ଦିପ୍ତିମୟୀ ନାୟକ : ଆଜିକାଲିର ଯୁବପିଢ଼ି ପ୍ରେମକୁ ନେଇ ଭାରି ସିରିଏସ୍ | ସେମାନଙ୍କ ପ୍ରେମିକା ଯଦି ସେମାନଙ୍କୁ ଧୋକା ଦିଏ ତେବେ ସେମାନେ ମୃତ୍ୟୁକୁ ହିଁ ଏକମାତ୍ର ବାଟ ବାଛି ଦେଉଛନ୍ତି | ସେମାନେ କେବେ ଏକଥା ଭାବୁ ନାହାନ୍ତି ଯେ ସେମାନେ ଏ ଦୁନିଆରୁ ଚାଲିଗଲେ ତାଙ୍କ ବାପ-ମାଙ୍କୁ କିଏ ସମ୍ଭାଳିବ | ପ୍ରଥମତଃ ସେମାନେ ଚାଲିଗଲେ ଏ ସମାଜ ତାଙ୍କ ବାପ-ମାଙ୍କୁ କି ଦୃଷ୍ଟିରେ ଦେଖିବ | ଲୋକମାନେ ସେମାଙ୍କୁ ସମ୍ଭାଳିବେ କଣ ଓଲଟା ସେମାନଙ୍କୁ ଗୁଞ୍ଜଣା ଦେବେ ପିଲାଙ୍କୁ କିଭଳି ପାଳନ କରିଥିଲେ କେଜାଣି ପିଲା ଶେଷରେ ଆଉ କେଉଁ ଝିଅ ପାଇଁ ନିଜ ଜୀବନ ଦେଇଦେଲା | ହେଲେ ସେମାନେ ତ ବାହାର ଲୋକ କହି ଚାଲିବେ ଆଉ ବାପ-ମା ପୁଅ ଚାଲିଯିବା ଦୁଃଖରେ ଛାତିରେ ପଥର ଲଦି ସମାଜର ଲୋକଙ୍କ କଥା ଶୁଣି ଚାଲିଥିବେ | ମାକୁ ତା ଦଶ ମାସର ଗର୍ଭ ଧାରଣ କଷ୍ଟ ଠାରୁ ଏ କଷ୍ଟ ଟିକେ ବେସି ଲାଗିବ ଆଉ ବାପଙ୍କୁ କିଏ ବୁଝେଇବ ସେ ତ ଜିଇଁ ଥାଉ ଥାଉ ତାଙ୍କ ଦେହରେ ଜୀବନ ହିଁ ନଥିବ | ତେବେ ଆଗାମୀ ଯୁବପିଢ଼ିଙ୍କ ପାଇଁ ଏତିକି କହିବି ପ୍ରେମ କର ପାପ ନୁହେଁ କିନ୍ତୁ ପ୍ରେମରେ ବିଫଳ ହୋଇ ଜୀବନ ଦେଲେ ପାପ | କୁହାଯାଏ ଯେଉଁଠି ଏକ ତରଫା ପ୍ରେମ ହେଇଯାଏ ସେଠି ଏମିତି ମୃତ୍ୟୁ ସଂଖ୍ୟା ବଢିଥାଏ |
କିନ୍ତୁ ଆଜିର କିଛି ଯୁବତୀ ଟଙ୍କା ଦେଖି ପ୍ରେମ କରୁଛନ୍ତି ଏଟା କାହାକୁ ଖରାପ ଲାଗିଥାଇ ପାରେ କିନ୍ତୁ ଏଟା ନିରାଟ ସତ | ଆଉ ଏ ସତକୁ ଯିଏ ଯେତେ ଲୁଚେଇବ ଦିନେନା ଦିନେ ସମସ୍ତଙ୍କ ସାମ୍ନାକୁ ଆସିବ କିନ୍ତୁ ଯୁବତୀ ଜଣକର କିଛି ହେବନି କିନ୍ତୁ ଯୁବକ ଜଣକର ଜୀବନ ଯିବ କାରଣ ଯୁବକ ଜଣକ ଜାଣିନଥାଏ ସେ ଯେଉଁ ଯୁବତୀ ଜଣକୁ ହୃଦୟ ଦେଇ ଭଲ ପାଇ ସାରିଛି ସେ ଯୁବତୀ ଜଣକ ତାକୁ ନୁହେଁ ତା ପଇସାକୁ ଭଲ ପାଏ ଆଉ ଯେତେବେଳେ ସେହି ଯୁବକ ଜଣକ ପାଖରୁ ପଇସା ସରିଯାଏ ସେହି ଯୁବତୀ ଜଣକ ପାଇଁ ଆଉ ଗୋଟେ ବଏଫ୍ରେଣ୍ଡ ମିଳିଯାଏ ଆଉ ଶେଷରେ ସେ ସମ୍ପୃକ୍ତ ଯୁବକ ଜଣକୁ ଭୁଲିଯିବାର ନାଟକ କରେ ଆଉ ଯେତେବେଳେ ସେହି ଯୁବକ ଜଣକ ତାକୁ ଛାଡି ରହିପାରିବନି କାନ୍ଦି କାନ୍ଦି କୁହେ ଯୁବତୀ ଜଣକ ମନରେ କେବଳ ଘୃଣାଭାବ ଥାଏ | ହଁ ପକୃତ ପ୍ରେମରେ ରାଗ,ରୁଷା,ଅଭିମାନ ଅଛି କିନ୍ତୁ ଘୃଣାଭାବ ନଥାଏ | ଏ ପ୍ରେମରେ ବିବାହ ଅଛି କିନ୍ତୁ ବିଚ୍ଛେଦ ନଥାଏ | ଆଉ ଯେତେବେଳେ ଅର୍ଥ ଦେଖି କେହି କାହାକୁ ଭଲ ପାଆନ୍ତି ନା ସେ ପ୍ରେମରେ କେବଳ ଅର୍ଥ ଦେଖାଯାଇଥାଏ | ବିବାହ ନୁହେଁ ମରଣ ଲେଖା ହୋଇଥାଏ | ଜୀବନ ସାଥି ଏମିତି ବାଛ ଯିଏ ତମ ଅର୍ଥକୁ ନୁହେଁ ତମକୁ ଭଲ ପାଉଥିବ | ଆଉ ଏକ ତରଫା ପ୍ରେମ ନୁହେଁ ଯେମିତି ହୃଦୟର କଥା ଅନ୍ୟ ଜଣେ ବୁଝି ତମକୁ ସେ ଭଲ ପାଉଥିବ | ପ୍ରେମ ସବୁବେଳେ ଅମର ରୁହେ ଯେତେବେଳେ ଆପଣାର ଲୋକଟା ମନ କଥା ବୁଝିବାକୁ ଲାଗେ |
ତେବେ ଭାରତରେ ଅନେକ ସମସ୍ୟା ଥାଏ | କିନ୍ତୁ ସେହି ସମସ୍ୟା ଭିତରେ ପ୍ରେମ କରି ମୃତ୍ୟୁ ବରଣ କରୁଥିବା ପୁଅଙ୍କ ସଂଖ୍ୟା ଅଧିକ ଥାଏ | ଯେତେବେଳେ କୁହାଯାଏ ମୋ ଭାରତ ମହାନ ସେତେବେଳେ ଏଇ ପ୍ରେମକୁ ନେଇ କାହିଁକି ଆଜିର ଭାରତରେ ଏତେ ବିଶୃଙ୍ଖଳା ଘଟୁଛି | ଯେଉଁଠି କୁହାଯାଏ ପ୍ରେମ ଅମର |ପ୍ରେମ ବିନା ମଣିଷ ସାର୍ଥକ ନୁହେଁ ନିରର୍ଥକ |ତେବେ ସେଠି କାହିଁକି ରାତି ପାହିଲେ ପ୍ରେମ ଜନିତ ସମସ୍ୟାରେ ପୁଅଙ୍କ ମୃତ୍ୟୁ ସଂଖ୍ୟା ବଢୁଛି | କଣ ପ୍ରେମ କରିବା ଭୁଲ ନା ଯିଏ ପ୍ରେମ କରେ ସେ ଭୁଲ | କିନ୍ତୁ ହଁ ପ୍ରେମ ଯେତେବେଳେ ହୁଏ ପରସ୍ପର ଭିତରେ ପ୍ରେମର ନିବିଡ଼ତା ଟିକେ ଅଧିକ ବଢିଯାଇଥାଏ ତା ମାନେ ନୁହେଁ ପ୍ରେମକୁ ନ ପାଇଲେ ମୃତ୍ୟୁକୁ ଏକମାତ୍ର ବାଟ ବାଛିଦେବ |
