ଆଜି ହେଉଛି ସେପ୍ଟେମ୍ବର ୭ ତାରିଖ, ଆଜି ଲାଗୁଚି ବର୍ଷ ୨୦୨୫ ର ଶେଷ ଚନ୍ଦ୍ର ଗ୍ରହଣ, ଏହି ଚନ୍ଦ୍ର ଗ୍ରହଣ ଭାରତ ସମେତ ଏସିଆ, ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପ ର ଅନେକ ଅଂଶରେ ଦେଖିବାକୁ ମିଳିବ l ସବୁଠୁ ବିଶେଷ କଥାଟି ହେଲା ୨୦୨୨ ପରେ ଏହା ସବୁଠୁ ଲମ୍ବା ଚନ୍ଦ୍ର ଗ୍ରହଣ ହେବ, ଯେଉଁଥିରେ ଚନ୍ଦ୍ର ସମ୍ପୂର୍ଣ ୮୨ ମିନିଟ ପର୍ଯ୍ୟନ୍ତ ପୃଥିବୀ ର ଛାୟା ରେ ରହିବେ l
ଏହି ଚନ୍ଦ୍ର ଗ୍ରହଣ ଭାରତର ପ୍ରତ୍ୟେକ ସ୍ଥାନରେ ଦେଖିବାକୁ ମିଳିବ, କିନ୍ତୁ ଏହାକୁ ସବୁଠୁ ଠିକ ଭାବରେ ସେହି ଜାଗା ଗୁଡିକରେ ଦେଖାଯିବ, ଯେଉଁଠି ଆକାଶ ସଫା ରହିବ l ଭାରତୀୟ ସମୟ ଅନୁସାରେ ଆଜି ରାତି ୯ ଟା ୫୮ ମିନିଟ ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ , ଏବଂ ରାତି ୧୧ ଟା ୪୧ ମିନିଟ ରୁ ପୁର୍ଣ ଚନ୍ଦ୍ର ଗ୍ରହଣ ଦେଖାଯିବ l
ଏହି ସମୟ ରେ ଚନ୍ଦ୍ରମା ନାଲି ରଙ୍ଗର ଦେଖାଯିବେ, ଏବଂ ଗ୍ରହଣ ର ମୋକ୍ଷ ସମୟ ରାତି ୧ଟା ୨୫ ମିନିଟ ରହିବ l ଏହି ଗ୍ରହଣ କୁ ଦେଖିବାର ସବୁଠୁ ଭଲ ସମୟ ରାତି ୧୧ ଟାରୁ ୧୨, ଟା ୨୨ ମିନିଟ ଅଟେ l
ଚନ୍ଦ୍ର ଗ୍ରହଣ ଏଭଳି ଗୋଟିଏ ଭୌଗଳିକ ଘଟଣା ଯେଉଁଠି ସୂର୍ଯ୍ୟ ଏବଂ ଚନ୍ଦ୍ରମା ଙ୍କ ମଧ୍ୟରେ ପୃଥିବୀ ଆସିଥାଆନ୍ତି, ଯେଉଁ ସମୟରେ ପୁର୍ଣ ଚନ୍ଦ୍ର ଗ୍ରହଣ ଲାଗି ଯାଇଥାଏ ସେତେବେଳେ ଏହା ସମ୍ପୂର୍ଣ ନାଲି ଦେଖାଯିବ l ଯାହାକୁ ବ୍ଲଡ଼ ମୁନ କୁହାଯାଏ l ଚଳିତ ବର୍ଷ ଭାରତର ପୂର୍ବ ରାଜ୍ୟ ଯେପରିକି ପଶ୍ଚିମ ବଙ୍ଗ, ଓଡିଶା, ବିହାର ଏବଂ ଝାରଖଣ୍ଡ ରେ ଏହି ଚନ୍ଦ୍ର ଗ୍ରହଣ ଖୁବ ଭଲରେ ଦେଖିବାକୁ ମିଳିବ l
କେଉଁ ରାଜ୍ୟରେ ଦେଖିବାକୁ ମିଳିବ ସବୁଠୁ ଲମ୍ବା ଚନ୍ଦ୍ର ଗ୍ରହଣ ?
ଏଠାରେ ପ୍ରଶ୍ନ ଉଠୁଛି ଯେ କେଉଁ ରାଜ୍ୟରେ ଦେଖାଯିବ ସବୁଠୁ ଦୀର୍ଘ ଚନ୍ଦ୍ର ଗ୍ରହଣ, ସେହି ରାଜ୍ୟଟି ହେଉଛି ପଶ୍ଚିମ ବଙ୍ଗ, ପଶ୍ଚିମ ବଙ୍ଗ ରେ ଚନ୍ଦ୍ର ଖୁବ ଉଚରେ ଦେଖାଯିବେ, ଏବଂ ଏଠାରେ ଚନ୍ଦ୍ର ଗ୍ରହଣ କୁ ବିନା କୌଣସି ମାଗ୍ନିଫାଇନ୍ସ ଗ୍ଲାସ ରେ ଦେଖିହେବ l ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଭାରତରେ ଆକାଶ ସଫା ରହିବ ତେଣୁ ଏଠାରେ ଚନ୍ଦ୍ର ଗ୍ରହଣ ଖୁବ ଭଲରେ ଦେଖିହେବ l