ସଫଳତା ର ପୁଞ୍ଜି କହୁଛି ଯେ ଭୌତିକ ଜୀବନରେ ଯାହା ନିକଟରେ ଧନ ଥାଏ , ତା ଜୀବନ ସଙ୍କଟ ରୁ ମୁକ୍ତ । ଯଦି ଧନ ପାଖରେ ଥାଏ ତେବେ ମଣିଷର ଆତ୍ମ ବିଶ୍ବାସ ବଢ଼ି ଥାଏ । କିନ୍ତୁ ଧନ ଲାଭ ପାଇଁ ସମସ୍ତ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଉଚିତ୍ । କାରଣ ଯାହା ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ଜୀବନରେ ଅସୁବିଧା ରେ ରହି ନଥାଏ । ଯେଉଁ ଲୋକ ମାନଙ୍କର ଖରାପ୍ ଅଭ୍ୟାସ ରହିଥାଏ ତାଙ୍କ ଉପରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହି ନଥାଏ ।
– ସଫଳତାର ପୁଞ୍ଜି କହୁଛି ଯେଉଁ ବ୍ୟକ୍ତି ଠିକ୍ ସମୟରେ କାର୍ଯ୍ୟକୁ ପୂରଣ କରି ନଥାଏ ଓ ଆଜିର କାର୍ଯ୍ୟ କୁ କାଲି ଉପରେ ଛାଡ଼ି ଥାଏ , ଏପରି ଲୋକଙ୍କୁ ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳି ନଥାଏ ।
– ସଫଳତାର ପୁଞ୍ଜି କହୁଛି ଯେ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷ୍ମୀ ରହନ୍ତି ନାହିଁ । କାରଣ ନିଶା ସେବନ ଓ ଜୁଆ ଖେଳ ମାତା ଲକ୍ଷ୍ମୀ ଙ୍କୁ ପସନ୍ଦ ନୁହେଁ ।
– ସଫଳତାର ପୁଞ୍ଜି ଆଳସ୍ୟ ବ୍ୟକ୍ତି କୁ ପ୍ରାପ୍ତ ହୁଏ ନାହିଁ । ଯେଉଁ ବ୍ୟକ୍ତି ଆଳସ୍ୟ ତ୍ୟାଗ କରି ନଥାଏ ସେ ତା ଜୀବନରେ ସଫଳତା ହାସଲ କରି ନଥାଏ । ପରିଶ୍ରମ ରେ ଜୀବନର ସଫଳତା ଲୁଚି ରହିଛି ତେଣୁ ପରିଶ୍ରମୀ ମଣିଷ ସବୁ କିଛି ହାସଲ କରି ପାରେ ।
Comments are closed.