Odisha news

ଏଭଳି ଘରେ ହୋଇଥାଏ ଲକ୍ଷ୍ମୀଙ୍କ ବାସ, ଆଜି ହିଁ କରନ୍ତୁ ଏହି କାମ ହେବେ ଧନବାନ

0

ଧନ ର ଦେବୀ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ସମସ୍ତେ ଇଚ୍ଛା କରି ଥାଆନ୍ତି ଓ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାପାଠ ସହିତ କର୍ମର ମଧ୍ୟ ଆବଶ୍ୟକତା ରହିଛି l  ତାହା ପୁଣି ସଠିକ କାର୍ଯ୍ୟ l ଯେଉଁ କାର୍ଯ୍ୟଦ୍ୱାରା ମଣିଷ କିଛି ପୁଣ୍ୟ ଫଳ ଲାଭ କରିଥାଏ l କାରଣ ଶାସ୍ତ୍ରର ବର୍ଣନା ଅନୁସାରେ ଯେଉଁ ବ୍ୟକ୍ତି କେବଳ ଧର୍ମକୁ ଗୁରୁତ୍ୱ ଦେଇ ଥାଏ ସେ ସର୍ବଦା ଅଧା ଫଳ ଲାଭ କରିଥାଏ l

* ଶାସ୍ତ୍ରରେ କୁହାଯାଇଛି ଯେଉଁ ବ୍ୟକ୍ତି ଅନ୍ୟର ଅସମ୍ମାନ କରିଥାଏ ଓ ଅନ୍ୟକୁ ଉପହାସ କରେ ସେ ସର୍ବଦା ଲକ୍ଷ୍ମୀ ଛଡା ହୋଇଥାଏ l  ଏପରି ବ୍ୟକ୍ତିର ଜୀବନ ରେ ଦୁଃଖ ଯନ୍ତ୍ରଣା ସର୍ବଦା ଦେଖା ଦେଇଥାଏ l ତେଣୁ ମତ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସର୍ବଦା ସମସ୍ତଙ୍କୁ ସମ୍ମାନ କରିବା ଉଚିତ l ଏହାଛଡା ମଧୁର ବ୍ୟବହାର ସହ ମଧୁର ବଚନ କହିବା ଆବଶ୍ୟକ l

* ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ସର୍ବଦା ସ୍ୱାମୀ ସ୍ତ୍ରୀ ଉଭୟ ଉଭୟଙ୍କୁ ସମ୍ମାନ କରିବା ଆବଶ୍ୟକ l କାରଣ ଯେଉଁ ଗୃହରେ ସ୍ୱାମୀସ୍ତ୍ରୀ ଙ୍କ ମଧ୍ୟରେ ସର୍ବଦା କଳହ ଦେଖା ଯାଇଥାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l

* ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି l କିନ୍ତୁ ବେଳେବେଳେ ଖାଦ୍ୟ ପସନ୍ଦ ଯୋଗ୍ୟ ନହୋଇ ଥିଲେ ଆମେ ଖାଦ୍ୟର ଅସମ୍ମାନ କରିଥାଉ l କିନ୍ତୁ ଏହା ଠିକ ନୁହେଁ l ଖାଦ୍ୟକୁ ଅସମ୍ମାନ କରିବା ଦ୍ୱାରା ଲକ୍ଷ୍ମୀ ରୁଷ୍ଟ ହୋଇ ଥାଆନ୍ତି l ଏହାଛଡା ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ ହୋଇ ନଥାଏ l

* ଶାସ୍ତ୍ର ଅନୁସାରେ ଗୃହରେ ସର୍ବଦା ଗୁରୁଜନ ଙ୍କ ସମ୍ମାନ କରିବା ଉଚିତ l କାରଣ ଗୁରୁଜନ ଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆ ଯାଇଥାଏ l ତେଣୁ ଗୁରୁଜନଙ୍କ ଅନାଦର କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l

Leave A Reply