Odisha news

ମଦ ଠାରୁ ଅଧିକ ବିଷାକ୍ତ ଏହି ୩ଟି ଜିନିଷ,  ଯାହାକି ଲିଭର ପାଇଁ ବିପଦ ପୂର୍ଣ୍ଣ  : ରିସର୍ଚ୍ଚ

0

ଲିଭର ଶରୀରର ସବୁଠୁ ମହତ୍ଵପୁର୍ଣ ଅଙ୍ଗ ଅଟେ, ଯାହାକୁ ଶରୀରର ରସାୟନ ଶାଳା କୁହାଯାଇ ଥାଏ l ଏହା ଶରୀର ମଧ୍ୟରେ ଅନେକ ମହତ୍ଵପୁର୍ଣ କାର୍ଯ୍ୟ କରିଥାଏ l ଲିଭର ପିତ ପ୍ରସ୍ତୁତ କରିଥାଏ ଏବଂ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ l

* ଲିଭର ର କାର୍ଯ୍ୟ –
–  ଲିଭର ଶରୀରରେ ଅତିରିକ୍ତ ଗ୍ଲୁକୋଜ କୁ ଗ୍ଲାଇକୋଜେନ ଭାବରେ ସ୍ତର କରିଥାଏ ଏବଂ ଯେତେବେଳେ ଶରୀରକୁ ଉର୍ଜାର ଆବଶ୍ୟକତା ହୋଇଥାଏ ସେତେବେଳେ ଯୋଗାଇ ଥାଏ l

– ଲିଭର ଶରୀରରେ ପ୍ରବେଶ କରୁଥିବା ଅନେକ ବିଷାକ୍ତ ପଦାର୍ଥ କୁ ହାନି ହେବା ରହିତ କରିଥାଏ ଏବଂ ତାହାକୁ ଶରୀରରୁ ବାହାର କରିଥାଏ l

– ଲିଭର ଅନେକ ଗୁଡିଏ ପ୍ରୋଟିନ କୁ ଉତ୍ପାଦନ କରିଥାଏ, ଇମ୍ୟୁନ ସିଷ୍ଟମ କୁ ମଜବୁତ କରିଥାଏ , ଏବଂ ଲିଭର ଶରୀରରେ ହର୍ମୋନ ସ୍ତର କୁ ସନ୍ତୁଳିତ ରଖିଥାଏ l

* ଲିଭର ଉପରେ ମଦର ପ୍ରଭାବ –
ମଦର ସିଧା ପ୍ରଭାବ ଲିଭର ଉପରେ ପଡିଥାଏ , ଏହାଦ୍ୱାରା ଫ୍ୟାଟି ଲିଭର ସମସ୍ୟା ହୋଇଥାଏ l ଏବଂ ଲିଭର କୋଷିକା ଗୁଡିକ ପ୍ରଭାବିତ ହୋଇ ଲିଭର ଷୋରିଆସିସ ହେବାର ସମ୍ଭାବନା ଥାଏ l ମଦ୍ୟପାନ ଦ୍ୱାରା ଲିଭର କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ l  ଏହାତ ଗଲା ମଦର କଥା କିନ୍ତୁ ଏଭଳି କିଛି ଖାଦ୍ୟ ରହିଛି ଯାହାକି ଲିଭର ପାଇଁ ମଦ ଠାରୁ ମଧ୍ୟ ଭୟଙ୍କର l

* ଅଧିକ ଫ୍ୟାଟ ଯୁକ୍ତ ଭୋଜନ –
ହାବାର୍ଡ ହେଲଥ ର ସୂଚନା ଅନୁସାରେ ଖୁବ ଅଧିକ ତେଲରେ ଛଣା ଛାଣି ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l ଜଙ୍କ ଫୁଡ ଠାରୁ ଦୁରେଇ ରୁହନ୍ତୁ, ମିଠା ଅଧିକ ସେବନ ଦ୍ୱାରା ଲିଭର ରେ ଚର୍ବି ଜମିଥାଏ l ଯଦି ଆପଣ ନିଜ ଲିଭର କୁ ସୁରକ୍ଷିତ  ରଖିବାକୁ ଚାହୁଁଛନ୍ତି ତେବେ ଏହିସବୁ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l

* ଅଧିକ ଚିନି ସେବନ –
ଅଧିକ ଚିନି ସେବନ ଦ୍ୱାରା ମଧୁମେହ ହେବାର ସମ୍ଭାବନା ରହିଥାଏ l ଏହାଛଡା ଅଧିକ ଚିନି ସେବନ ଦ୍ୱାରା ଲିଭର ମଧ୍ୟ ରୋଗ ଗ୍ରସ୍ତ ହୋଇପାରେ l

* ପ୍ରୋସେସଡ଼ ଫୁଡ –
ପ୍ରୋସେସଡ଼ ଫୁଡ ରେ ବିଭିନ୍ନ ପ୍ରକାର କେମିକାଲ ରହିଥାଏ l ଯାହାକି ଲିଭର ପାଇଁ କ୍ଷତିକାରକ ହୋଇଥାଏ l ତେଣୁ ପ୍ରୋସେସଡ଼ ଫୁଡ ଠାରୁ ଦୁରେଇ ରଖନ୍ତୁ l ଏହାଛଡା କିଛିଟା ଔଷଧ ମଧ୍ୟ ଲିଭର କୁ ମଧ୍ୟ କ୍ଷତି କରିପାରେ, ତେଣୁ ଯାହାକି ଔଷଧ ସେବନ କରୁଛନ୍ତି ଡାକ୍ତରଙ୍କୁ ପରାମର୍ଶ କରି ସେବନ କରନ୍ତୁ l

Leave A Reply