Odisha news

ଭାଇଜାନ୍‌ଙ୍କ ସହ ଲିଡ୍‌ ରୋଲ୍‌ରେ ଲାରିସା

0

ସଲମାନ୍‌ ଖାନ୍‌ ବଲିଉଡ୍‌ରେ ନୂଆ ହିରୋଇନ୍‌ଙ୍କୁ ବ୍ରେକ୍‌ ଦେବାରେ ବେଶ୍‌ ପରିଚିତ । ଅନେକ ବିଦେଶୀ ଅଭିନେତ୍ରୀଙ୍କୁ ମଧ୍ୟ ବଲିଉଡ୍‌ରେ ଇଣ୍ଟ୍ରୋଡୁ୍ୟସ୍‌ କରିଛନ୍ତି । ଏଥର ବ୍ରାଜିଲ୍‌ ଅଭିନେତ୍ରୀ ଓ ମଡେଲ୍‌ ଲାରିସା ବୋନ୍ସି ବଲିଉଡ୍‌ରେ ଭାଇଜାନ୍‌ଙ୍କ ସହ ଲିଡ୍‌ ରୋଲ୍‌ରେ ଏଣ୍ଟ୍ରି କରିବେ । ଲାରିସା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହାର ସୂଚନା ଦେଇ କହିଛନ୍ତି ଯେ ସଲମାନଙ୍କ ସହ ଖୁବ୍‌ଶୀଘ୍ର ଏକ ସରପ୍ରାଇଜ୍‌ ଦେବାକୁ ଯାଉଛନ୍ତି । ସଲମାନଙ୍କ ସହ ଫଟୋ ପୋଷ୍ଟ୍‌ କରି ଲାରିସା ଲେଖିଛନ୍ତି, ‘ମୁଁ ବଲିଉଡ୍‌ର ପ୍ରସିଦ୍ଧ ଓ ଜଣାଶୁଣା ଅଭିନେତା ସଲମାନ୍‌ଙ୍କ ସହ କାମ କରିବାକୁ ନେଇ ଗର୍ବ ଓ ଖୁସି ଅନୁଭବ କରୁଛି । ମୋତେ ତାଙ୍କ କାମ ଓ ଚରିତ୍ରରୁ ବହୁତ କିଛି ଶିଖିବାକୁ ମିଳିଛି ଓ ମୁଁ ତାଙ୍କ କାମରେ ପ୍ରଭାବିତ । ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି’ । ଲାରିସା ବ୍ରାଜିଲ୍‌ର ଜଣେ ମଡେଲ୍‌ ଓ ଡାନ୍ସର । ସେ ଅକ୍ଷୟ କୁମାର ଓ ଜନ୍‌ ଆବ୍ରାହମ୍‌ଙ୍କ ସହ ‘ସୁବହ ହୋନେ ନ ଦେ’ ଗୀତରେ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ । ଟାଇଗର୍‌ ଶ୍ରଫ୍‌ ଓ ସୁରଜ ପଞ୍ଚୋଲିଙ୍କ ସହ ମୁ୍ୟଜିକ୍‌ ଭିଡିଓ ଆଲବମ୍‌ କରିଛନ୍ତି । ସେ ଟଲିଉଡ୍‌ରେ ‘ନେକ୍ସଟ ଏନି’ ଓ ‘ଥିMା’ ଭଳି ଫିଲ୍ମରେ କାମ କରିଛନ୍ତି । ସେ ‘ଗୋ ଗୋଆ ଗନ୍‌’ ସୈଫ୍‌ ଅଲୀ ଖାନ୍‌ଙ୍କ ପାଶ୍ୱର୍ଅ ଭିନେତ୍ରୀ ଭାବେ ନଜର ଆସିଥିଲେ ।

Leave A Reply