Odisha news

ମାଘ ମାସ ଗୁରୁବାର ରେ ଲକ୍ଷ୍ମୀ ପୂଜାର ମହତ୍ୱ : ଗୋଟିଏ ମୁଦ୍ରାରେ ଲେଖି ଦିଅନ୍ତୁ ଏହି ଅକ୍ଷର, ମିଳିବ ମାତା ଲକ୍ଷ୍ମୀଙ୍କ କୃପା ଓ ଦୂର ହେବ ଦୁଃଖ ଦୁର୍ଦଶା

0
ମାଘ ମାସ ହେଉଛି ଗୋଟିଏ ପବିତ୍ର ମାସ ଅଟେ l ଏହି ମାସ ରେ ଅନେକ ପୂଜା ପର୍ବ ପାଳିତ ହୋଇଥାଏ ଓ ମାନ୍ୟତା ରହିଛି ଏହି ମାସ ରେ ବିଷ୍ନୁ ଓ ଲକ୍ଷ୍ମୀ ମିଳିତ ଭାବରେ ଧରା ପୃଷ୍ଠାରେ ଅବତରଣ କରି ଥାଆନ୍ତି l ସମସ୍ତେ ଚାହିଁ ଥାଆନ୍ତି ଅମାପ ଧନ ସମ୍ପତ୍ତି କୁ ନେଉ ସୁଖରେ ଜୀବନ ଅତିବାହିତ କରିବେ l ତେଣୁ ଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ କୁ ଆପଣାଇ ମାତା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରି ପାରିବେ l
* ଆପଣ ଗୁରୁବାର ଦିନ ସକାଳୁ ସ୍ନାନ ସାରି ମାତା ଲକ୍ଷ୍ମୀଙ୍କ ନିକଟରେ ଗୋଟିଏ କଳସ ସ୍ଥାପନା କରନ୍ତୁ ଓ ଏହି କଳସ ନିକଟରେ ଗୋଟିଏ ପାନ ପତ୍ର ରେ ଗୁଆ ଟିଏ ରଖି ମାତା ଲକ୍ଷ୍ମୀଙ୍କ ସ୍ତୁତି ଗାଁ କରନ୍ତୁ l ଏହାଦ୍ୱାରା ପରିବାରରୁ ଅଶାନ୍ତି ଦୂର ହୋଇଥାଏ ଓ ସୁଖ ସମୃଦ୍ଧି ବଢିଥାଏ l
* ଏହାପରେ ଆପଣ ଗୁରୁବାର ଦିନ ଗୋଟିଏ ମୁଦ୍ରା ବା ପଇସା ନିଅନ୍ତୁ l ଏହି ମୁଦ୍ରା ଉପରେ ନିଜ ନାମର ପ୍ରଥମ ଅକ୍ଷର ଲେଖି ଦିଅନ୍ତୁ l ଏହାକୁ ଲକ୍ଷ୍ମୀଙ୍କ ପାଦ ନିକଟରେ ରଖି ଦିଅନ୍ତୁ l ପରଦିନ ଗାଧୋଇ ସାରି ଏହି ମୁଦ୍ରାକୁ ଗୋଟିଏ ନାଲି ରଙ୍ଗର କପଡ଼ାରେ ବାନ୍ଧି ନିଜ ଆଲମାରୀ ଭିତରେ ରଖି ଦିଅନ୍ତୁ l ଏହାଦ୍ୱାରା ଆପଣ ମାତା ଲକ୍ଷ୍ମୀଙ୍କ କୃପା ଲାଭ କରି ପାରିବେ l
* ନିଜ ଠାକୁର ଘରେ ଗୋଟିଏ କଳସ ରେ ଚାଉଳ ପୁରାଇ ରଖି ଦିଅନ୍ତୁ ଓ ଏଥିରେ ଗୋଟିଏ ମୁଦ୍ରା ପକାଇ ରଖନ୍ତୁ l ପ୍ରତିଦିନ ପୂଜା କରିବା ସମୟରେ ଏହି କଳସରେ ଗୋଟିଏ ଫୁଲ ଦେଇ ଲକ୍ଷ୍ମୀଙ୍କୁ ମୁଣ୍ଡିଆ ଟିଏ ମାରନ୍ତୁ l ଦେଖିବେ ଆର୍ଥିକ ଅନାଟନ ଦୂର ହେବ l
* ପ୍ରତି ଗୁରୁବାର ଦିନ ଲକ୍ଷ୍ମୀଙ୍କ ନିକଟରେ ଗୁଆ ଓ ହଳଦୀ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କଲେ ଜୀବନରୁ ଆର୍ଥିକ ଅନାଟନ ଦୂର ହୋଇଥାଏ l ତା ସହିତ ସନ୍ତାନ ମାନଙ୍କର ମଙ୍ଗଳ ହୋଇଥାଏ l
Leave A Reply