Odisha news

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

0

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ଜୀ ପୁର ଗ୍ରାମ ନିକଟସ୍ଥ ଏକ ବଗିଚାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି.ଶବ ଦ୍ବୟ  ଜୀ ପୁର ପ୍ରଧାନ ସାହିର ବଳଭଦ୍ର ନାୟକ  24 ଓ ନର୍ମଦା ନାୟକ 20 ଙ୍କର ଅଟେ. ସତ୍ୟବାଦୀ ପୋଲିସ ଶବ ୨ ଟିକୁ ଉଦ୍ଧାର କରି ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛନ୍ତି l

ଆଜି ସକାଳେ ଜୀ ପୁର ଗ୍ରାମର ଜନୈକ ବ୍ୟକ୍ତି ଶୌଚ ନିମନ୍ତେ ଯାଇଥିଲେ. ଗଛରେ ଝୁଲନ୍ତା ଶବ ଦ୍ବୟ ଦେଖିବା ପରେ ଗ୍ରାମକୁ ଖବର ଦେଇଥିଲେ. ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ l
ଗ୍ରାମ ନିକଟ  ଗହୀରରେ ଏକ କୀଟନାଶକ ବୋତଲ ପଡ଼ିଅଛି. ସେଠାରେ ବାନ୍ତି କରିଛନ୍ତି. ଗହୀର ନିକଟବଗିଚାରେ  ଥିବା ଏକ ଆମ୍ବ ଗଛରେ ପ୍ରେମିକ ନିଜ ଫୁଲ ପ୍ୟାଣ୍ଟ ଗଳାରେ ବାନ୍ଧି ଓହଳି ପଡିଛନ୍ତି. ପ୍ରେମିକଙ୍କ ହାତ ଏକ ରୁମାଲରେ ପଛ ପଟକୁ ବନ୍ଧା ହୋଇଅଛି. ସେହିପରି ପ୍ରେମିକା ନିଜ ଓଢଣୀକୁ ଗଳାରେ ବାନ୍ଧି ଓହଳି ପଡିଛନ୍ତି l
ଅନୁସନ୍ଧାନରୁ ଜଣାପଡିଛି, ପ୍ରେମୀ ଯୁଗଳ ଗତକାଲି ରାତିରେ ନିଜ ନିଜ ଘରେ ରହିଥିଲେ ବୋଲି ପ୍ରେମିକ ଓ ପ୍ରେମିକା ପରିବାର ସୂତ୍ରରୁ ଜଣାପଡିଛି. ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ସମ୍ପର୍କରେ ଉଭୟ ପରିବାର ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି.
ମାତ୍ର ପ୍ରେମିକଙ୍କ ହାତ ପଛପଟେ ବନ୍ଧା ହୋଇଥିବାରୁ ସାଧାରଣରେ ସଂଶୟ ସୃଷ୍ଟି ହୋଇଅଛି l  ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସତ୍ୟବାଦୀ ଆଇ ଆଇ ସି ଦେବୀ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି.
Leave A Reply