ବିଷ୍ଣୁ ପୁରାଣ ଅନୁସାରେ ଓ ଶିବ ପୁରାଣ ଅନୁସାରେ ଗୁରୁବାର ଦିନଟି ଅନେକ ମହତ୍ତ୍ଵ ରହିଛି । କାରଣ ଏହି ଦିନ ବିଶେଷ ସଂଯୋଗ ରହିଥିବା କାରଣରୁ ଲକ୍ଷ୍ମୀଙ୍କ ସହିତ ମାତା ପାର୍ବତୀଙ୍କ ପୂଜା କରିବାର ଅନେକ ମହତ୍ତ୍ଵ ରହିଛି । ମାତା ଲକ୍ଷ୍ମୀ ଅର୍ଣ ଦାତ୍ରି ହୋଇଥିବା ବେଳେ ମାତା ପାର୍ବତୀ ଶକ୍ତି ଦାତ୍ରୀ ହୋଇଥାନ୍ତି। ତେଣୁ ଆସନ୍ତୁ ଜାଣିବା ଏହି ଦିନ ପୂଜା କରିବାର ବିଶେଷ ମହତ୍ଵ ।
* ଗୁରୁବାର ଦିନ ଲକ୍ଷ୍ମୀ ଓ ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଘରର ସମସ୍ତ ଆର୍ଥିକ ସ୍ଥିତି ସୁଦୃଢ ହେବା ସହିତ ଶତ୍ରୁ ହାନି ମଧ୍ୟ ହୋଇଥାଏ । ଏହିଦିନ ଆପଣ ଉଭୟ ଦେବୀଙ୍କ ପାଖରେ ବେଲପତ୍ର ,ଚନ୍ଦନ ଓ ସିନ୍ଦୂର ଅର୍ପଣ କରିବା ଦ୍ୱାରା ବିଶେଷ ଆଶୀର୍ବାଦ ଦେଇଥାନ୍ତି ।
* ଶାସ୍ତ୍ର ଅନୁସାରେ ଯଦି ଗୁରୁବାର ଦିନଟି ତ୍ରୟୋଦଶୀ ପଡ଼ିଲା ତେବେ ଏହିଦିନ ବିଶେଷ ଯୋଗ ହୋଇଥାଏ । ଏହି ଦିନ ମାତା ଲକ୍ଷ୍ମୀ ଓ ପାର୍ବତୀଙ୍କୁ ପୂଜା କରିବା ପାଇଁ ଆପଣ ପଦ୍ମ ଫୁଲର ପ୍ରୟୋଗ କରି ପାରିବେ । ଯାହା ଦ୍ବାରା ଆପଣଙ୍କର ଚନ୍ଦ୍ର ଦୋଷ ଠିକ୍ ହେବ ସହିତ ଦେବୀଙ୍କର କୃପା ମଧ୍ୟ ଲଭ ହେବ ।
* ଗୁରୁବାର ଦିନ ଲକ୍ଷ୍ମୀ ଓ ପାର୍ବତୀଙ୍କ ନିକଟରେ ମୁଗରେ ପ୍ରସ୍ତୁତ ବିଶେଷ ଜିନିଷ ପ୍ରସାଦ ଭାବରେ ଅର୍ପଣ କରନ୍ତୁ । ଏହିଦିନ ଏହି ପ୍ରସାଦକୁ ମଧ୍ୟ ନିଜେ ସେବନ କରିବା ସହିତ ଅନ୍ୟ ମାନଙ୍କୁ ଦିଅନ୍ତୁ । କାରଣ ମୁଗରେ ପୃଥିବୀ ତତ୍ତ୍ଵ ରହିଛି । ଏହା ମନ୍ଦାଗ୍ନି କୁ ଶାନ୍ତ କରିଥାଏ ।
* ଏହି ଦିନ ସନ୍ଧ୍ୟା ସମୟରେ ବିଶେଷ ପୂଜାର ମହତ୍ଵ ରହିଛି । କୁହାଯାଏ ଯେ ଏହିଦିନ ଉଭୟ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା କରିବା ଦ୍ୱାରା ଶିବ ଓ ବିଷ୍ଣୁ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରର ସମସ୍ତ ସଙ୍କଟ ଦୂର ହୋଇଥାଏ ।
* ଗୁରୁବାର ଦିନ ଗାଈକୁ ପାଚିଲା କଦଳୀ,ଅରୁଆ ଚାଉଳ ଓ ଦୁବଘାସ ଖାଇବାକୁ ଦେବା ଦ୍ବାରା ସନ୍ତାନ ମାନଙ୍କର ଆୟୁ ବୃଦ୍ଧି ହେବ ସହିତ ସୌଭାଗ୍ୟବାନ ହୋଇଥାନ୍ତି ।
Comments are closed.