Odisha news

ଏହି ଉପାୟକୁ ଆପଣାଇ ଶନିବାର ଦିନ ଦୂର କରନ୍ତୁ ସମସ୍ତ ସଙ୍କଟ ଓ ବ୍ୟବସାୟ ଏବଂ ଚାକିରୀରେ ଉନ୍ନତି ହେବ

0

ନ୍ୟାୟ ର ଦେବତା ଶନି ଦେବଯେତେ ଶୀଘ୍ର ଅସନ୍ତୁଷ୍ଟ ହୋଇ ଥାଆନ୍ତି, ସେତେ ଶୀଘ୍ର ମଧ୍ୟ ସନ୍ତୁଷ୍ଟ ହୋଇ ଥାଆନ୍ତି l ଶନିଦେବ ସବୁବେଳେ କର୍ମ ଆଧାରରେ ଫଳ ଦେଇ ଥାଆନ୍ତି l ତେଣୁ ସେଥିପାଇଁ ଶନିବାର ଦିନ କିଛିଟା ଉପାୟକୁ ଆପଣାଇ ଏହି ସବୁ ଅସୁବିଧାରୁ ନିଜକୁ ସୁରକ୍ଷିତ ରଖି ପାରିବେ l

* ଜ୍ୟୋତିଷଶାସ୍ତ୍ର ଅନୁସାରେ କୁଣ୍ଡଳୀ ରେ ଶନି ଦୋଷ ଥିଲେ ଚାକିରୀ ଓ ବ୍ୟବସାୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ l ଯଦି ଆପଣଙ୍କ ସହିତ ଏପରି ଘଟୁଛି ତେବେ ଶନିବାର ଦିନ ଗୋଟିଏ ନୂଆ ତାଲା କିଣି ଘରକୁ ଆଣନ୍ତୁ ସମସ୍ତ ସଙ୍କଟ ଦୂର ହେବ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ବି ଆପଣ ତାଲା କିଣୁଛନ୍ତି ଟିକିଏ ସମାଧାନ ରୁହନ୍ତୁ l କେବେବି ଏହି ତାଲା କୁ ଚେକ କରିବା ପାଇଁ ନିଜେ ଖୋଲନ୍ତୁ ନାହିଁ କିମ୍ବା ଦୋକାନୀକୁ ଖୋଲିବାକୁ ଦିଅନ୍ତୁ ନାହିଁ l ଏହି ତାଲା ଟିକୁ ଶୁକ୍ରବାର ଦିନ ନିଜ ଶୋଇବା କୋଠରୀରେ ରଖି ଦିଅନ୍ତୁ, ଏହାପରେ ଶନିବାର ଦିନ ନିଜର ନିତ୍ୟ କର୍ମ ସାରି ତାଲା କୁ ନଖୋଲି ଚାବି ଲଗାଇ କୌଣସି ମନ୍ଦିରରେ ରଖି ଦିଅନ୍ତୁ l ଯଦି କେହି ବ୍ୟକ୍ତି ଏହି ତାଲା କୁ ଖୋଲିବେ ତେବେ ଜାଣିବେ ଆପଣଙ୍କ ଭାଗ୍ୟ ଖୋଲିଯିବ l ଯାହାବି ଘଟିବ ତାହା ଆପଣଙ୍କ ଅଜାଣତ ରେ ଘଟିବା ଆବଶ୍ୟକ l

* ଶନି ଦୋଷ କାରଣରୁ ଅଧିକାଂଶ ସମୟ ମଣିଷ ଋଣ ଭାରରେ ଖୁବ ପେଷି ହୋଇଥାଏ କିମ୍ବା ଚାକିରୀ କ୍ଷେତ୍ରରେ ଉଚ ଅଧିକାରୀ ଓ ସହଯୋଗୀଙ୍କ ଦ୍ୱାରା ଅସମ୍ମାନ ହେବାକୁ ପଡିଥାଏ l ତେବେ ଆପଣ ଶନିବାର ଦିନ ଶନିଦେବ ଙ୍କ ସହିତ ହନୁମାନଙ୍କୁ ପୂଜା କରନ୍ତୁ l ଏହାପରେ ସନ୍ଧ୍ୟା ସମୟରେ ମାଛ ମାନଙ୍କୁ ଦାନା ଖୁଆନ୍ତୁ l

* ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ଯଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଶନିବାର ଦିନ ନିଜର ପିନ୍ଧା ଚପଲ କାହାକୁ ଦାନ କରନ୍ତୁ l ମାନ୍ୟତା ରହିଛି ଯେ ଶନିବାର ଦିନ ଏହି ଉପାୟକୁ ଆପଣାଇ ଚାକିରୀ କ୍ଷେତ୍ରରେ ଉନ୍ନତି କରି ପାରିବେ l

* ଜ୍ୟୋତିଷଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ କାମ ହେବାକୁ ଥିବା ବେଳେ ବିଗିଡି ଯାଇଥାଏ l ବେଳେବେଳେ ଦେଇଥିବା ପଇସା ଆମେ ଫେରି ପାଇ ନଥାଉ l ଏହାକୁ କୁହାଯାଏ ଶନି ଦୋଷର ପ୍ରଭାବ ଏହାକୁ ଦୂର କରିବା ପାଇଁ ଆପଣ ଶନିବାର ଦିନ ହନୁମାନ ଓ ଶନିଦେବ ଙ୍କୁ ସ୍ମରଣ କରନ୍ତୁ l ଏହାପରେ ଖଣ୍ଡିଏ ରୁଟି ନେଇ ତାହାକୁ ଗୋଟିଏ କାଉ କୁ ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ l

Leave A Reply