Odisha news

ନାଲକୋର ନୂତନ ନିର୍ଦ୍ଦେଶକ (ଉତ୍ପାଦନ)ଭାବେ ଶ୍ରୀ ପଙ୍କଜ କୁମାର ଶର୍ମାଙ୍କ ଦାୟିତ୍ୱ ଗ୍ରହଣ

0

ଭୁବନେଶ୍ୱର : ନବରତ୍ନ ଉଦ୍ୟୋଗ ନାଲକୋର ନୂତନ ନିର୍ଦ୍ଦେଶକ(ଉତ୍ପାଦନ) ଭାବେ ଶ୍ରୀ ପଙ୍କଜ କୁମାର ଶର୍ମା,ଆଜିଠାରୁ କାର୍ୟ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଶର୍ମା ଏନ.ଏମ.ଡି.ସି ର ରାୟପୁରସ୍ଥିତ ବିଶ୍ୱ ଅନ୍ୱେଷଣ କେନ୍ଦ୍ର ଠାରେ ମୁଖ୍ୟ ମହାପ୍ରବନ୍ଧକ ଭାବେ କାର୍ୟ୍ୟରତ ଥିଲେ। ଏହା ସହିତ ସେ ଏନ.ଏମ.ଡି.ସି ଓ ସି.ଏମ.ଡି.ସି ର ମିଳିତ ଉଦ୍ୟୋଗ ତଥା ବସ୍ତର ରେଲୱେ ପ୍ରାଇଭେଟ ଲିମିଟେଡ଼ର ସି.ଇ.ଓ ରୂପେ ମଧ୍ୟ ଦାଇତ୍ୱ ତୁଲାଇ ଆସୁଥିଲେ।

ବି.ଏଚ.ୟୁ-ଆଇ.ଆଇ.ଟି ରୁ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଶର୍ମା ୧୯୯୨ ରେ ଏନ.ଏମ.ଡି.ସି ଠାରେ କାର୍ୟ୍ୟନିର୍ବାହୀ ପ୍ରଶିକ୍ଷାର୍ଥୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଓପନ କାଷ୍ଟ ମାଇନିଂ ଇଣ୍ଡଷ୍ଟ୍ରିର ବିଭିନ୍ନ ଦିଗରେ କାର୍ୟ୍ୟ କରିବାରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ରହିଛି। ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ନବରତ୍ନ ସି.ପି.ଏସ.ଇ,ଏନ.ଏମ.ଡି.ସି ରେ ସେ ତିନି ଦଶନ୍ଧିରୁ ଅଧିକ ସମୟ କାର୍ୟ୍ୟ କରିବା ସହିତ ବିଭିନ୍ନ ପଦପଦବୀ ମାନଙ୍କରେ ଚ୍ୟାଲେଞ୍ଜିଂ କାର୍ୟ୍ୟଗୁଡିକ ସଫଳତାର ସହ ନିର୍ବାହ କରିଛନ୍ତି।

ଶ୍ରୀ ଶର୍ମାଙ୍କୁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଅଭିନନ୍ଦନ ଜଣାଇବା ସହ ତାଙ୍କ ଯୋଗଦାନ ଦ୍ୱାରା ନାଲକୋ ବୋର୍ଡ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

 

 

Nalco
Leave A Reply