ମାଘମାସ ରବିବାରରେ କରନ୍ତୁ ଏହି ଚମତ୍କାର ଉପାୟ, ଆୟୁ ବୃଦ୍ଧି ଓ ଧନ ବୃଦ୍ଧି ହେବା ସହିତ ମିଳିଥାଏ ମାତା ଲକ୍ଷ୍ମୀଙ୍କ ବରଦାନ
ବର୍ଷର ସବୁ ରବିବାର ଦିନଟି ସୂର୍ଯ୍ୟଦେବ ଅର୍ଥାତ ରବିନରାୟଣଙ୍କୁ ପୂଜା କରାଯାଇଥାଏ l କିନ୍ତୁ ମାଘମାସ ରବିବାର ଦିନଟି ଏହାର ବିଶେଷ ମହତ୍ୱ ରହିଛି l ଏହିମାସରେ ଉଭୟ ଲକ୍ଷ୍ମୀ ଓ ପ୍ରଭୁ ନାରାୟଣ ଧରା ପୃଷ୍ଠକୁ ଅବତରଣ କରି ଥାଆନ୍ତି l ମାନ୍ୟତା ଅନୁସାରେ ଉଭୟ ଲକ୍ଷ୍ମୀ ନାରାୟଣଙ୍କୁ ମାଘ ମାସ ରବିବାର ଦିନ ବିଧିବଦ୍ଧ ଭାବରେ ପୂଜା କଲେ ଐଶ୍ୱର୍ଯ୍ୟ ଲାଭ ହୋଇଥାଏ l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଯେଉଁ ବ୍ୟକ୍ତିମାନେ ରବିବାର ଦିନଟି ସୂର୍ଯ୍ୟଦେବ ଓ ଲକ୍ଷ୍ମୀ ନାରାୟଣଙ୍କୁ ଜଳାଭିଷେକ କରାଇ ଥାଆନ୍ତି ସେମାନଙ୍କ ଜୀବନରୁ ଦୁର୍ଦିନ ଦୂର ହୋଇଥାଏ l
ଆସନ୍ତୁ ଜାଣିବା ଉପାୟ ଗୁଡିକ କଣ –
* ମାଘ ମାସ ରବିବାର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ଉଦିତ ସୂର୍ଯ୍ୟଙ୍କୁ ଜଳ ଓ ଦୁଗ୍ଧ ଅର୍ପଣ କରନ୍ତୁ l ଏପରି ମାଘମାସର ପ୍ରତି ରବିବାର ଦିନ କଲେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଓ ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ l
* ରବିବାର ଦିନ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପରେ ପିପଳ ବୃକ୍ଷ ମୂଳରେ ଚତୁର୍ମୁଖ ଦୀପ ପ୍ରଜ୍ବଳନ କଲେ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ l ମାନ୍ୟତା ରହିଛି ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାଆନ୍ତି l ଲକ୍ଷ୍ମୀଙ୍କ କୃପାରୁ ଦୁଃଖ ଦୁର୍ଦଶା ଦୂର ହୋଇଥାଏ l
* ମାଘମାସ ରବିବାର ଦିନ ଲକ୍ଷ୍ମୀନାରାୟଣ ଙ୍କୁ ଜଳ ଦୁଗ୍ଧରେ ଅଭିଷେକ କରାଇଲେ ଧନ ଲାଭ ହେବା ସହ ଜୀବନରୁ ସମସ୍ତ ଅସୁବିଧା ଦୂର ହୋଇଥାଏ l ଏହିଦିନ ଅଭିଷେକ ପରେ ଘରର ସମସ୍ତ ସଦସ୍ୟ ମୁଣ୍ଡରେ ଚନ୍ଦନ ଲଗାଇଲେ ରୋଗ ମୁକ୍ତ ହୋଇ ଥାଆନ୍ତି l
* ମାନ୍ୟତା ରହିଛି ଯେ ରବିବାର ସନ୍ଧ୍ୟା ସମୟରେ ମୁଖ୍ୟ ଦ୍ଵାରର ଉଭୟ ପାର୍ଶ୍ୱରେ ଦୀପ ପ୍ରଜ୍ବଳନ କଲେ ଘରୁ ସମସ୍ତ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ l ପ୍ରତି ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କଲେ ସୂର୍ଯ୍ୟଦେବ ଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ l
* ମାଘମାସ ରବିବାର ହିନ୍ଦୁ ପରମ୍ପରା ରେ ଅନେକ ମହତ୍ୱ ରଖିଛି l ତେଣୁ ଏହିଦିନ ଧାର୍ମିକ ମାନ୍ୟତା ଅନୁସାରେ ସ୍ୱାମୀସ୍ତ୍ରୀ ଉଭୟ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କଲେ ପରିବାରରେ ଶାନ୍ତି ରହିଥାଏ l ସନ୍ତାନ ମାନଙ୍କ ଉନ୍ନତି ପାଇଁ ରବିବାରଦିନ ସୂର୍ଯ୍ୟଙ୍କୁ ନାଲି ଫୁଲ, ନାଲି ବସ୍ତ୍ର ଅର୍ପଣ କରନ୍ତୁ l