Odisha news

ମହାଶିବରାତ୍ରୀ ପୂର୍ବରୁ ଯଦି ମିଳୁଛି ଏହିସବୁ ସଂକେତ, ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଉପରେ ବରଷିବ ମହାଦେବ ଙ୍କ କୃପା

0

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ଫେବୃଆରୀ ମାସ ୧୮ ତାରିଖରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ l  ମାନ୍ୟତା ରହିଛି ଯେ ସ୍ବପ୍ନ ଶାସ୍ତ୍ର ଅନୁସାରେ ମହାଶିବରାତ୍ରୀ ର କିଛିଦିନ ପୂର୍ବରୁ ପୂର୍ବରୁ ଯଦି ଆମେ ମହାଦେବ ଙ୍କ ସହିତ ଜଡିତ କିଛିଟା ସ୍ବପ୍ନ ଦେଖିବା, ତେବେ ଏହା ଆମ ଜୀବନ ରେ ସୁଖସମୃଦ୍ଧି ଆଣିଥାଏ l

– ସ୍ବପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ଶିବରାତ୍ରି ର କିଛିଦିନ ପୂର୍ବରୁ ନିଜକୁ ଶିବ ଲିଂଗାରେ ଦୁଗ୍ଧ ରେ ଅଭିଷେକ କରିବାରେ ସ୍ୱପ୍ନରେ ଦେଖୁଛନ୍ତି ତେବେ ଜାଣି ରଖିବେ ଯେ ଭୋଳାନାଥ ଆପଣଙ୍କର ସମସ୍ତ କଷ୍ଟ ହରଣ କରିବେ ଓ ଜୀବନ ଆନନ୍ଦରେ ଭରିଦେବେ l

– ଯଦି ମହାଶିବରାତ୍ରୀ ପୂର୍ବରୁ ସ୍ୱପ୍ନରେ ଆପଣଙ୍କୁ ବେଲପତ୍ର କିମ୍ବା ବେଳ ଗଛ ଦେଖାଯିବ ତେବେ ଜାଣିବେ ଯେ ମହାଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ଧାନ ସମ୍ବନ୍ଧୀୟ ସମସ୍ୟା ଖୁବ ଶୀଘ୍ର ଦୂର ହେବ l

– ରୁଦ୍ରାକ୍ଷ ସ୍ୱୟଂ ମହାଦେବ ଙ୍କ ସ୍ୱରୂପ ଅଟେ l  କୁହାଯାଏ ଯେ ମହାଶିବରାତ୍ରୀ ପୂର୍ବରୁ ଯଦି ଆପଣ ରୁଦ୍ରାକ୍ଷ ମାଳା କିମ୍ବା ଗୋଟିଏ ରୁଦ୍ରାକ୍ଷ ଦେଖୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହାଦେବ ଙ୍କ ଆଶୀର୍ବାଦ ଅଟେ l  ଏହାର ଅର୍ଥ ମହାଦେବ ଙ୍କ ଦୟାରେ ଆପଣଙ୍କ ଜୀବନ ରୁ ଦୁଃଖ, ରୋଗ, ଦୋଷ ଦୂର ହେବ ଓ ବିଗିଡି ଯାଇଥିବା କାର୍ଯ୍ୟ ଖୁବ ଶୀଘ୍ର ହୋଇଯିବ l

– ସ୍ଵପ୍ଣଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନେ ଶିବରାତ୍ରୀ ପୂର୍ବରୁ ସ୍ୱପ୍ନରେ କଳାର ଶିବଲିଙ୍ଗ ଦେଖିବେ ତେବେ ସେମାନଙ୍କ ଚାକିରୀ ସମସ୍ୟା ଦୂର ହେବ l ଏହାଛଡା ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି l  ଏଭଳି ବ୍ୟକ୍ତିମାନେ କେବଳ ଧାର୍ଯ୍ୟ ଓ ସଚୋଟତା ର ସହିତ ଜୀବନ ରେ କାର୍ଯ୍ୟ କରିବା ଆବଶ୍ୟକ l

– ଯଦି ସ୍ୱପ୍ନରେ ଆପଣ ମହାଦେବ ଙ୍କ ସହିତ ମା ପାର୍ବତୀଙ୍କୁ ଦେଖୁଛନ୍ତି ତେବେ ଦାମ୍ପତ୍ୟ ଜୀବନ ରେ ସୁଖର ଆଗମନ ହେବ ଏହାଛଡା ଅବିବାହିତ ମାନଙ୍କର ବିବାହ ସମ୍ବନ୍ଧିତ ସମସ୍ତ ଅସୁବିଧା ଦୂର ହେବ ଏବଂ ଯଦି ସ୍ୱପ୍ନରେ ସାପ ଦେଖାଗଲା ତେବେ ଧନ ପ୍ରାପ୍ତିର ଆଶା ରହିଥାଏ l

Nalco
Leave A Reply