ଆଶ୍ୱିନ ମାସର ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା କୁହାଯାଏ ଓ ଶରଦ ପୂର୍ଣ୍ଣିମା ମଧ୍ୟ କୁହାଯାଏ l ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଅକ୍ଟୋବର ୩୧ ତାରିଖ ଦିନ ପଡୁଛି l ପୌରାଣିକ ମତ ଅନୁସାରେ ୧୨ ମାସର ପୂର୍ଣ୍ଣମୀ ଭିତରେ ଏହି ପୂର୍ଣ୍ଣମୀ ଶ୍ରେଷ୍ଠ ଅଟେ l କାରଣ ଏହି ଦିନ ଚନ୍ଦ୍ରମା ୧୬ କଳାରେ ଯୁକ୍ତ ହୋଇ ପରିପୂର୍ଣ୍ଣ ହୋଇଥାନ୍ତି l ଏହାକୁ ଅମୃତ କାଳ ମଧ୍ୟ କୁହାଯାଏ କାରଣ ଏହି ଦିନ ଚନ୍ଦ୍ରମାଙ୍କ ଠାରୁ ଯେଉଁ କିରଣ ବାହାରିଥାଏ ତାହା ଅମୃତ ଭଳି ହୋଇଥାଏ l କୁହାଯାଏ ଯେ ଏହି କିରଣ ଅମୃତ ବର୍ଷା କରି ସମସ୍ତ ଦୁଃଖ ଓ ଦରିଦ୍ରତା ନଷ୍ଟ କରିବାର କ୍ଷମତା ରଖିଥାଏ l କୁମାର ପୂର୍ଣ୍ଣମୀ ଦିନ ମା ମହାଲକ୍ଷ୍ମୀଙ୍କର ପୂଜା ରାତ୍ରି ସମୟରେ କରାଯାଇଥାଏ l ଅଶ୍ୱନ୍ତୁ ଜାଣିବା କୁମାର ପୂର୍ଣ୍ଣମୀ ବିଷୟରେ କିଛିଟା ଖାସ କଥା l
* ମହାଲକ୍ଷ୍ମୀଙ୍କର ହୋଇଥିଲା ଏହିଦିନ ଜନ୍ମ -ହିନ୍ଦୁ ଧର୍ମରରେ ଶରଦ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି ,ଏହାକୁ କୁମାର ପୂର୍ଣ୍ଣିମା ମଧ୍ୟ କୁହାଯାଏ l ଏହି ଦିନ ଚନ୍ଦ୍ରମା ପୃଥିବୀର ନିକଟତର ହୋଇଥାଏ ,ଯାହା ଦ୍ୱାରା ଚନ୍ଦ୍ରମା ଅଧିକ ସୁନ୍ଦର ମଧ୍ୟ ଦେଖା ଯାଇଥାଏ l ସମୁଦ୍ର ମନ୍ଥନ ସମୟରେ ଦେବୀ ଲକ୍ଷ୍ମୀ ପ୍ରକଟ ହୋଇଥିଲେ ,ସେହିଦିନ କୁମାର ପୂର୍ଣ୍ଣିମା ବା ଶରଦ ପୂର୍ଣ୍ଣିମା ଥିଲା l ତେଣୁ ଏହି ଦିନ ମା ଲକ୍ଷ୍ମୀଙ୍କର ଜନ୍ମ ଦିନ ବୋଲି କୁହାଯାଏ l
* ପୃଥିବୀ ଭ୍ରମଣରେ ବାହାରନ୍ତି ମା ଲକ୍ଷ୍ମୀ -ଭାରତର ଅଧିକାଂଶ ଜାଗାରେ କୁମାର ପୂର୍ଣ୍ଣମୀ ଦିନ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରାଯାଏ l ପୁରାଣରେ ବର୍ଣିତ ଅଛି ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ଗରୁଡର