Odisha news

ନାଲକୋ ତରଫରୁ ୬ଟି ପାରିପାଶ୍ୱର୍ିକ ଗ୍ରାମ ପଚାଂୟତରେ ବିଶୋଧନ କାର୍ଯ୍ୟକ୍ରମ

0

ଅନୁଗୁଳ: ବିଶ୍ୱ ମହାମାରୀ କରୋନାକୁ ଅନୁଗୁଳ ଜିଲ୍ଲାରେ ପ୍ରତିହତ କରିବା ପାଇଁ ନବରତ୍ନ କମ୍ପାନୀ ନାଲକୋ ତରଫରୁ ଏହାର ପ୍ଲାଟଂ, ଟାଉନସିପ, ପାଶ୍ୱର୍ବର୍ତୀ ବଜାର ଓ ଅଚଂଳ ସମେତ ବିଭିନ୍ନ ପାରିପାଶ୍ୱର୍ିକ ଗ୍ରାମ ମାନଙ୍କରେ ସୋଡିୟମ ହାଇପୋକ୍ଳୋରାଇଡ ଦ୍ୱାରା ବିଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଯାବତ୍ ୬ଟି ପାରିପାଶ୍ୱିର୍କ ଗ୍ରାମ ପଚାଂୟତ ଯଥା କୁକୁଡାଙ୍ଗ,ଗୋତମରା, କୁଲାଡ, ବଳରାମପ୍ରସାଦ, ଗିରାଙ୍ଗ ଓ କାଣ୍ଡସର ମାନଙ୍କରେ ଗ୍ରାମର ସମସ୍ତ ଅଚଂଳକୁ ଭଲଭାବେ ବିଶୋଧନ କରାଯାଇଛି ।

ଗ୍ରାମ ମାନଙ୍କର ସଭାଘର, ସ୍କୁଲଘର ଓ କ୍ୱାରେଟାଂଇନ ପାଇଁ ଘୋଷିତ ଘର ଓ ସ୍କୁଲ ଗୃହ ମାନଙ୍କୁ ଭଲଭାବେ ବିଶୋଧନ କରାଯାଇଛି । କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକ (ସିଏମଡି) ନିଦେ୍ର୍ଦଶରେ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ (ଏସ.ଏଣ୍ଡ.ପି-ଇ.ଡି) ଓ ଜି.ଏମ (ଏଚଆର)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସି.ଏସ.ଆର ବିଭାଗ ଓ ନାଲକୋ ଫାଉଣ୍ଡେସନର କର୍ମକର୍ତା ମାନେ ସି.ଆଇ.ଏସ.ଏଫ୍ ଅଗ୍ନିଶମ ବିଭାଗ ସହିତ ମିଳିତ ଭାବେ ଏହି ବିଶୋଧନ କାର୍ଯ୍ୟକ୍ରମକୁ (ସାନିଟାଇଜେସନ) ସଫଳ ରୂପେ ସମ୍ପାଦିତ କରୁଛନ୍ତି ।

Leave A Reply