Odisha news

ଗୁରୁବାର ଦିନ କରନ୍ତୁ ଏହିସବୁ ଉପାୟ, ମିଳିଯିବ ସମସ୍ତ ଅସୁବିଧା ରୁ ମୁକ୍ତି ଓ ଖୋଲିବ ଶୁଭ ଯୋଗ

0

ସନାତନ ଧର୍ମରେ ଗୁରୁବାର ଦିନର ଖୁବ ମହତ୍ୱ ରହିଛି l ଏହିଦିନ ମାତା ଲକ୍ଷ୍ମୀ ଓ ଦେବ ଗୁରୁ ବୃହସ୍ପତି ଙ୍କ ଦିନ ଅଟେ l ଏହିଦିନର ଗୋଟିଏ ବିଶେଷ ମହତ୍ୱ ରହିଛି ଯାହା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ କୁ ଦୂର କରିହେବ l ଲକ୍ଷ୍ମୀ ପତି ବିଷ୍ନୁ ଙ୍କର ମଧ୍ୟ ଏହିଦିନ ଟି ପୂଜାର ଦିନ ଅଟେ l ତେଣୁ ବିଷ୍ନୁ ହେଉଛନ୍ତି ଆଦି ଗୁରୁ l ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତିଙ୍କୁ ଗୁରୁ ଭାବରେ ଗ୍ରହଣ କରାଯାଇଛି l ତେଣୁ ହିନ୍ଦୁ ମାନ୍ୟତା ଅନୁସାରେ ଗୁରୁବାର ଦିନଟିର ଅନେକ ମହତ୍ୱ ରହିଛି l

* ଯଦି କୁଣ୍ଡଳୀରେ ବୃହସ୍ପତି ଦୋଷ ଥାଏ ତେବେ ବିବାହ କାର୍ଯ୍ୟରେ ବିଭିନ୍ନ ବାଧା ବିଘ୍ନ ଦେଖା ଯାଇଥାଏ l ତେଣୁ ଯଦି ଜାତକ ରେ ବୃହସ୍ପତି ଦୋଷ ରହିଥାଏ ତେବେ ନିଜର ଗାଧୁଆ ପାଣିରେ ହଳଦୀ ମିଶାଇ ଗାଧାନ୍ତୁ, ଓ ଗାଧୋଇବା ସମୟରେ “ଓଂ ନମଃ ଭଗବତେ ବାସୁଦେବାୟ ‘ ମନ୍ତ୍ର ଜପ କରନ୍ତୁ ଓ ଗାଧୋଇ ସାରି ମସ୍ତକ ରେ କେଶର ର ତିଳକ ଲଗାନ୍ତୁ l

* ଗୁରୁବାର ଦିନ ପ୍ରାତଃ ସମୟରୁ ସ୍ନାନ ସାରି କଦଳୀ ବୃକ୍ଷକୁ ଜଳ ଅର୍ପଣ କରନ୍ତୁ ଓ ବିଷ୍ନୁ ସହସ୍ର ନାମ ପାଠ କରନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହାଇଥାଏ l

* ଗୁରୁବାର ଦିନ କାହା ନିକଟରୁ ଉଧାର ଆଣିବା ଉଚିତ ନୁହେଁ କିମ୍ବା ଦେବା ମଧ୍ୟ ଉଚିତ ନୁହେଁ l ଏହାଦ୍ୱାରା ଋଣ ଭାର ବୃଦ୍ଧି ପାଇଥାଏ ଓ ଧାର ଦେଇଥିବା ଅର୍ଥ ମଧ୍ୟ ଫେରି ନଥାଏ l

* ଗୁରୁବାର ଦିନ ପୂଜା କରିବା ପୂର୍ବରୁ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ l ଏହାଦ୍ୱାରା ଭାଗ୍ୟଦୋୟ ହୋଇଥାଏ l କାରଣ ହଳଦିଆ ରଙ୍ଗପ୍ରତି ବିଷ୍ନୁ ଓ ଲକ୍ଷ୍ମୀ ଆକୃଷ୍ଟ ହୋଇ ଥାଆନ୍ତି l

* ଗୁରୁବାର ଦିନ ଜୀବଜନ୍ତୁ ଓ ଗୁରୁଜନ ଙ୍କ ସେବା କରିବା ଦ୍ୱାରା ଜୀବନ ରେ ସଫଳତା ଲାଭ ହୋଇଥାଏ l ସେବା ମନୋବୃତି ତ୍ୟାଗ ମନୋଭାବ ନେଇ କରିବା ଆବଶ୍ୟକ l

* ଗୁରୁବାର ଦିନ ଘରର ମୁଖ୍ୟ ଦ୍ୱାରରେ ସକାଳେ ଓ ସନ୍ଧ୍ୟା ସମୟରେ କର୍ପୁର ଆଳତି କରିବା ଉଚିତ l ଏହାଦ୍ୱାରା ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

– ଗୁରୁବାର ଦିନ କଦାପି ଛିଣ୍ଡା ଲୁଗା ପିନ୍ଧିବା ଉଚିତ ନୁହେଁ l
– ଗୁରୁବାରରେ ଖାଦ୍ୟ ଫିଙ୍ଗିବା ଉଚିତ ନୁହେଁ l
– ଗୁରୁବାର ଦିନ କୌଣସି ନାରୀ କୁ ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ l
– ଗୁରୁବାର ଦିନ କୃର ବ୍ୟବହାର ଠାରୁ ଦୁରେଇ ରୁହନ୍ତୁ l

Leave A Reply