Odisha news

ମା’ବିରଜାଙ୍କର ଶାରଦୀୟ ରଥଯାତ୍ରା ଉତ୍ସବ

0

ଯାଜପୁର:  ଭାରତର ପ୍ରାଚିନତମ ଶକ୍ତିପଠ ମଧ୍ୟରୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କର ଶକ୍ତିପିଠ ଅନ୍ୟତମ ଭାବେ ସାରା ବିଶ୍ୱବିଦିତ, କାହିଁ କେଉଁ ଅନାଦି କାଳରୁ ଯାଜପୁରରେ ମା’ବିରଜା ପୂଜା ପାଇଆସୁଛନ୍ତି । ମା’ବିରଜା ଦ୍ୱିଭୂଜା ଅଟନ୍ତି । ବାମ ହାତରେ ମହିଁଷିର ଲାଙ୍ଗୁଡ଼ ଧରିଥିବା ବେଳେ ଡ଼ାହାଣ ହାତରେ ତି୍ରଶୂଳ ଧରି ମହିଷିକୁ ବଧ କରିଛନ୍ତି । ମା’ଙ୍କ ମସ୍ତକରେ ଗଣେଶ, ବାସୁକି, ଯୋନିି, ଲିଙ୍ଗ, ଚନ୍ଦ୍ର ଶୋଭାପାଉଛି । ମା’ ପରମ ବୈଷ୍ଣବିଭାବେ ପୂଜା ପାଆନ୍ତି । ସାରା ବିଶ୍ୱରେ ଦ୍ୱିଭୂଜା ମୁର୍ତ୍ତି ପୂଜା ପାଉଥିବାର କେଉଁଠି ଦେଖିବାକୁ ମିଳେ ନାହିଁ । ମା’ବିରଜା ବନଦୁର୍ଗା ମନ୍ତ୍ରରେ ପୂଜା ପାଆନ୍ତି । ଏହି ମା’ବିରଜାଙ୍କ ଶକ୍ତିପିଠରେ ଆରମ୍ଭ ହୋଇଛି ବିଶେଷ ଦୁର୍ଗାତ୍ସବ ।

ଶରତ କାଳିନ ଦୁର୍ଗା ପୂଜା ଅବସରରେ ମା’ଙ୍କର ଷୋଳଦିନ ବ୍ୟାପି ବିଶେଷ ଷୋଡ଼ଶୋପ·ର ପୂଜା ସହ ଦେବୀଙ୍କର ପୂଜା ପର୍ବ ପାଳିତ ହୋଇଥାଏ । ଏହି ଷୋଡ଼ଶୋପ·ର ମଧ୍ୟରେ ମା’ଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ରଥ ନିର୍ମାଣ ନିମନ୍ତେ ଶୁଭ ସୁନିଆ ଠାରୁ ମା’ବିରଜାଙ୍କ ବନଯୋଗ ବିଧି ପର୍ବ ଅନୁଷ୍ଠିତ କରାଯାଇ ରଥପାଇଁ ବିଲ୍ୱକାଠ ଅନୁକୁଳ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।

