ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ ଅନ୍ତର୍ଗତ ଝାଡଙ୍ଗା ଗ୍ରାମର ଜଗନ୍ନାଥ ସେଠୀ। ଜନ୍ମରୁ ଦୁଇ ହାତ ନ ଥିବାରୁ ମା’ ସ୍ନେହରେ ଜଗା ବୋଲି ଡାକିଥିଲେ । ବହୁ କଷ୍ଟରେ ଜଗା ବଡ଼ ହୋଇ ଗୋଡ ସାହାଯ୍ୟରେ ନିଜର କାର୍ଯ୍ୟ କରିଥିଲା । ଅଧିକ ପାଠ ପଢ଼ି ନ ଥିବାରୁ ନିଜର ଗୁଜୁରାଣ ପାଇଁ ଜଗା ଛେଳି ପାଳନ କରିଥିଲେ । ନିଜର ଛେଳି ସହିତ ଗାଁ ଲୋକଙ୍କ ଛେଳିକୁ ନେଇ ଚରାଇବାକୁ ଯାଆନ୍ତି ।
ପ୍ରତୀକ୍ଷାଙ୍କ ପରିବାର ଏହାକୁ ପ୍ରଥମେ ବିରୋଧ କରିଥିଲେ । କିନ୍ତୁ ପରେ ନିଜ ଝିଅର ପ୍ରେମ ପାଖରେ ପରିବାର ଲୋକ ହାର ମାନିଥିଲେ । ବିବାହ ପରେ ଉଭୟ ଖୁସିରେ ରହିଥିବା କହିଛନ୍ତି ପତ୍ନୀ ପ୍ରତୀକ୍ଷା । ଏବେ ଜଗା ଦିବ୍ୟାଙ୍ଗ ନୁହେଁ । ହାତର ଆବଶ୍ୟକ ପଡୁଥିବା କାର୍ଯ୍ୟରେ ପତ୍ନୀ ନିଜର ଦୁଇ ହାତକୁ ସମର୍ପି ଦେଇଛନ୍ତି । ସରକାରୀ ସୁବିଧା ଏବଂ ସହଯୋଗ ମିଳିଲେ ଜଗା ନିଜର ଛେଳି ଚାଷକୁ ବ୍ୟାପକ କରି ନିଜ ଗୋଡରେ ଛିଡା ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ଜଗା ଏବଂ ପ୍ରତୀକ୍ଷାଙ୍କ ଏହି ପ୍ରେମ କାହାଣୀ ପ୍ରେମର ଅମୂଲ୍ୟ ମୂଲ୍ୟକୁ ଭିନ୍ନ ରୂପ ଦେଇଛନ୍ତି ।