ମା ଲକ୍ଷ୍ମୀ ଙ୍କୁ ଧନ ର ଦେବୀ ବୋଲି କୁହାଯାଇ ଥାଏ, ଏହା ଆପଣ ହୁଏତ ଆମେ ସମସ୍ତେ ଜଣିଛେ । ଏବଂ ଅନେକ ଗୁଡ଼ିଏ ଫଟୋରେ ମଧ୍ୟ ଆମେ ଦେଖିବାକୁ ପାଇଥାଉ ଯେ ମା ଲକ୍ଷ୍ମୀ ନାରାୟଣ ଙ୍କ ପଦ ସେବା କରୁ ଥାଆନ୍ତି । ଏହାକୁ ନେଇ ପୁରାଣ ରେ ଅନେକ ଗୁଡ଼ିଏ କଥା ବର୍ଣ୍ଣିତ ହୋଇଛି ।
ପୌରାଣିକ ମାନ୍ୟତା ଅନୁସାରେ ଏକଦା ନାରଦ ମୁନି ମା ଲକ୍ଷ୍ମୀ ଙ୍କୁ ପଚାରି ଥିଲେ ଯେ ‘ ମା ଆପଣ ସର୍ବଦା ଭଗବାନ୍ ବିଷ୍ଣୁ ଙ୍କ ପଦ ସେବା କରି ଥାଆନ୍ତି ? ମାତା ଲକ୍ଷ୍ମୀ ଏହାର ଉତ୍ତର ରେ ନାରଦ ଙ୍କୁ କହିଥିଲେ ଯେ ‘ ଗ୍ରହ ମାନଙ୍କ ର ଖରାପ୍ ପ୍ରଭାବ ମଣିଷ ସହିତ ଭଗବାନ ଙ୍କ ଉପରେ ମଧ୍ୟ ଦେଖିବାକୁ ମିଳିଥାଏ । ‘
ମହିଳାଙ୍କ ହାତରେ ଦେବ ଗୁରୁ ରହି ଥାଆନ୍ତି –
– ମା ଲକ୍ଷ୍ମୀ କହିଥିଲେ ଯେ ନାରୀଙ୍କ ହାତରେ ଦେବ ଗୁରୁ ବୃହସ୍ପତି ବାସ କରନ୍ତି , ଓ ପୁରୁଷ ପାଦ ରେ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ବାସ କରି ଥାଆନ୍ତି ।
– ଏପରି ସ୍ଥିତି ରେ ଯେତେବେଳେ କୌଣସି ମହିଳା ନିଜ ସ୍ବାମୀ ଙ୍କ ପାଦ ସେବା କରନ୍ତି ସେତେବେଳେ ଦେବ ଓ ଦାନବ ଙ୍କ ର ମିଳନ ହୋଇଥାଏ । ଯେଉଁ କାରଣରୁ ଘରକୁ ଧନ, ବୈଭବ , ସୁଖ ଓ ସମୃଦ୍ଧି ର ଆଗମନ ହୋଇଥାଏ ।
– ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ପୁରାଣ ରେ ଉଲ୍ଲେଖ ରହିଛି ଯେ ମାତା ଲକ୍ଷ୍ମୀଙ୍କ ବଡ ଭଉଣୀ ଅଲକ୍ଷ୍ମୀ ଅଟନ୍ତି । ସେ କଦାପି ଆକର୍ଷଣୀୟ ନଥିଲେ ।
– ମାନ୍ୟତା ଅନୁସାରେ ସେ ଲକ୍ଷ୍ମୀ ଙ୍କ ପ୍ରତି ଈର୍ଷା କରୁଥିଲେ । ଯେତେବେଳେ ମା ଲକ୍ଷ୍ମୀ ଭଗବାନ୍ ବିଷ୍ଣୁ ଙ୍କ ସହିତ କୌଣସି ସ୍ଥାନ କୁ ଭ୍ରମଣ ରେ ଯାଇ ଥାଆନ୍ତି ସେହି ସମୟରେ ଅଲକ୍ଷ୍ମି ମଧ୍ୟ ତାଙ୍କ ସହିତ ଯାଇ ଥାଆନ୍ତି । ଏକଦା ମା ଲକ୍ଷ୍ମୀ ଅତି କ୍ରୋଧିତ ହୋଇ ନିଜ ଭଉଣୀ ଙ୍କୁ ଏହାର କାରଣ ବାରମ୍ବାର ପଚାରି ଥିଲେ । ଏହାର ଉତ୍ତର ରେ ଅଲକ୍ଷ୍ମୀ କହିଥିଲେ ଯେ ‘ ମୋର କୌଣସି ସ୍ବାମୀ ନାହାନ୍ତି ଯାହାଙ୍କ ର ମୁଁ ପୂଜା କରି ପାରିବି। ତେଣୁ ମୁଁ ଲକ୍ଷ୍ମୀ ଙ୍କ ସହିତ ରହୁଛି।
– ଏହାପରେ ମା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇ କହିଥିଲେ ଯେ ‘ ମୃତ୍ୟୁ ର ଦେବତା ତୁମର ସ୍ବାମୀ ଅଟନ୍ତି । ଯେଉଁ ଠାରେ ଅସନା ଆବର୍ଜନା, ଈର୍ଷା , ଲୋଭ ଓ ଆଳସ୍ୟ ରହିଥାଏ ସେଠାରେ ବାସ କରିବ।
– ମାନ୍ୟତା ଅନୁସାରେ ମା ଲକ୍ଷ୍ମୀ ଭଗବାନ୍ ବିଷ୍ଣୁ ଙ୍କ ଚରଣ ରେ ବସି ତାଙ୍କ ପାଦ ରୁ ସମସ୍ତ ଅପରିଷ୍କାର ଜିନିଷ କୁ ସଫା କରି ଥାଆନ୍ତି । କାହିଁକି ନା ଅଲକ୍ଷ୍ମୀ ତାଙ୍କ ନିକଟକୁ ଆସି ପାରିବେ ନାହିଁ ।
** ବିଶେଷ ସୂଚନା **
ଏହି ସମସ୍ତ ତଥ୍ୟ ମାନ୍ୟତା ଓ ବିଭିନ୍ନ ଧର୍ମ ଗ୍ରନ୍ଥ ଆଧାରରେ ଦିଆଯାଇଛି । **