ହିଞ୍ଜିଳିକାଟୁ, ୮/୭ (ନିପ୍ର):- ଗତ ପ୍ରାୟ ୨ ବର୍ଷ ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ପୁଣି ନୀଳ ପଲସର ଆତଙ୍କ ସୃଷ୍ଟି କରିଛି । ବୁଧବାର ରାତି ପ୍ରାୟ ସାଢେ଼ ଆଠଟା ସମୟରେ ସ୍ଥାନୀୟ ପୈାରାଞ୍ଚଳ ବଇଞ୍ଚବଣିଆ ଛକ ନିକଟରେ ତ୍ରିପତି ବାଲାଜୀ ନାମକ ଜଣେ ବ୍ୟକ୍ତି ଠିଆ ହୋଇଥିବା ବେଳେ ସେହି ସମୟରେ ଏକ ନୀଳ ପଲସର ବାଇକ୍ ରେ ୩ ଜଣ ଯୁବକ ଆସି ଆଖି ପିଛୁଳାକେ ସଂପୃକ୍ତ ବ୍ୟକ୍ତିଙ୍କ ସାର୍ଟ ପକେଟ୍ ରୁ ମୋବାଇଲ ଝାମ୍ପି ଚମ୍ପଟ ମାରିଥିଲେ ।
ପରେ ସହରର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ସ୍ଥାନୀୟ ବସ ଟର୍ମିନାଲ ନିକଟରୁ ନୀଳ ପଲସର ବାଇକ୍ ଯୋଗେ ୩ ଯୁବକ ଆସି ସ୍ଥାନୀୟ ପୈାରାଞ୍ଚଳ ମୋହନ କଲୋନୀ ଅଞ୍ଚଳର ମନ୍ମଥ ସାହୁଙ୍କୁ ଠିକଣା ପଚାରିବା ବାହାନା କରି ସାର୍ଟ ପକେଟ୍ ରୁ ମୋବାଇଲ ଝାମ୍ପି ଚମ୍ପଟ ମାରିଥିଲେ । ଗୁରୁବାର ସନ୍ଧ୍ୟାରେ ପୁଣିଥରେ ଏକ ନୀଳ ରଙ୍ଗର ପଲସର ବାଇକ୍ ଯୋଗେ ୨ ଯୁବକ ଆସି ସ୍ଥାନୀୟ ପୈାରାଞ୍ଚଳ ବଇଞ୍ଚବଣିଆ ଛକରେ ଜଣେ ଯୁବକଙ୍କ ଠାରୁ ମୋବାଇଲ ଝାମ୍ପି ଚମ୍ପଟ ମାରିଥିଲେ । ଗତକାଲି ୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ନୀଳ ରଙ୍ଗର ପଲସର ବାଇକ୍ ଆତଙ୍କ ଦେଖାଦେଇଛି । ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପୁଲିସ ପେଟ୍ରୋଲି କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
Comments are closed.