Odisha news

ଦୀର୍ଘାୟୁ ହେବା ପାଇଁ ପୁରୁଷ ମାନଙ୍କୁ ନିଜ ଭୋଜନ ରେ ଏହିସବୁ ଖାଦ୍ୟକୁ ନିହାତି ସାମିଲ କରିବା ଆବଶ୍ୟକ

0

ପ୍ରତ୍ୟେକ ମଣିଷ ଦୀର୍ଘାୟୁ ହେବାକୁ ଇଛା ରଖିଥାଆନ୍ତି l ତେଣୁ ଗବେଷକଙ୍କ ମତରେ ଏଭଳି କିଛିଟା ଖାଦ୍ୟ ପଦାର୍ଥ ରହିଛି, ଯାହାକୁ ପୁରୁଷ ମାନେ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଦୀର୍ଘାୟୁ ହୋଇ ଥାଆନ୍ତି l ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ କଣ –

– ଓୟଷ୍ଟର ମସ୍ରୁମ ଜିଙ୍କ ରେ ଭରପୁର ଅଟେ l  ଯାହା ପୁରୁଷ ମାନଙ୍କୁ ଫାଂର୍ଟଲିଟି କୁ ବଢାଇ ଥାଏ ଓ ସେକ୍ସୁ ଆଲ ହେଲ୍ଥ କୁ ଇମ୍ପୃଭ କରିବାରେ ଅନେକ ମାତ୍ରାରେ ସାହାଯ୍ୟ କରିଥାଏ l ଏହାଛଡା ଦୀର୍ଘାୟୁ କରିବାରେ ସାହାଯ୍ୟ କରେ l

– ସୋୟା ଫୁଡ ମଧ୍ୟ ପୁରୁଷ ମାନଙ୍କ ପାଇଁ ଖୁବ ହିତକର l  ଏହାଦ୍ୱାରା ପୁରୁଷ ମାନଙ୍କ ନିକଟରେ ହେଉଥିବା ପ୍ରଟେଷ୍ଟ କ୍ୟାନ୍ସର ଠାରୁ ରକ୍ଷା କରିଥାଏ l  ସୋୟା ଫୁର୍ଡସ ରେ ଏଷ୍ଟ୍ରୋଯେନ ହର୍ମୋନ ହର୍ମୋନ ବଢ଼ିବାରେ ସାହାଯ୍ୟ କରେ l  ସେଥିପାଇଁ ପୁରୁଷ ମାନଙ୍କୁ ନିଜ ଭୋଜନ ରେ ସୋୟାବିନ ଓ ସୋୟା ମିଲକ ସାମିଲ କରନ୍ତୁ l

– ଅଣ୍ଡାରେ ଭିଟାମିନ ବି ଭଲ ମାତ୍ରାରେ ରହିଥାଏ ଯାହାକି ପୁରୁଷ ମାନଙ୍କୁ ହେୟାର ଲସ ଓ ଅନ୍ୟ ସମସ୍ୟାରୁ ରକ୍ଷା କରିଥାଏ l ଅଣ୍ଡା ତ୍ୱଚା ରେ ମଧ୍ୟ ଚମକ ଆଣିଥାଏ l  ହାଡ଼ ମଧ୍ୟ ସୁସ୍ଥ ରହିଥାଏ ଓ ବୋନ ସହଜେ ଦୁର୍ବଳ ହୋଇ ନଥାଏ l

– ବ୍ରକୋଲି ରେ କ୍ୟାନ୍ସର ସହିତ ଲଢ଼ିବାର ଶକ୍ତି ରହିଥାଏ l  ଏହାଛଡା କ୍ୟାନ୍ସର ଥିବା କେମିକାଲଶ ମଧ୍ୟ ବିଶେଷ ଭାବରେ ଦୂର ହୋଇଥାଏ l  ପୁରୁଷମାନେ ପ୍ରୋଟେଷ୍ଟ କ୍ୟାନ୍ସର ଠାରୁ ରକ୍ଷା କରିଥାଏ l

– ଡାଳିମ୍ବ କୋଲେଷ୍ଟ୍ରଲ ସ୍ତର କୁ ଓ ହାଇପର ଟେନ୍ସନ କୁ କମ କରିବାରେ ସାହାଯ୍ୟ କରିଥାଏ l  ଏଥିରେ ଅନେକ ଗୁଡିଏ ଭିଟାମିନ ଓ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ l  ଗବେଷଣାରେ ମିଳିଛି ଯେ ନିୟମିତ ପୁରୁଷ ମାନେ ଡାଳିମ୍ବ ରସ ସେବନ କରିବା ଦ୍ୱାରା ଟେସ୍ଟୋଷ୍ଟେରୋନ ହର୍ମୋନ ସ୍ତର ଓ ସ୍ପର୍ମ କାଉଣ୍ଟ ବଢାଇବାରେ ସାହାଯ୍ୟ କରିଥାଏ l

– ଟମାଟୋ ରେ ମଧ୍ୟ ଅନେକ ଗୁଡିଏ ଲାଭ ଜନକ ତତ୍ୱ ରହିଥାଏ l  ଯାହାକି ପୁରୁଷ ମାନଙ୍କୁ ପ୍ରୋଟେଷ୍ଟ କ୍ୟାନ୍ସର କୋଲରେକଟଲ କ୍ୟାନ୍ସର ଓ ହୃଦୟ ରୋଗରୁ ରକ୍ଷା କରିଥାଏ l  ଏହାଛଡା ମାନସିକ ଚାପ ମଧ୍ୟ ହ୍ରାସ କରି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ l

– ପ୍ରତିଦିନ ସକାଳୁ ଯଦି ଖାଲି ପେଟରେ ୫ ପାଖୁଡା ରସୁଣ ସେବନ କରିବେ ତେବେ ଶରୀରରେ ଫୁର୍ତି ଆସିବା ସହିତ ଶରୀରକୁ ବାହାର ସଂକ୍ରମଣ ଠାରୁ ଆରମ ମିଳିବ l  ଏହାଛଡା ହାର୍ଟ ସୁରକ୍ଷିତ ରହିବା ସହିତ କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ ହୋଇଥାଏ l

– ଗୋଟା ଶସ୍ୟ ଜାତ ଖାଦ୍ୟ ପଦାର୍ଥ ଭିଟାମିନ ମିନେରାଲସ ରେ ଭରପୁର ହୋଇଥାଏ l  ଯାହା ପୁରୁଷ ମାନଙ୍କ ଶରୀର ପାଇଁ ଖୁବ ହିତକର l  ଗୋଟା ଶସ୍ୟ ରେ ଗ୍ଲାଇକୋସେମିକ ଇଣ୍ଡେକ୍ସ ରହିଥାଏ ଏହା ବ୍ଲଡ଼ ରେ ଗ୍ଲୁକୋଜ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l

Nalco
Leave A Reply