ଭିକ୍ଟୋରିଆ ସେଲସେଡୋ ଦୁନିଆର ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ l ଆମ ଭିତରେ ଅନେକ ଲୋକ ଏଭଳି ଅଛନ୍ତି ଯିଏକି ଛୋଟ ରୁ ଛୋଟ ଅସୁବିଧାରେ କାନ୍ଦି ଥାଆନ୍ତି, ବିଶେଷ ଭାବରେ ସେହି ମାନଙ୍କ ପାଇଁ ଭିକ୍ଟୋରିଆ ସେଲସେଡୋ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି l ହଁ ଆଜ୍ଞା ଦୁର୍ଭାଗ୍ୟ ବଶତଃ ୨୬ ବର୍ଷୀୟା ଭିକ୍ଟୋରିଆ ସେଲସେଡୋ ୨ଟି ହାତ ଓ ଗୋଟିଏ ଗୋଡ଼ ହରାଇଛନ୍ତି, ଏହା ସତ୍ୱେ ମଧ୍ୟ ମଡେଲିଙ୍ଗ ଭଳି ବ୍ୟବସାୟ ରେ ଖୁବ ସୁନାମ ଅର୍ଜନ କରିଛନ୍ତି l
ଆମ ମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଭଗବାନ ସମ୍ପୂର୍ଣ ପରଫେକ୍ଟ ଭାବରେ ତିଆରି କରି ଥାଆନ୍ତି, କିନ୍ତୁ କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ ପ୍ରାକୃତିକ ଭାବରେ କିଛିଟା ଶାରୀରିକ ଅସୁବିଧାର ସମୁଖୀନ ହୋଇ ଥାଆନ୍ତି l ତେଣୁ ଏହାକୁ ନେଇ କିଛି ଲୋକ ଦୁଃଖରେ ଭାଙ୍ଗି ପଡି ଥାଆନ୍ତି ତ ଆଉକିଛି ଲୋକ ଜୀବନ ରେ ଆଗକୁ ବଢିବାକୁ ଇଛା ରଖନ୍ତି l ସେହିଭଳି ଜୀବନରେ ଆଗକୁ ବଢିବାର କିଛି ରାସ୍ତା ବାହାର କଲେ ଭିକ୍ଟୋରିଆ ସେଲସେଡୋ l ଡେଲି ଷ୍ଟାର ର ରିପୋର୍ଟ ଅନୁସାରେ ଭିକ୍ଟୋରିଆ ସେଲସେଡୋ ଜନ୍ମରୁ ଏଭଳି ନଥିଲେ, ମାତ୍ର ୬ବର୍ଷ ବୟସରେ ତାଙ୍କ ସହିତ ଗୋଟିଏ ଅଘଟଣ ଘଟିଥିଲା l ଯାହାଦ୍ୱାରା ସେ ନିଜର ୨ଟି ହାତ ଓ ଗୋଟିଏ ଗୋଡ଼ ହରାଇଥିଲେ l
ସେ ଯେତେବେଳେ ମାତ୍ର ୬ବର୍ଷ ର ହୋଇଥିଲେ ସେତେବେଳେ ଭୁଲ ବଶତଃ ବିଜୁଳୀ ତାର କୁ ହାତରେ ଧରି ନେଇଥିଲେ l ଯାହାଦ୍ୱାରା ସେ ସମ୍ପୂର୍ଣ ଜଳି ଯାଇଥିଲେ l ଏହାପରେ ଚିକିତ୍ସା ସମୟରେ ଡାକ୍ତର ତାଙ୍କର ୨ଟି ହାତ ଓ ଗୋଡ଼ କୁ କାଟିବାକୁ ବାଧ୍ୟ ହୋଇଥିଲେ l ଏକ୍ବାଡୋର ରେ ରହୁଥିବା ୨୬ ବର୍ଷୀୟା ଭିକ୍ଟୋରିଆ ନିଜ ଜୀବନ ର ୨୦ ବର୍ଷ ବିନା ହାତ ଓ ଗୋଡ଼ରେ ଅତିବାହିତ କରି ସାରିଲେଣି l ସେ ସବୁବେଳେ ଆଗକୁ ବଢିବାକୁ ଇଛା ରଖିଥିଲେ l ୧୯ ବର୍ଷର ଥିଲେ ତାଙ୍କୁ ଏହି ସମୟରେ ଗୋଟିଏ ମଡେଲିଂ ସ୍କାଉଟ ଦେଖିଥିଲେ l ଏହାପରେ ଭିକ୍ଟୋରିଆ ଙ୍କର ଜୀବନ ରେ ପରିବର୍ତନ ଆସିଥିଲା l ଏହାପରେ ମଡେଲିଂ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବଢିବାକୁ ଲାଗିଥିଲା l
ସେ ସୁନ୍ଦର ହେବା ସହିତ ଖୁବ ପ୍ରଫେସନାଲ ମଧ୍ୟ ଅଟନ୍ତି l ୨୦୨୧ ରେ ଭିକ୍ଟୋରିଆ ସେଲସେଡୋ ମିସ ଏକ୍ଵାଡୋର ରେ ଅଂଶ ଗ୍ରହଣ କରିଥିଲେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ହାତ ନଥାଇ ମଧ୍ୟ ସେ ନିଜର ଡାହାଣ ଗୋଡ଼ ଦ୍ୱାରା ନିଜର ସମସ୍ତ କାର୍ଯ୍ୟ କରିଥାନ୍ତି l ସେ ମୁଣ୍ଡ କୁଣ୍ଡାଇବା ଠାରୁ ନେଇ ଖାଦ୍ୟ ଖାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏହି ଡାହାଣ ଗୋଡ଼ରେ କରନ୍ତି l ଭିକ୍ଟୋରିଆ ସେହି ଲୋକଙ୍କୁ ଗୋଟିଏ ନୂଆ ଦିଗ ଦେବାକୁ ଇଚ୍ଛା ରଖିଛନ୍ତି ଯେଉଁମାନେ ନିଜ ଜୀବନ ରେ ଖୁବ ଶୀଘ୍ର ହାର ମାନି ଯାଆନ୍ତି, ସେ କହିଛନ୍ତି ଜୀବନ ରେ ଯଦି ଆଗକୁ ବଢିବାର ଅଛି ଓ ସଫଳତା ଲାଭ କରିବାର ଅଛି ତେବେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିବା ଆବଶ୍ୟକ l ଇନ୍ସlଗ୍ରାମ ରେ ତାଙ୍କ ୧ଲକ୍ଷ ୭୦ ହଜାର ଫଲୋଅର୍ସ ଅଛନ୍ତି l ତାଙ୍କ ପ୍ରଶଂସକ ମାନଙ୍କ ତାଲିକା ଖୁବ ଲମ୍ବା ଅଟେ l ସେ ସବୁବେଳେ ନିଜ ପ୍ରଶଂସକ ମାନଙ୍କ ପାଇଁ ନୂଆ ନୂଆ ପୋଷ୍ଟ କରି ଥାଆନ୍ତି