ଆଜିର ସମାଜରେ ଝିଅଙ୍କ ପାଇଁ ବହୁତ ଗୁଡିଏ ଆଇନ ହେଉଛି ଯଦି ଝିଅ ପ୍ରେମ କରି ଧୋକା ଖାଉଛି କିମ୍ବା ବିବାହ ପୂର୍ବରୁ ମା ହେଉଛି ତେବେ ତା ପାଇଁ ଅନେକ ମହିଳା କମିସନର ହୁଅନ୍ତୁ କି ପୋଲିସ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି |କିନ୍ତୁ ଯେତେବେଳେ ଗୋଟେ ପୁଅ ପ୍ରେମରେ ବିଫଳ ହୋଇ ଆତ୍ମା ହତ୍ୟା କରୁଛି ତାହାଲେ କାହିଁକି ସେହି ଝିଅ ନାଁରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ | ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର | ଗୋଟିଏ ଝିଅକୁ ଏଠି ଘଣ୍ଟ ଘୋଡାଇ ରଖିଦେଲେ ଏଠି ଅନେକ ପୁଅଙ୍କ ଜୀବନ ଯିବ | ସବୁବେଳେ ଦୋଷୀକୁ ତାର ଦଣ୍ଡ ଦେବା ଦରକାର | କାହିଁକି ସବୁବେଳେ ଗୋଟେ ପୁଅକୁ ଦାୟୀ କରାଯିବ ଆଉ ଗୋଟେ ଝିଅକୁ ନୁହେଁ | କଣ ସେ ଗୋଟେ ନାରୀ ବୋଲି ଯାହା କରିପାରିବ ଆଉ ଗୋଟେ ପୁରୁଷ ଉପରେ ଯେତେ ଅନ୍ୟାୟ ହେଲେ ସେ ଚୁପ ରହିବ |
ଆଜିବି ଆମ ସମାଜରେ କିଛି ନାରୀ ମାନଙ୍କ ପାଇଁ କିଛି ପୁରୁଷ ବର୍ବାଦିର କାରଣ ହେଉଛନ୍ତି | ସେତେବେଳେ ପ୍ରେମ କରି ମୃତ୍ୟୁ ବରଣ କରିବା ସଂଖ୍ୟା ବହୁତ କମ ଥିଲା କିନ୍ତୁ ଏବେ ସକାଳ ହଉ ହଉ ପେପର କି ଟିଭି ଖୋଲିଦେଲେ | ପ୍ରେମରେ ବିଫଳ ହୋଇ ଯୁବକ ମୃତ | ତେବେ ପ୍ରେମ କରିବା ସେମାନଙ୍କ ବିଚାର ଥିଲା ଯଦି କୁହନ୍ତି ତେବେ ହଁ ଠିକ ଅଛି କିନ୍ତୁ ଯେତେବେଳେ ଗୋଟେ ନାରୀ ପ୍ରେମ କରି ବିଫଳ ହୁଏ ଆଉ ଶେଷରେ ଗର୍ଭବତୀ ହୁଏ ତାହାଲେ କାହିଁକି ପୋଲିସ ସେହି ଯୁବକ ଜଣକ ପଛରେ ପଡନ୍ତି ଏବଂ ସେହି ଝିଅର ବିବାହ ସେହି ପୁଅ ସହ କରନ୍ତି | ଠିକ ସେମିତି ଯଦି କୌଣସି ପୁଅ ପ୍ରେମରେ ବିଫଳ ହୁଅନ୍ତି ତେବେ ଆତ୍ମହତ୍ୟାକୁ ଏକମାତ୍ର ବାଟ ବୋଲି ଭାବନ୍ତୁନି କି ନିଜ ପ୍ରେମରେ ଏତେ ଅନ୍ଧ ହୁଅନ୍ତୁନି | ଆଇନର ସହାୟତା ନିଅନ୍ତୁ ଆଉ ଆଇନ ଯଦି କୌଣସି ପଦକ୍ଷେପ ନ ନିଏ ତେବେ ଚିନ୍ତା କରନ୍ତୁନି ଦୁନିଆରେ ସେହି ଗୋଟିଏ ଝିଅ ନଥିଲା ଯାହାକୁ ତମେ ଭଲ ପାଉଥିଲ ସେଟା ଜରୁରୀ କଥା ନୁହେଁ | ତମକୁ କିଏ ଭଲ ପାଇଲା ସେଟା ଜରୁରୀ | ନିଜ ବାପ-ମା, ଭାଇ-ଭଉଣୀ ସାହି-ପଡୋଶୀ,ବନ୍ଧୁ ପରିଜନଙ୍କ ଭଲ ପାଇବା ଠାରୁ ସେ ପ୍ରେମ ଜରୁରୀ ପ୍ରେମ ନୁହେଁ | ନିଜ ବାପ-ମାଙ୍କ ଇଚ୍ଛାରେ ବାହା ହୁଅ ଖୁସିରେ ଜୀବନ ବିତାଅ | କିନ୍ତୁ ହଁ ଯେତେବେଳେ ଜାଣୁଛ ତମକୁ କିଏ ଧୋକା ଦେଉଛି ତାକୁ ମନେଇକି ଭଲ ପାଇଲେ କିଛି ଲାଭ ନାହିଁ ବରଂ ତା ଠାରୁ ଦୂରେଇ ରୁହ | ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କର |
ବିଗତ କିଛି ଦିନ ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାର ବିଷୟ ପାଲଟିଥିଲା ପ୍ରେମରେ ବିଫଳ ହୋଇ ମୃତ୍ୟୁ ବରଣ କରୁଥିବା ପୁଅଙ୍କ ସଂଖ୍ୟା | କିନ୍ତୁ ଯେଉଁମାନେ ପ୍ରେମ କରି ପ୍ରେମରେ ବିଫଳ ହେଉଛନ୍ତି ସେମାନେ ତ ଦୁନିଆ ଛାଡି ଚାଲିଯାଉଛନ୍ତି କିନ୍ତୁ ଝିଅ ମାନେ ଖୋଲରେ ବୁଲିଲା | ଗଣମାଧ୍ୟମରେ ପ୍ରେମ ଓ ମୃତ୍ୟୁର କାହାଣୀ ଗୁଡିକ ଶୁଣି ଶୁଣି ନ୍ୟୁଜ ଦେଖି ଦେଖି ଏମିତି ଲାଗେ ଯେମିତି ନ୍ୟାୟ ମିଳିଯିବ ସେହି ପୁଅମାନଙ୍କୁ କିନ୍ତୁ ନା ସେ ପା ଗୋଟେ ପୁଅ ଥିଲା ଆଉ ଝିଅ | ଯିଏ ଚାଲିଯାଉଛି ତା କେସ୍ ଚାପିଦିଅ ଆଉ ଗୋଟେ କେସ୍ ଲେଖିବାପାଇଁ କାଗଜ କଲମ ଖୋଲା ରଖିଥାଅ | କେବଳ ନୁହେଁ ପ୍ରେମରେ ବିଫଳ ହୋଇ ଅନେକ ଯୁବକ ମୃତ୍ୟୁବରଣ କରୁଛନ୍ତି ଯାହା ସାମ୍ନାକୁ ଆସିକି ବି ସତ୍ୟାସତ୍ୟ ପଦାକୁ ଆସିପାରୁବି |କି ପୋଲିସ ପ୍ରଶାସନ ସଠିକ ଭାବରେ ତଦନ୍ତ କରୁନି | ଏଠି କେବଳ ପ୍ରେମରେ ଜୀବନ ଦେଇଥିବା ପୁଅ ଦାୟୀ ନୁହେଁ ପ୍ରେମ କରି ଧୋକା ଦେଇଥିବା ଝିଅ ବହୁ ମାତ୍ରାରେ ଦାୟୀ ରୁହନ୍ତି | ଯଦି ଆଇନ ତାର ଉଚିତ ପଦକ୍ଷେପ ନିଅନ୍ତା ତେବେ ପ୍ରେମରେ ବିଫଳ ହେଉଥିବା ପୁଅଙ୍କ ମୃତ୍ୟୁ ସଂଖ୍ୟା କମନ୍ତା |