ଅନୁଗୁଳ: ବର୍ତମାନ ସମଗ୍ର ଦେଶରେ ମହାମାରୀ କରୋନା କୋଭିଡ-୧୯ ଦୃତ ବେଗରେ ମାଡି ଚାଲିଛି । ଏହି ମହାମାରୀ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ କଟକଣା ଜାରି କରାଯାଇଛି । ଜରୁରୀ ପରିସ୍ଥିତିରେ ଘରୁ ବାହାରିବାକୁ ଅନୁମତି ଦେଇଥିଲେ ସୁଦ୍ଧା ଏଇ ଘଡିସନ୍ଧି ମୁହୂର୍ତରେ ସମସ୍ତେ ସଜାଗ ଓ ସୁରକ୍ଷିତ ରହିବାକୁ ସରକାର ସୂଚନା ଦେଇଛନ୍ତି ।
ମହାମାରୀ କରୋନାର ମୁକାବିଲା ପାଇଁ ଦେଶ ଓ ରାଜ୍ୟ ଚିନ୍ତିତ ଥିଲା ବେଳେ ରାଜ୍ୟ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଲାୟନ୍ସ କ୍ଲବ ଅନୁଗୁଳ ଫର୍ଚ୍ୟୁନ ର ସଦସ୍ୟ ମାନେ । ଲାୟନ୍ସ କ୍ଲବ ଅନୁଗୁଳ ଫର୍ଚ୍ୟୁନ ର ସଭାପତି ଶୁଭ୍ରାଲକ୍ଷ୍ମୀ ଦାସ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ହଜାର ଟଙ୍କାର ଏକ ଚେକ୍ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କୁ ପ୍ରଦାନ କରିଥିଲେ ।
ଏହି ସମୟରେ ଲାୟନ ସଂଗ୍ରାମ ଦାସ, ଆଲୋକ ମିଶ୍ର, ପିଟୁଂ ମହାପାତ୍ର, ଅରୁଣା ମିଶ୍ର,ବିନୟ ମହାନ୍ତି, ଏବଂ ରାଜେଣ ଗୋୟେଲ ପ୍ରମୁଖ ଲାୟନ୍ସ କ୍ଲବ ଅନୁଗୁଳ ଫର୍ଚ୍ୟୁନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।