Odisha news

ହାଇ କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ ଖାଇବା ପରେ ନିଶ୍ଚିନ୍ତ ଆପଣାନ୍ତୁ ଏହି ଉପାୟ

ବେଳେବେଳେ ହେଲ୍ଥ କୁ ନେଇ ଆମେ ଏତେ ଅଧିକ ସଜାଗ ହୋଇ ଯାଇଥାଉ ଯେ ପାଟି ସୁଆଦିଆ ଖାଦ୍ୟ ଖାଇସାରି ଅନେକଥର ଚିନ୍ତା ମଧ୍ୟ କରିଥାଉ l ଆମ ମାନଙ୍କ ମଧ୍ୟରେ ଅନେକ କୋଲେଷ୍ଟ୍ରଲ ରୋଗୀ ରହିଛନ୍ତି ଯେଉଁମାନେ ଖାଇବାକୁ ଭୟ କରନ୍ତି ଓ ଖାଇ ସାରିବା ପରେ ଚିନ୍ତାରେ ପଡି ଯାଇଥାଆନ୍ତି l କିଛି ଉପାୟ ଏପରି ରହିଛି ଯାହା ଆମକୁ ଶାରୀରିକ ଦୃଷ୍ଟିରୁ ସୁସ୍ଥ ରଖିଥାଏ l ବିଶେଷ କରି ଚର୍ବି ଓ ତୈଳ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଥାଏ l ଯଦି ଆପଣ ଏହିପରି କିଛି ଖାଦ୍ୟ ଖାଉଛନ୍ତି ତେବେ କିପରି ନିଜକୁ କୋଲେଷ୍ଟ୍ରଲ ଠାରୁ ଦୁରେଇ ରଖିବେ ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ l

* ଗରିଷ୍ଠ କିମ୍ୱା ତୈଳ ଯୁକ୍ତ ଖାଦ୍ୟ ଖାଇବା ପରେ ଆପଣଙ୍କ ପେଟ ଭାରି ଲାଗିଥାଏ l ତେଣୁ ଖାଇବାର ୩୫ ରୁ ୪୦ ପରେ ହାଲକା ଉଷୁମ ପାଣି ପିଇବା ଆବଶ୍ୟକ l ଗବେଷକ ମାନଙ୍କ ମତରେ ଆମେ ଉଷୁମ ପାଣି ପୀଇବା ଦ୍ୱାରା ରକ୍ତରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଁ ନଥାଏ l ଏହାର ଅର୍ଥ ନୁହେଁ ସବୁବେଳେ ଆମେ ତୈଳ ଯୁକ୍ତ ଖାଦ୍ୟ ଖାଇବା l

* ଶରୀର କୁ ଭିତରୁ ସଫା ରଖିବା ପାଇଁ ତୈଳଯୁକ୍ତ ଖାଦ୍ୟ ଖାଇବା ପରେ ଡିଟକ୍ସ ଡ୍ରିଂକ୍ସ ନିହାତି ପୀଇବା ଆବଶ୍ୟକ l ତେଣୁ ଲେମ୍ବୁ ପାଣି ସେଥିପାଇଁ ଗୋଟିଏ ଉନ୍ନତ ପ୍ରଣାଳୀ ଅଟେ l ଯଦି ଆପଣ ଉଷୁମ ପାଣି ସହିତ ସାମାନ୍ୟ ଲେମ୍ବୁ ମିଶାଇ ପୀଇବେ ତେବେ ଏହା ଖାଦ୍ୟର ଟକ୍ସିନ କୁ ଶରୀରରୁ ବାହାର କରିବ l

* ଯେବେ ବି ଆପଣ ରାତିରେ ଗରିଷ୍ଠ ଖାଦ୍ୟ ଖାଉଛନ୍ତି ତେବେ ଆପଣ ଅଳ୍ପ ସମୟ ଧରି ଚାଲନ୍ତୁ l ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରିବ l

* ଭୋଜନ ସାରିବାର ୨୫ ମିନିଟ ପରେ ପ୍ରବାୟୋଟିକ ଯୁକ୍ତ କିଛି ଖାଇବା ଆବଶ୍ୟକ l ସେଥିପାଇଁ ସବୁଠୁ ଭଲ ସୋର୍ସ ହେଉଛି ଦହି l ଦହି କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ l

Comments are closed.