷ୍ମୀ ମା ଆସ ଓ ଦରିଦ୍ରତା ବାହାରି ଯାଅ l କଳହ କଷ୍ଟ ଦୂର ହେଉ , ପ୍ରେମ ଓ ସୁଖ ଭରପୁର ହେଉ l
** ଘରର ଅଳିଆ ବାହାର କରିବା ସମୟରେ କୁହନ୍ତୁ ଯେ ଏହି ଆବର୍ଜନା ସହିତ ମୋର ସମସ୍ତ ଦୁଃଖ, କଷ୍ଟ, ରୋଗ, ବ୍ୟାଧି, ଦୁଃଖ, ଶୋକ ଓ ଦରିଦ୍ରତା ଚାଲିଯାଉ, ଏହି ୭ଟି ବିଷ ମୋ ଘରୁ ବାହାରିଯାଉ l ଏବଂ ସକାଳ ର ପ୍ରଥମ ଝାଡୁ ପରିବାର ସଦସ୍ୟ କରିବା ଜରୁରୀ l