Odisha news

ଚନ୍ଦ୍ର ଗ୍ରହଣ ୨୦୨୫ : କେଉଁଦିନ ଲାଗୁଚି ଚନ୍ଦ୍ର ଗ୍ରହଣ ଏବଂ କେତେବେଳେ ଆରମ୍ଭ ହେବ ହାଣ୍ଡି ଛାଡ଼ ସମୟ ?

0

ସେପ୍ଟେମ୍ୱର ମାସରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି, ଏହି ଚନ୍ଦ୍ର ଗ୍ରହଣ ଭାରତରେ ମଧ୍ୟ ଦେଖାଯିବ ଏବଂ ଏହାର ଛୁତକ ସମୟ ମଧ୍ୟ ମାନ୍ୟ ହେବ, ଏହା ଏକ ପୁର୍ଣ ଚନ୍ଦ୍ର ଗ୍ରହଣ ହେବ, ଯାହାକି କୁମ୍ଭ ରାଶି ଓ ପୂର୍ବାଭାଦ୍ରପଦ ନକ୍ଷତ୍ରରେ ଲାଗିବ, ଖଉଗଳିକ ବିତ ଙ୍କ ମତରେ ଏହାକୁ ବ୍ଲଡ଼ ମୁନ କୁହାଯାଉଛି, ଏହା ସେହି ସମୟ ଯେବେ ଆକାଶରେ ଚନ୍ଦ୍ରମା ସମ୍ପୂର୍ଣ ନାଲି ରଙ୍ଗର ଦେଖାଯାଇଥାଏ, କିନ୍ତୁ ଏହି ଚଦ୍ରଗ୍ରହଣ ର ତାରିଖ କୁ ନେଇ ଲୋକଙ୍କ ମଧ୍ୟରେ କନଫିୟୁଜ ଦେଖା ଦେଇଛି l

କଣ ରହିଛି ଚନ୍ଦ୍ର ଗ୍ରହଣ ର ବୈଶିଷ୍ଟ୍ୟ –
ଖଉଗଳବୀତ ଙ୍କ ମତରେ , ଯେତେବେଳେ ପୃଥିବୀ ନିଜ କକ୍ଷ ପଥରେ ଘୁରି ସୂର୍ଯ୍ୟ ଏବଂ ଚନ୍ଦ୍ରମା ଙ୍କ ମଧ୍ୟରେ ଆସିଯାଏ, ଏବଂ ସୂର୍ଯ୍ୟ ଙ୍କ ଆଲୋକ ଚନ୍ଦ୍ରମା ଙ୍କ ଉପରେ ପଡିପାରେ ନାହିଁ ,ଏପରି ସ୍ଥିତିରେ ଚନ୍ଦ୍ରମା ଙ୍କ ଉପରେ ପୃଥିବୀ ର ଛାୟା ପଡିଥାଏ ଏବଂ ଚନ୍ଦ୍ରମା ଙ୍କ ରଙ୍ଗ କଳା ହୋଇଯାଏ କିମ୍ବା ନାଲି ଦେଖାଯାଏ ଏହାକୁ ଚନ୍ଦ୍ର ଗ୍ରହଣ କୁହାଯାଇ ଥାଏ l

କେତେବେଳେ ଲାଗିବ ଚନ୍ଦ୍ର ଗ୍ରହଣ ?
ସେପ୍ଟେମ୍ବର ୭ ତାରିଖ ରେ ଲାଗିବ ଚନ୍ଦ୍ର ଗ୍ରହଣ ରାତି ୯ ଟା ୫୮ ମିନିଟ ରେ ଆରମ୍ଭ ହେବ ଏବଂ ରାତି ୧ଟା ୨୬ ମିନିଟ ରେ ଗ୍ରହଣ ସମ୍ପୂର୍ଣ ହେବ, ଚନ୍ଦ୍ର ଗ୍ରହଣ ର ସମ୍ପୂର୍ଣ ସମୟ ୩ଘଣ୍ଟା ୨୮ ମିନିଟ ରହିବ l

