Odisha news

କଦାପି ଏହିସବୁ କଥାକୁ ଜୀବନରେ ଭୁଲିବା ଉଚିତ ନୁହେଁ, ନଚେତ ମାତା ଲକ୍ଷ୍ମୀ ହୋଇଯିବେ ଅସନ୍ତୁଷ୍ଟ

0
ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଥାଏ l ତାଙ୍କ ଆଶୀର୍ବାଦ ଯାହା ଉପରେ ରହିଥାଏ ସେ ରଙ୍କକୁ ମଧ୍ୟ ରାଜା କରି ଦେଇ ଥାଆନ୍ତି l ଯେବେବି ମାଙ୍କ କୃପା ଲାଭ ହୋଇଥାଏ ସେତେବେଳେ ଅନ୍ଧକାର ରେ ବୁଡି ରହିଥିବା ଜୀବନ ଆଲୋକିତ ହୋଇ ଉଠି ଥାଏ l ମାନ ସମ୍ମାନ ପ୍ରାପ୍ତି ହୋଇଥାଏ l କିନ୍ତୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ଲୋକଙ୍କ ଉପରେ ରହିଥାଏ ଯେଉଁ ମାନଙ୍କ ଜୀବନ କିଛି ନୀତି ମାର୍ଗରେ ପରିଚାଳିତ ହୋଇଥାଏ l
– ଯେଉଁ ବ୍ୟକ୍ତି ସର୍ବଦା ଲୋଭ ଠାରୁ ଦୁରେଇ ରହିଥାଏ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ l ଲୋଭି ଲୋକଙ୍କୁ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ଲାଭ ହୋଇ ନଥାଏ l ବିନା ପରିଶ୍ରମ ରେ ଲୋଭି ବ୍ୟକ୍ତି ସଫଳତା ଲାଭ କରିବାକୁ ଇଛା କରିଥାଏ l ଲୋଭି ବ୍ୟକ୍ତି କଦାପି ସନ୍ତୁଷ୍ଟ ହୁଏ ନାହିଁ ଓ ସର୍ବଦା ଚିନ୍ତିତ ରହିଥାଏ l ତେଣୁ ବ୍ୟକ୍ତି ସର୍ବଦା ନିଜକୁ ଲୋଭ ଠାରୁ ଦୁରେଇ ରହିବା ଆବଶ୍ୟକ l
– କିଛି ଲୋକ ଆମ ମାନଙ୍କ ମଧ୍ୟରେ ରହିଛନ୍ତି ଯେଉଁ ଧନ ସମ୍ପଦ ଲାଭ କରିବା ପରେ ତାକୁ ଠିକ ଭାବରେ ପ୍ରୟୋଗ କରନ୍ତି ନାହିଁ l ଏଭଳି ବ୍ୟକ୍ତିଙ୍କ ନିକଟରେ ଲକ୍ଷ୍ମୀ ରୁହନ୍ତି ନାହିଁ l ଯେଉଁ ବ୍ୟକ୍ତିମାନେ ଅନାବଶ୍ୟକ ସ୍ଥାନରେ ଧନର ପ୍ରୟୋଗ କରନ୍ତି ସେମାନଙ୍କ ଉପରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l ତେଣୁ ସଠିକ ସ୍ଥାନରେ ଧନର ପ୍ରୟୋଗ କରିବା ଆବଶ୍ୟକ l
– ଜୀବନରେ କଦାପି କାହାକୁ ଧୋକା ଦେବା ଉଚିତ ନୁହେଁ l କାରଣ ଅନ୍ୟକୁ ଯଦି ଆମେ ଠକିବା ତେବେ ଲକ୍ଷ୍ମୀଙ୍କ ରୋଷ ର ଶିକାର ହେବା l ଜୀବନକୁ ସର୍ବଦା ସଚୋଟ ଭାବରେ ଓ ସଠିକ ଭାବରେ ଅତିବାହିତ କରନ୍ତୁ l ତେବେଯାଇ ଉନ୍ନତି କରିବେ l
– ଯେଉଁ ବ୍ୟକ୍ତି ଅନ୍ୟକୁ ସେବା କରିବା ସହିତ ଉପକାର କରେ ସେ ସବୁବେଳେ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରିଥାଏ l ଏହାର ଅର୍ଥ ମଣିଷ ସର୍ବଦା ମନ,କର୍ମ,ବ୍ୟବହାର,ଓ ସେବା ରେ ଧନୀ ହେବା ଉଚିତ l ଧନରେ ଧନୀ ବ୍ୟକ୍ତି ଯଦି କର୍ମ ହୀନ ପ୍ରକୃତିର କରିଥାଏ ତେବେ ସେ କଦାପି ଲକ୍ଷ୍ମୀଙ୍କ କୃପା ଲାଭ କରି ପାରି ନଥାଏ l
Leave A Reply