ଆଶ୍ୱିନ ମାସ ଅମାବାସ୍ୟା ଦିନ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ । ଆଶ୍ୱିନ (କନ୍ୟା) ମାସ କୃଷ୍ଣା ଅଷ୍ଟମି ଦ୍ୱିତୀବାହାନ ଓଷା ଦିନ ଠାରୁ ମା’ଙ୍କର ଶରତ କାଳିନ ବିଶେଷ ଷୋଡ଼ଶୋପ·ର ପୂଜା ଆରମ୍ଭ ହୋଇଥାଏ । ଏହିଦିନ ମା’ଙ୍କ ମନ୍ଦିର ପଶ୍ଚିମ ପଟରେ ଥିବା ବ୍ରହ୍ମାକୁଣ୍ଡରେ ମା’ଙ୍କ ଘଟ ଆସି ନିମଜନ ହେବା ପରେ ନୂତନ କଳସରେ ବ୍ରହ୍ମାକୁଣ୍ଡରୁ ପାଣି ଅଣାଯାଇ ମା’ବିରଜାଙ୍କ ଯଜ୍ଞ ମଣ୍ଡପରେ ବିଶେଷ ଷୋଡ଼ଶୋପ·ର ପୂଜା ନିମନ୍ତେ ଅଷ୍ଟଶକ୍ତିର କଳସ ସ୍ଥାପନ କରାଯାଇଥାଏ । ଏହିଦିନ ମା’ଙ୍କୁ ମହାସ୍ନାନକରାଯାଇ ହରିଦ୍ରା ବସ୍ତ୍ର ପରିଧାନ କରାଯାଇ ବେଶ କରାଯାଇଥାଏ । ଶୁଭସୁନିଆ ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଆଶ୍ୱିନ ମାସ ଅମାବାସ୍ୟା ଦିନ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ । ଆଶ୍ୱିନ ଅମାବାସ୍ୟା ଦିନ ରଥଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ପ୍ରତିପଦା ଦିନ ମା’ଙ୍କ ସିଂହଧ୍ୱଜ ରଥ ପ୍ରତିଷ୍ଠା ପୂଜାତ୍ସୋବ ଅନୁଷ୍ଠିତ ହେବାପରେ ମନ୍ଦିର ଶ୍ରୀଅଙ୍ଗ ଲାଗି ସେବାୟତମାନେ ଏକ ସୁସଜ୍ଜିତ ବିମାନରେ ମା’ଙ୍କର ଚଳନ୍ତି ପ୍ରତିମାକୁ ରଥାରୁଢ଼ କରିବା ପରେ ସନ୍ଧ୍ୟା ସମୟରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ଏହିଦିନ ଠାରୁ ରଥ ଯାତ୍ରା ଆରମ୍ଭ ହେବା ହୋଇଥାଏ । ନବଦିନ ବ୍ୟାପି ମା’ଙ୍କର ବେଢ଼ାର ଚତୁଃପାଶ୍ୱର୍ରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ନବଦିନ ବ୍ୟାପି ରଥଯାତ୍ରା ଅନ୍ୟ କୌଣସି ଶକ୍ତିପିଠାରେ ଦେଖିବାକୁ ମିଳିନଥିଏ । ପ୍ରତିପଦା ଠାରୁ ମା’ଙ୍କର ନବଦିନ ବ୍ୟାପି ନବରାତ୍ରି ଦର୍ଶନ ଭକ୍ତମାନେ ସୁଯୋଗ ପାଇବା ସହ ମା’ଙ୍କର ପାଦ ଦର୍ଶନ କରିଥାଆନ୍ତି । ମୂଳାଷ୍ଟାମି ଠାରୁ ମହାଷ୍ଟମି ପର୍ଯ୍ୟନ୍ତ ପ୍ରତିଦିନ ଦୁଇ ଓଳି ମା’ବିରଜାଙ୍କୁ ଷୋଡ଼ଶୋପ·ର ପୂଜାରେ ପୂଜା କରାଯାଇଥାଏ । ଆମାବାସ୍ୟା ଠାରୁ ନବମି ପର୍ଯ୍ୟନ୍ତ ବୈତରଣୀ ଜଳ ଆସି ମା’ଙ୍କୁ ପ୍ରାତଃହରୁ ଜଳାଭିଶେକ କରାଯାଇଥାଏ ।

