Odisha news

ଆଜି ଗୁରୁବାର : ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହି ଉପାୟ

0
ଆମେ ସମସ୍ତେ ଜାଣିଛେ ଗୁରୁବାର ଦିନଟି ମାତା ଲକ୍ଷ୍ମୀଙ୍କ ଦିନ, କିନ୍ତୁ ଆଜିର ଦିନରେ ମାତା ଲକ୍ଷ୍ମୀ ଓ ବିଷ୍ଣୁ ଙ୍କୁ ପୂଜା କରିବା ଦ୍ୱାରା ଜୀବନ ରେ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
* ମାନ୍ୟତା ଅନୁସାରେ ଏହିଦିନ ଉଭୟ ବିଷ୍ନୁ ଓ ମାତା ଲକ୍ଷ୍ମୀଙ୍କୁ ମିଳିତ ଭାବରେ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ –
– ଆଜିର ଦିନରେ ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ଉଭୟ ଲକ୍ଷ୍ମୀ ବିଷ୍ନୁ ଙ୍କୁ ଏକତ୍ରିତ ପୂଜା କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ଓ ପରିବାର ଉପରେ ପ୍ରଭୁଙ୍କ କୃପା ସର୍ବଦା ରହିଥାଏ l
– ମାତା ଲକ୍ଷ୍ମୀ ଓ ପ୍ରଭୁ ବିଷ୍ନୁ ଙ୍କୁ ଏହିଦିନ ହଳଦୀ ପାଣିରେ ଗାଧୋଇ ଦେବା ଉଚିତ ଓ ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ l ଏହାଦ୍ୱାରା ନାରୀମାନେ ସୌଭାଗ୍ୟବତୀ ହୋଇ ଥାଆନ୍ତି l
– ଯେବେବି ଲକ୍ଷ୍ମୀଙ୍କ ନିକଟରେ ବସ୍ତ୍ର ଅର୍ପଣ କରିବେ ସେତେବେଳେ ସିନ୍ଦୁର ଓ ଶଙ୍ଖା ଅର୍ପଣ କରିବାକୁ ଭୁଲିବେ ନାହିଁ, କାରଣ ଏହାଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ l
– ଆଜି ଗୃହର ମୁଖ୍ୟ ଦ୍ୱାରରେ ଗୋଟିଏ କଳସୀ ସ୍ଥାପନା କରନ୍ତୁ ଓ ସେହି କଳସୀ ରେ ଗୋଟିଏ ପଦ୍ମ ଫୁଲ ଦିଅନ୍ତୁ l ଏପରି କରିବା ଦ୍ୱାରା ବିଷ୍ନୁ ଓ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିତ ଭାବରେ ପ୍ରାପ୍ତ ହୋଇଥାଏ l
– କୁହାଯାଏ ଯେ ପ୍ରଭୁ ଜଗନ୍ନାଥ ଙ୍କର ଖୁବ ପ୍ରିୟ ଅଟେ ନଡ଼ିଆ, ତେଣୁ ଏହିଦିନ ବିଷ୍ନୁ ଙ୍କ ନିକଟରେ ନଡ଼ିଆଟିଏ ଅର୍ପଣ କରନ୍ତୁ l ନଡ଼ିଆ ବାଡେଇବା ସମୟରେ ଶ୍ରୀ ବିଷ୍ନୁ ଙ୍କୁ ସ୍ମର କରି ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l
– ବିଷ୍ନୁ ଙ୍କ ନିକଟରେ ତୁଳସୀ ପତ୍ର ଅର୍ପଣ କରିବାକୁ ଭୁଲିବେ ନାହିଁ, ତୁଳସୀ ମାଳ ଅର୍ପଣ କରିବା ସମୟରେ ‘ ଓଂ ନମଃ ଭଗବତେ ବାସୁଦେବାୟ ‘ ନିହାତି ଉଚ୍ଚାରଣ କରନ୍ତୁ l ଏହାଦ୍ୱାରା ଜୀବନ ରୁ ପାପ କ୍ଷୟ ହୋଇଥାଏ l
– ମାତା ଲକ୍ଷ୍ମୀ ଙ୍କ ନିକଟରେ ଦୁବ ସହିତ ବରକୋଳି ପତ୍ର ଅର୍ପଣ କରିବାକୁ ଭୁଲିବେ ନାହିଁ l ଏହାଦ୍ୱାରା ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ l
– ଲକ୍ଷ୍ମୀଙ୍କ ନିକଟରେ ଏହିଦିନ ଦୁଗ୍ଧ ରେ ପ୍ରସ୍ତୁତ ଜିନିଷ ଅର୍ପଣ କରନ୍ତୁ ଏହାଦ୍ୱାରା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l
Nalco
Leave A Reply