ହିଂଜିଳିକାଟୁ, ୮ା୭ : ଗଂଜାମ ଜିଲ୍ଲା ହିଂଜିଳି ଥାନା ବ୍ରାହ୍ମଣଛାଇରେ ପ୍ରେମ ସର୍ମ୍ପକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ମଙ୍ଗଳବାର ଦିନତମାମ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କୁହୁଳି ଉଠୁଥିବା ନିଅାଁ ରାତ୍ର ସମୟରେ ଉଗ୍ର ରୂପ ଧାରଣ କରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ସଂପୃକ୍ତ ପଂଚାୟତର ସରଂପଚଙ୍କ ସମେତ ୯ ଜଣ ଗୁରୁତର ଆହତ ହୋଇଥଲେ । ଏ ନେଇ ଗ୍ରାମର ସଂଜୁ ପ୍ରଧାନଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୩୫୧/୨୧ ଓ ବିଜୟ ଜେନାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୩୫୨/୨୧ରେ ୨ଟି ମାମଲା ରୁଜୁ କରି ପୁଲିସ ଉଭୟ ଗୋଷ୍ଠୀର ୫ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା । ସଂପୃକ୍ତ ଗୋଷ୍ଠୀ ସଂର୍ଘଷ ଘଟଣାରେ ସଂପୃକ୍ତି ଥିବା ନେଇ କେଶ ନଂ- ୩୫୧ରେ ସଂପୃକ୍ତ ଗ୍ରାମର ୪ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ନୟନ ମଲ୍ଲିକ (୪୫), ମଙ୍ଗୁଳୁ ପୃଷ୍ଟି (୨୧), ସିତାରାମ ଜେନା(୩୯) ଓ ଅନନ୍ତ ଆପଟ (୩୫) । ସେହିପରି କେଶ ନଂ- ୩୫୨ରେ ଗ୍ରାମର ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମାନେ ହେଲେ ସଂପୃକ୍ତ ଗ୍ରାମର ସନ୍ତ ପ୍ରଧାନ (୫୮), ଡ଼ାକ ପ୍ରଧାନ(୫୦) ଓ କାଲା ପ୍ରଧାନ (୪୫) । ଗିରଫ ମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।
Comments are closed.