ଏହି ଷୋଡ଼ଶ ଦିବସିୟ ପୂଜାତ୍ସୋବରେ ପଞ୍ଚମି ଓ ଅଷ୍ଟମି ଦିନ ମା’ଙ୍କୁ ବିଶେଷଭାବେ ମହାସ୍ନାନ କରାଯାଇ ପଞ୍ଚମି ଠାରୁ ଅଷ୍ଟମି ପର୍ଯ୍ୟନ୍ତ ସୁନାବେଶରେ ସଜ୍ଜିତ କରାଯଇଥାଏ । ପଞ୍ଚମି ଠାରୁ ଯଜ୍ଞ ଆରମ୍ଭ ହୋଇ ମହାଷ୍ଟମିରେ ପୂର୍ଣ୍ଣାହୁତି ହୋଇଥାଏ । ମହାନବମି ଦିନ ମା’ବିରଜାଙ୍କ ଦିଗ୍ବିଜୟାଭିଜାନ ଲାଖବିନ୍ଧା ଉତ୍ସବ ଅର୍ଦ୍ଧରାତ୍ରରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ୧୭ ତାରିଖରେ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ଏହିଦିନ ଠାରୁ ନବଦିନ ବ୍ୟାପି ରଥଯାତ୍ରା ଆରମ୍ଭହୋଇଛି । ଅକ୍ଟୋବର ୨୦ ତାରିଖରେ ମା’ବିରଜାଙ୍କର ପଞ୍ଚମି ଅନୁଷ୍ଠିତ ହେଉଥିବା ବେଳେ ୨୧ ଓ ୨୨ ତାରିଖ ଷଷ୍ଠି ଓ ସପ୍ତମି ପୂଜା ଅନୁଷ୍ଠିତ ହେବ । ଅକ୍ଟୋବର ୨୩ ତାରିଖ ମହାଷ୍ଟମି ପୂଜା ଅନୁଷ୍ଠିତ ହେଉଥିବା ବେଳେ ୨୪ ତାରିଖ ଦିନ ମହାନବମୀ ପୂଜା ଅନୁଷ୍ଟିତ ହେବ ।

୨୫ ତାରିଖ ଦିନ ମା’ବିରଜାଙ୍କ ଦଶହରା ପର୍ବ ପାଳନ ହେବା ସହ ଘଟବିସର୍ଜନ କାର୍ଯ୍ୟ ଅନୁଷ୍ଠିତ ହେବ । ପୁରାଣ ବର୍ଣ୍ଣିତ ଅନୁଯାୟୀ ମା’ବିରଜାଙ୍କ ଏହି ବିଶେଷ ଷୋଡ଼ଶୋପ·ର ପୂଜା ଭକ୍ତମାନେ ମା’ବିରଜାଙ୍କର ପାଦ ଦର୍ଶନ କଲେ ପାପ, ତାପରୁ ମୁକ୍ତିପାଇଥାଆନ୍ତି । ଭାରତବର୍ଷର ବିଭିନ୍ନ କୋଣଅନୁକୋଣରୁ ମା’ବିରଜାଙ୍କର ବିଶେଷ ଷୋଡ଼ଶୋପ·ର ପୂଜା ଓ ରଥଯାତ୍ରା ଦେଖିବାକୁ ପାଇଁ ଭକ୍ତମାନେ ବିରଜା ପିଠକୁ ଧାଇଁଆସିଥାନ୍ତି । କିନ୍ତୁ ଚଳିତ ବର୍ଷ ମଳ ମାସ ପଡ଼ିଥିବାରୁ ଏହି ବିଶେଷ ଷୋଡ଼ଶୋପ·ର ପୂଜା ୪୬ଦିନ ଧରି ଅନୁଷ୍ଠିତ ହୋଇଛି । ଚଳିତ କରୋନା ମହାବାରି ଯୋଗୁ କୋଭିଡ଼୍-୧୯ ମାର୍ଗଦର୍ଶିକା ଅନୁଯାୟୀ ଏବଂ ଓଡ଼ିଶାର ଉଚ୍ଚତମ ନ୍ୟାୟଳର ନିଦେ୍ର୍ଦଶ ଅନୁଯାୟୀ ଯାଜପୁର ଜିଲ୍ଲାପାଳ ନିଦେ୍ର୍ଦଶକ୍ରମ ଚଳିତ ବର୍ଷ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଛି । ମା’ବିରଜା ମନ୍ଦିରର ସମସ୍ତ ବର୍ଗର ସେବାୟତ ଓ ପୋଲିସ୍ ବାହିନୀ ଦ୍ୱାରା କୋଭିଡ଼୍ ପରୀକ୍ଷା କରାଯାଇ ରଥ ଟଣା କାର୍ଯ୍ୟକ୍ରମ ଜାରି ରହିଚି

Leave A Reply