Odisha news

ହୃଦଘାତରେ ବ୍ୟବସାୟୀଙ୍କ ପରଲୋକ

0

ତାଳଚେର ତା ୧୮/୦୬ ତାଳଚେର ଟାଉନ୍ ନୂଆବଜାର ସ୍ଥିତ ନାଲୁ ମହାରଣା (୬୩)ଙ୍କ ଆଜି ହଠାତ୍ ହୃଦ ଘାତରେ ପରଲୋକ ହୋଇଥିବାକୁ ନେଇ ସେହି ଅଂଚଳର ଶୋକରଛାୟା ଖେଳାଇ ଦେଇଛି । ଏହି ଦୁଃଖଦ ଖବର ପାଇ ବହୁମାନ୍ୟଗନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିବା ସହିତ ମୃତ ବ୍ୟକ୍ତିଙ୍କ ସଦଗଦି କାମନା କରିଥିଲେ । ପରିଶେଷରେ ଶତାଧିକ ଛୋଟବଡ଼ ବ୍ୟବସାୟୀ ତାଙ୍କ ମରଶରୀରକୁ ଏକ଼ ବିରାଟ ପଟ୍ଟୁଆରରେ ନେଇ ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ପୌରପରିଷଦ ଶ୍ମଶାନ ଘାଟକୁ ନେଇ ଶେଷକୃତ ସମ୍ପର୍ଣ୍ଣ କରିଥିଲେ ।

Nalco
Leave A Reply