ମାର୍ଗଶିର ମାସ ଗୁରୁବାର ରେ ମା ଲକ୍ଷ୍ମୀଙ୍କ ର ବିଶେଷ ପୂଜାର୍ଚନା କରାଯାଇ ଥାଏ l ଏହିଦିନ ମା ଲକ୍ଷ୍ମୀଙ୍କ କୃପା ଦ୍ୱାରା ସୁଖ ସମୃଦ୍ଧିର ଆଗମନ ଦ୍ୱାରା କଳହ ଦରିଦ୍ରତା ଓ କଷ୍ଟ ଦୂର ହୋଇଥାଏ l ତେଣୁ ଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଦକ୍ଷିଣ ଦିଗରେ ଏହିସବୁ ଜିନିଷକୁ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ କ୍ଳେଶ ଦୂର ହୋଇଥାଏ l
ତେଣୁ ଆସନ୍ତୁ ଜାଣିବା ଘରର ଦକ୍ଷିଣ ଦିଗରେ କେଉଁସବୁ ଜିନିଷ ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧିର ଆଗମନ ହୋଇଥାଏ -:
– ନିଜ ଘରର ବୈଠକ ଗୃହର ଦକ୍ଷିଣ ଦିଗରେ ଉଡୁଥିବା ଚଢେଇଙ୍କ ଫଟୋ ଚିତ୍ର ଟାଙ୍ଗିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ l ମନରେ ସକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ l କାହିଁକି ନ ଚଢେଇଙ୍କ କୋଳାହଳ ବା ସ୍ୱର ପରିବେଶ ଓ ମନରେ ଶାନ୍ତ ଭାବନା ଜାଗ୍ରତ କରେ l ଏହାଛଡା ଏହି ଶବ୍ଦ କୁ ଶୁଭ ସୂଚକ ବୋଲି କୁହାଯାଏ l ଏହାଛଡା ଗୁରୁବାର ଦିନ ଦକ୍ଷିଣ ଦିଗରେ ଝାଡୁ ରଖିବାକୁ ଭୁଲନ୍ତୁ ନାହିଁ l ଝାଡୁ ଲକ୍ଷ୍ମୀଙ୍କ ଅଂଶ ବୋଲି କୁହାଯାଏ l
– ଗୁରୁବାର ଦିନ ଘରର ଦକ୍ଷିଣ ଦିଗରେ ଅକ୍ଷତ କଳସ ସ୍ଥାପନା କରିବା ଶୁଭ ଅଟେ l ଏହି କଳସ ଜୀବନର ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିବା ସହିତ ଘରକୁ ସମୃଦ୍ଧିର ଆଗମନ କରାଏ l ପ୍ରତି ଦୁରୁବାର ରେ ଆପଣ ସକାଳୁ ଗାଧୋଇ ସାରି ଏହି କଳସ କୁ ସ୍ଥାପନା କରି ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ l
– ଏହାଛଡା ଆପଣ ଗୁରୁବାର ଦିନ ଲକ୍ଷ୍ମୀଙ୍କ ନିମନ୍ତେ ଦକ୍ଷିଣ ଦିଗରେ ଗୋଟିଏ କଦଳୀ ପତ୍ରରେ ସମସ୍ତ ଭୋଜନ ରଖି ତାହାକୁ ସମର୍ପଣ କରନ୍ତୁ l ଏହାପରେ ଏହି ଭୋଜନ କୁ ଗାଈ କୁ ଖାଇବାକୁ ଦେବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେବା ସହିତ ପରିବାରର ମଙ୍ଗଳ ହୋଇଥାଏ l