Odisha news

ଆଜି ହେଉଛି ମାର୍ଗଶିର ମାସର ଶେଷ ଗୁରୁବାର , ଜପ କରନ୍ତୁ ଏହି ୬ଟି ଦିବ୍ୟ ମନ୍ତ୍ର ବରଷିବ ମାଲକ୍ଷ୍ମୀ ଙ୍କ କୃପା

0

ମାର୍ଗଶିର ମାସ ଟି ମାଲକ୍ଷ୍ମୀ ଙ୍କୁ ସମର୍ପିତ, ଏହି ମାସର ଗୁରୁବାର ରେ ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜା କରାଯାଇ ଥାଏ l ମାନ୍ୟତା ଅନୁସାରେ ମାଲକ୍ଷ୍ମୀ ଯାହା ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି ତାକୁ ଦରିଦ୍ରତା ର ସମ୍ମୁଖୀନ ହେବାକୁ ପଡିଥାଏ l ହିନ୍ଦୁ ଧର୍ମ ରେ ମାଲକ୍ଷ୍ମୀ ଙ୍କୁ ଧନ – ଧାନ୍ୟ, ସମ୍ପଦା , ବୈଭବ ର ଦେବୀ ବୋଲି କୁହାଯାଇ ଥାଏ l ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି ଉପରେ ମାଲକ୍ଷ୍ମୀ ଙ୍କ କୃପା ରହିଥାଏ ତାର କଦାପି ଅଭାବ ରହି ନଥାଏ l ଧର୍ମ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ , କିନ୍ତୁ ମାର୍ଗଶିର ଗୁରୁବାର ରେ ମାଙ୍କ ର ପୂଜା ବିଧି କିଛି ବିଶେଷ ଥାଏ l

ଗୁରୁବାର ରେ ମା ଲକ୍ଷ୍ମୀ ଙ୍କ ନିକଟରେ ପାଠ କରନ୍ତୁ ଏହି ମନ୍ତ୍ର :-
* ଓଂ ଶ୍ରୀଙ୍ଗ ହ୍ରୀଙ୍ଗ ଶ୍ରୀଙ୍ଗ କମଲେ କମଲାୟ ପ୍ରସିଦ ପ୍ରସିଦ ଶ୍ରୀଙ୍ଗ ହୃଂ ମହାଲଖ୍ମୟେ ନମଃ l ଏହି ମନ୍ତ୍ର କୁ ପାଠ କରି ମାଙ୍କ ନିକଟରେ ପଦ୍ମ ଫୁଲ ଟିଏ ଅର୍ପଣ କରନ୍ତୁ l

* ” ଓଂ ଶ୍ରୀଙ୍ଗ କ୍ଲିଂ ମହାଲକ୍ଷ୍ମୀ ମହାଲକ୍ଷ୍ମୀ ଏହୋହୀ ସର୍ବ ସୌଭାଗ୍ୟଙ୍ଗ୍ ଦେହୀ ମେ ସ୍ୱାହା” l ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ୱାରା ସଫଳତା ହାସଲ ହୋଇଥାଏ l

* ” ଓଂ ଶ୍ରୀଙ୍ଗ କ୍ରୀଙ୍ଗ କ୍ଲିଂ ଶ୍ରୀ ଲକ୍ଷ୍ମୀ ମମ ଗୃହେ ଧନ ପୁରୟେ , ଚିନ୍ତାୟା ଦୁରୟେ ଦୁରୟେ ସ୍ୱାହା ” l ଏହି ମନ୍ତ୍ର ଟି ଜପ କରିବା ଦ୍ୱାରା ଋଣ ଭାରରୁ ମୁକ୍ତି ମିଳିଥାଏ l

* ” ୟା ରକ୍ତାମ୍ବୁଜବାସିନି ବିଳାସିନୀ ଚଣ୍ଡାସୁ ତେଜସ୍ୱିନୀ , ଯା ରକ୍ତା ରୁଧିରାମ୍ବରା ହରି ଶଖୀ ୟା ଶ୍ରୀ ମନୋହ୍ଲାଦିନି ” l ଏହି ମନ୍ତ୍ର କୁ ପାଠ କରିବା ଦ୍ୱାରା ଧନ ଲାଭ ହୋଇଥାଏ l

* ଶ୍ରୀଙ୍ଗ ହ୍ରୀଙ୍ଗ କ୍ଲିଂ କମଳବସିଣ୍ୟ ସ୍ୱାହା ” l ଏହି ମନ୍ତ୍ରକୁ ୧୦୮ ଥର ପାଠ କରିବା ଦ୍ୱାରା ମନୋସ୍କାମନା ପୂର୍ଣ ହୋଇଥାଏ l

* ଓଂ ହ୍ରୀଙ୍ଗ ଶ୍ରୀଙ୍ଗ ଲକ୍ଷ୍ମୀ ବାସୁଦେବାୟ ନମଃ l ଏହି ମନ୍ତ୍ର କୁ ଜପ କରିବା ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଖୁବ ସହଜରେ ହୋଇଥାଏ l

Leave A Reply