ପିଠି ଉପରେ ବସି ପ୍ରଥିବି ଭ୍ରମଣ କରିବାକୁ ଆସନ୍ତି l ଯାହା ଦ୍ୱାରା ସାରା ପ୍ରକୃତି ତାଙ୍କର ସ୍ୱାଗତ କରିଥାଏ ଓ ସେହିଦିନ ରାତିଟି ଅଧିକ ସୁନ୍ଦର ଓ ରମଣୀୟ ହୋଇଯାଇଥାଏ l ଶାସ୍ତ୍ରରେ ବର୍ଣିତ ଅଛି ଦେବତା ମାନେ ମଧ୍ୟ ସ୍ୱର୍ଗରୁ ଏହି ଦୁର୍ସ୍ୟକୁ ଦେଖିବାକୁ ଆସିଥାନ୍ତି l
* ଏଥିପାଇଁ କୁହାଯାଏ କୋଜଗାରୀ ପୂର୍ଣ୍ଣିମା -କୁମାର ପୂର୍ଣ୍ଣିମା ଦିନ ରାତିରେ ମା ଲକ୍ଷ୍ମୀ ଘର ଘର ବୁଲି ସମସ୍ତଙ୍କୁ ବରଦାନ ପ୍ରଦାନ କରିଥାନ୍ତି l କିନ୍ତୁ ଯେଉଁ ବ୍ୟକ୍ତି ସୋଇ ରହିଥାଏ ତା ଦୁଆର ମୁହଁରୁ ଦେବୀ ଲକ୍ଷ୍ମୀ ଫେରିଯାଇ ଥାନ୍ତି l ଏହି ଦିନ ଦେବୀ ଲକ୍ଷ୍ମୀଙ୍କର ପୂଜା କରିବା ଦ୍ୱାରା ସମସ୍ତ ରୂଣରୁ ମୁକ୍ତି ମିଳିଥାଏ l ସେଥିପାଇଁ ଏହାକୁ ୠଣମୁକ୍ତି ପୂର୍ଣ୍ଣିମା ମଧ୍ୟ କୁହାଯାଏ l ଏହି ଦିନ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନେବା ପାଇଁ ଭକ୍ତ ମାନେ ଚାହିଁ ରହିଥାନ୍ତି l
* ଖିରିରେ ମିଳିଥାଏ ଅମୃତର ଅଂଶ -କୁହାଯାଏ ଯେ କୁମାର ପୂର୍ଣ୍ଣମୀ ଦିନ ରାତିରେ ଅର୍ଦ୍ଧ ଚନ୍ଦ୍ର ମଧ୍ୟରେ ଖିରି ତିଆରି କରି ରାତିସାରା ରଖାଯାଇଥାଏ ଓ ସକାଳେ ଏହାକୁ ପ୍ରସାଦ ଭାବରେ ସମସ୍ତଙ୍କ ମଧ୍ୟରେ ବଣ୍ଟା ଯାଇଥାଏ l କିନ୍ତୁ ଏହି ଅର୍ଦ୍ଧଚନ୍ଦ୍ର ପାତ୍ରଟି ଚଣ୍ଡୀର ହୋଇଥିବା ଆବଶ୍ୟକ ,ନହେଲେ ଆପଣ ଅନ୍ୟ କୌଣସି ଧାତୁର ଅର୍ଦ୍ଧଚନ୍ଦ୍ର ବ୍ୟବହାର କରି ପାରିବେ l ରାତିସାର ଖୋଲା ଆକାଶ ତଳେ ଏହି ଖିରିକୁ ରଖାଯାଏ ଚନ୍ଦ୍ରମା ନିଜର ଅଂଶ ଗ୍ରହଣ କରି ନିଏ ଓ ଏଥିରେ ଅମୃତର ଅଂଶ ଛାଡି ଦିଏ l କୁହାଯାଏ ଯେ ଏହା ଦ୍ୱାରା ନିରୋଗ ଶରୀର ପ୍ରାପ୍ତ ହୋଇଥାଏ ଓ ଏଥିରେ ପିତ ,କଫ ଇତ୍ୟାଦି ନାସା କରିବାର ଔଷଧୀୟ କ୍ଷମତ ବଢ଼ିଯାଇଥାଏ l ମା ଲକ୍ଷ୍ମୀଙ୍କୁ ମଧ୍ୟ ଖିରି ଅତ୍ୟନ୍ତ ପସନ୍ଦ ଅଟେ ତେଣୁ ଏହି ଦିନ ଖିରି ପ୍ରସ୍ତୁତ କରିବା ଉଚିତ l