କେତେବେଳେ ଆରମ୍ଭ ହେବ ହାଣ୍ଡି ଛାଡ଼ ସମୟ ?-
ଏହି ଗ୍ରହଣ ଭାରତରେ ଦେଖାଦେବ, ତେଣୁ ଏହାର ଛୁତକ ସମୟ ମାନ୍ୟ ଅଟେ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଛୁତକ ସମୟ ୯ ଘଣ୍ଟା ପୂର୍ବରୁ ହେବ, ତେଣୁ ଛୁତକ ସମୟ ଦ୍ବିପ୍ରହର ୧୨ ଟା ୫୭ ମିନିଟ ରେ ଆରମ୍ଭ ହେବ l

କେଉଁସବୁ ସ୍ଥାନରେ ଦେଖାଯିବ ଏହି ଗ୍ରହଣ ? –
ଏହି ଚନ୍ଦ୍ର ଗ୍ରହଣ ଭାରତ ବ୍ୟତୀତ ଏସିଆ, ଅଷ୍ଟ୍ରେଲିଆ, ନିୟୁଜିଲ୍ୟାଣ୍ଡ, ଆମେରିକା , ଫିଜି ଏବଂ ଆଣ୍ଟର୍କଟିକା ର କିଛି ଭାଗରେ ଦେଖାଯିବ l

ଏହି ସମୟରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ –
– ଏହି ଛୁତକ ସମୟ ରେ ପୂଜା ପାଠ ବର୍ଜନୀୟ ଅଟେ l
– ଗର୍ଭବତୀ ମହିଳା ଙ୍କୁ ଗ୍ରହଣ ଦେଖିବା ମନା l
– ଗ୍ରହଣ ସମୟ ରେ ଝାଡୁ କରିବା, ଧୁଆ ପୋଛା କରିବା, ସିଲେଇ କରିବା ଇତ୍ୟାଦି ବର୍ଜନୀୟ ଅଟେ l
– ଏବଂ ବୟସ୍କ ଓ ଛୋଟ ପିଲା ଙ୍କ ହାଲୁକା ଖାଦ୍ୟ ଦେବା ଜରୁରୀ l
– ଏହି ସମୟରେ ପରିବା  କଟାକଟି ଏବଂ ବଟା ବଟି କରିବା ଉଚିତ ନୁହେଁ l
– ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ସମୟ ରେ ମଦ୍ୟ ପାନ ଏବଂ ମାଂସ ଭୋଜନ କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ଦେଖାଯାଏ l

ପିତୃପକ୍ଷ ଉପରେ କଣ ରହିବ ପ୍ରଭାବ –
ଏହି ଚନ୍ଦ୍ର ଗ୍ରହଣ ଭାଦ୍ରବ ମାସ ପୁର୍ଣିମା ତିଥିରେ ଲାଗୁଚି, ଏବଂ ଭାଦ୍ରବ ପୁର୍ଣିମା ଠାରୁ ପିତୃପକ୍ଷ ର ଆରମ୍ଭ ହେଉଛି, ଏବଂ ସେପ୍ଟେମ୍ବର ୭ ଚନ୍ଦ୍ର ଗ୍ରହଣ ଦିନ ହିଁ ପୁର୍ଣିମା ତିଥିରେ ଶ୍ରାଦ୍ଧ ଦିଆଯାଇଥାଏ, ତେଣୁ ଏହି ଗ୍ରହଣ ପିତୃପକ୍ଷ ଶ୍ରାଦ୍ଧ ଉପରେ କିଛିଟା ପ୍ରଭାବ ପକାଇବ l ଏହାଛଡା ଜ୍ୟୋତିଷ ଶାସ୍ତ୍ରରେ ଆପଣ ଗ୍ରହଣ ପୂର୍ବରୁ ଶ୍ରାଦ୍ଧ ପକାଇ ପାରିବେ l

Leave A Reply