Odisha news

ମହିଳାଙ୍କର ଗଳାକାଟି ହତ୍ୟା : ଥାନାରେ ଅଟକ ପୁଅ

0

ତାଳଚେର ତା ୧୮/୦୬  ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମ ନାକଟି ସାହିରେ ଜଣେ ବୟସ୍କ ମହିଳା ଗତକାଲି ସନ୍ଧ୍ୟାରେ ତାଙ୍କ ଘରେ ଏକାକୀ ଟିଭି ଦେଖୁଥିବା ବେଳେ ଏହି ସୁଯୋଗ ନେଇ କେହି ଦୃର୍ବୁତ ତାଙ୍କ ଗଳାକାଟି ସେଭଠାରୁ ଫେରାର୍ ହୋଇଯାଇଥିଲେ । ବୃଦ୍ଧା ଜଣଙ୍କ ଚିତ୍କାର କରିବାରୁ ପଡ଼ିଶା ଲୋକ ପଂହଚି ତାଙ୍କୁ ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ନେହୁରଶତାଦ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତା ମହିଳା ଜଣକ ହେଲେ ଜୁଲେଇ ବିଶ୍ୱାଳ(୬୨)  ତେବେ ଘଟଣାସ୍ଥଳରେ କୋଲିୟରୀ ପୋଲିସ ଓ ସାଇଁଟିଫିକ୍ ଟିମ୍ ପହଁଚି ପ୍ରାରମ୍ଭିକ ତଦନ୍ତ କରିବାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ପଠାଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ ନିମନ୍ତେ ପୋଲିସ ମହିଳାଙ୍କୁ ପୁଅ ମନୋଜ ବିଶ୍ୱାଳ ଓରଫ ମୁନାକୁ ଥାନାକୁ ଆଣି ପଚରାଉଚୁରା କରୁଥିବାର ସୂଚନା ମିଳିଛି । ତେବେ ମା ଓ ପୁଅ ମଧ୍ୟରେ ତିକ୍ତତା ଯୋଗୁଁ ନିଜ ପୁଅ ନା ଅନ୍ୟକେହି ଘରେ ପହଁଚି ଏଭଳି କାଣ୍ଡ ଭିଆଇଥିବା ନେଇ ସେହି ଅଂଚଳରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।

Nalco
Leave A Reply