ମହାଭାରତରେ ଶକୁନିଙ୍କ ମାମୁ ଭାବରେ ଜଣାଯାଏ l ଶକୁନି ଦୁର୍ଯ୍ୟୋଧନଙ୍କ ମାମୁ ,ଗାନ୍ଧାରୀଙ୍କ ଭାଇ ଓ ଧୃତରାଷ୍ଟ୍ରଙ୍କ ସଳା ଥିଲେ l ମହାଭାରତ ଯୁଦ୍ଧ କରାଇବାରେ ଶକୁନିଙ୍କର ମୁଖ୍ୟ ଭୂମିକା ଥିଲା ବୋଲି କୁହାଯାଏ l ଶକୁନି କୌରବ ମାନଙ୍କ ସହିତ ଥିଲେ ଓ ସବୁ ସମୟରେ କୁଟିଳ ବୁଦ୍ଧି ଦେଇ ସବୁ କାର୍ଯ୍ୟରେ ପ୍ରେରଣା ଦେଉଥିଲେ l ଶକୁନିଙ୍କ କାରଣରୁ ପାଣ୍ଡବ ମାନେ ଜୁଆ ଖେଳିବା ପାଇଁ ବିବଶ ହୋଇଥିଲେ l ଶକୁନି ପଶା ଖେଳରେ ଅଭିଜ୍ଞ ଥିଲା ,ଯାହା ଆଜିକାଲିର ଲୁଡୋ ଖେଳ ସହିତ ସମାନ ଅଟେ l ଶକୁନିକୁ ଏହି ଖେଳରେ କେହି ହରାଇ ପାରୁନଥିଲେ l ତା ହାତରେ ସବୁବେଳେ ପଶାକାଠି ରହୁଥିଲା l ଏହି ପଶାକାଠି ମଧ୍ୟ ଶକୁନି କଥାରେ ପରିଚାଳିତ ହେଉଥିଲେ ,ଏହାର ଅର୍ଥ ଶକୁନି ଯେଉଁ ପ୍ରକାରର ଅଙ୍କ ଚାହୁଁଥିଲା ସେହି ପ୍ରକାରର ଅଙ୍କ ପଶା ଖେଳରେ ପଡୁଥିଲା l
ଗୋଟିଏ ପୌରାଣିକ କଥା ଅନୁସାରେ ଶକୁନିର ଏହି ପଶାକାଠି ତାର ପିତାଙ୍କ ହାଡରୁ ତିଆରି ହୋଇଥିଲା l ଏହି ପଶାକାଠିରେ ଶକୁନିଙ୍କ ପିତାଙ୍କ ଆତ୍ମା ରହିଥିଲା l ଏହି କାରଣ ଯୋଗୁ ଏହି ପଶାକାଠି ଶକୁନିର କଥା ମାନୁଥିଲେ l ଶକୁନିର ଭଉଣୀ ଗାନ୍ଧାରୀର ବିବାହ ରାଜା ଧୃତରାଷ୍ଟ୍ରଙ୍କ ସହିତ ହୋଇଥିଲା l ଧୃତରାଷ୍ଟ୍ରଙ୍କ ସହିତ ବିବାହ ପ୍ରସ୍ତାବ ପିତାମହଃ ଭୀଷ୍ମ ନେଇ ଯାଇଥିଲେ l ଶକୁନି ଭାବୁଥିଲେ ଯେ ପିତାମହଃ ଭୀଷ୍ମ ଧୃତରାଷ୍ଟ୍ରଙ୍କର ଅନ୍ଧ ହେବାର କଥା ଲୁଚାଇ ଗାନ୍ଧାରୀଙ୍କ ସହିତ ବିବାହ କରାଇଥିଲେ l
ଏହି କାରଣରୁ ଶକୁନି କୌରବ ମାନଙ୍କୁ ଘୃଣା କରୁଥିଲେ ,କିନ୍ତୁ ସେ ଏହି କଥା କେବେ କହି ନଥିଲେ l ଶକୁନି ଗନ୍ଧାର ରାଜ୍ୟର ରାଜା ଥିଲେ l ଶକୁନିଙ୍କ ପିତାଙ୍କ ନାମ ସୁବଳ ଥିଲା ,ଶକୁନିଙ୍କ ପିତା ଓ ତାଙ୍କର ୧୦୦ ଭାଇଙ୍କୁ ଧୃତରାଷ୍ଟ୍ର ବନ୍ଦୀ କରି କାରାଗାରରେ ରଖିଥିଲେ l ଏହି ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଶକୁନି ପ୍ରତିଜ୍ଞା କରିଥିଲେ l ମହାଭାରତ ଯୁଦ୍ଧ ୧୮ ଦିନ ପର୍ଯ୍ୟନ୍ତ ଚାଲିଥିଲା l ଯୁଦ୍ଧର ଅନ୍ତିମ ଦିନ ଶକୁନିଙ୍କ ବଦ୍ଧ ସହଦେବ କରିଥିଲେ l ସହଦେବ ପାଣ୍ଡବ ମାନଙ୍କ ମଧ୍ୟରେ ସବୁଠୁ ସାନ ଥିଲେ l ସହଦେବ ତ୍ରିକାଳ ଦର୍ଶୀ ଥିଲେ l ଶକୁନିଙ୍କ ପୁତ୍ରର ବଦ୍ଧ ଅର୍ଜୁନଙ୍କ ପୁତ୍ର କରିଥିଲେ l