Odisha news

ତିନିଦିନ ହେଲା ଡଙ୍କାରୀ ପଥର ବ୍ୟବସାୟୀଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଆୟକର ଚଢାଉ ଜାରୀ : ସର୍ବାଧିକ ମୁନାଫା ହାତେଇଥିବା ନେତା ଧରାପଡିବେତ ?

0

ଚଣ୍ଡିଖୋଲ,୧୮/୬ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡର ପଥରଖଣିକୁ ନେଇ ବ୍ୟବସାୟ କରୁଥିବା କେତେଜଣ ଚର୍ଚ୍ଚିତ ପଥର ବ୍ୟବସାୟୀଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଥିବା ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଇତି ମଧ୍ୟରେ ତିନିଦିନରେ ପହଞ୍ଚିଛି! ହାଇଦ୍ରାବାଦରୁ ଆସି ଏଠାରେ ପଥର ବ୍ୟବସାୟ କରୁଥିବା ମନୋହର ରେଡ୍ଡୀଙ୍କ ଆର୍ଥିକ କାରବାରକୁ ନେଇ ହାଇଦ୍ରାବାଦ ଆୟକର ବିଭାଗ ତାଙ୍କ ବିରୁଦ୍ଧରେ ଖୋଳତାଡ ଆରମ୍ଭକରି ଓଡିଶାରେ ପହଞ୍ଚିବା ପରେ ଓଡିଶାର ଆୟକର ଅଧିକାରୀ ମାନଙ୍କ ସହ ମିଳିତଭାବେ ଶ୍ରୀ ରଡ୍ଡୀ ଓ ତାଙ୍କସହ ବ୍ୟବସାୟୀକ ଲିଙ୍କରେ ଥିବା ଡଙ୍କାରୀର ୪ଜଣ ଖଣି ଓ ପଥର ବ୍ୟବସାୟୀଙ୍କ ବହୁକୋଟି ଟଙ୍କୀର କାଳବାର ଏବଂ ଟିକସ ଫାଙ୍କି ନେଇ ସେମାନଙ୍କ ବାସଗୃହ,ଅଫିସ,ବ୍ୟବସାୟ ପ୍ରତିଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ଚଡାଉ ଓ ତନଖି ଚଳାଇଛନ୍ତି! ଚଢାଉ ସମୟରେ ବହୁ ବେଆଇନ ଆର୍ଥିକ କାରବାର ଓ କୋଟି କୋଟି ଟଙ୍କାର ଟିକସ ଫାଙ୍କିର ବହୁ କାଗଜାତ ଆୟକର ଅଧିକାରୀଙ୍କ ହାତରେ ପଡିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି!ତେବେ ଏହି ବ୍ୟବସାୟୀଙ୍କ ଗଡଫାଦର କୁହାଯାଉଥିବା ଓ ଏହି ବ୍ୟବସାୟରୁ ସର୍ବାଧିକ ମୁନାପା ହାତେଇଥିବା ଏଠାର ଜଣେ ପ୍ରଭାବଶାଳୀ ରାଜନେତାଙ୍କର ଏମାନଙ୍କ ସହ ଲିଙ୍କ ନେଇ ସମସ୍ତ ତଥ୍ୟ ଆୟକର ଅଧିକାରୀ ମାନଙ୍କ ନଜରକୁ ଆସିଥିବା ଚର୍ଚ୍ଚା ହେଉଛି!

ଏଥିନେଇ ଅଧିକ ପ୍ରମାଣ ପାଇଁ ଖୋଳତାଡକୁ ଯୋରଦାର କରାଯାଇଛି! ଡଙ୍କାରୀ ପଥରଖଣି ଅଞ୍ଚଳରେ ରହିଥିବା ଯେତେ ସବୁ ଖଣିମାଲିକ ଓ ପଥର ବ୍ୟବସାୟୀ ସମସ୍ତେ ମିଶି ଚଳିତ ୧୫/୧୬ ବର୍ଷ ମଧ୍ୟରେ ଏଠାରୁ ଯେତେ ଲୁଟପାଟ କରିଛନ୍ତି ସପୃକ୍ତ ରାଜନେତା ତା’ଠାରୁ  ଦୁଇଗୁଣାରୁ ଅଧିକ ମୁନାଫା ହାତେଇଥିବା କୁହାଯାଉଛି! ଉକ୍ତ ରାଜନେତାଙ୍କର ହାଇଦ୍ରାବାଦ ପଥର ବେପାରୀ ମନୋହର ରେଡ୍ଡୀଙ୍କ ସହିତ ମଧ୍ୟ ନିବିଡ ସମ୍ପର୍କ ରହିଛି! ଦୀର୍ଘ ଦିନ ପୂର୍ବରୁ ଶ୍ରୀ ରେଡ୍ଡୀ ଯେତେବେଳେ ଏଠାକୁ ଆସିଥିଲେ, ସେତେବେଳେ ଏଠାରେ ତାଙ୍କର ବ୍ୟବସାୟକୁ ଆଗେଇ ନେବାରେ ସପୃକ୍ତ ରାଜନେତା ତାଙ୍କୁ ଅକୁଣ୍ଠ ସହଯୋଗ ଦେଇଥିଲେ! ଫଳରେ ଶ୍ରୀ ରେଡ୍ଡୀ ଏଠାରେ ଦୀର୍ଘ ଦିନହେବ କୋଟିକୋଟି ଟଙ୍କାର ପଥର ବ୍ୟବସାୟ ଚଳାଇବା ସହ ଖଣିରେ ପଥର ବିପ୍ପୋରଣ ଓ ରେଜିଙ୍ଗ କରୁଥିଲେ!ସେ ଯାଜପୁର ଜିଲ୍ଲାର ଡଙ୍କାରୀ ଓ କେଉଝର ଜିଲ୍ଲାରେ ମଧ୍ୟ ଏକସଙ୍ଗେ ଏହି ବେପାର କରୁଥିଲେ! ତାଙ୍କ ସହିତ କୋଟି କୋଟି ଟଙ୍କାର ବ୍ୟଵସାୟ ଡିଲ କରିଥିବା ଜଣାପଡିବା ପରେ ଆୟକର ଅଧିକାରୀ ମାନେ ଗତ ତିନିଦିନ ହେଲା  ଖଣି ମାଲିକ ଶ୍ରୀବାସ ଜେନା,ପ୍ରଶାନ୍ତ କୁମାର ଜେନା,ଟ୍ରାନ୍ସପୋର୍ଟ ମାଲିକ ନିରଞ୍ଜନ ଦେଓ ଓ  ଅପୂର୍ବକୁମାର ସାହୁଙ୍କ ବାସଗୃହ, ଅଫିସ ଓ ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନ ଉପରେ ଦୁଇଦିନ ହେଲା ଚଢାଉ ଓ  ତନଖି ଚାଲିଛି! ଅୟକର ବିଭାଗ  ଅଧିକାରି ମାନେ ଶ୍ରୀବାସ ଜେନାଙ୍କ ଭୁବନେଶ୍ୱର ବରମୁଣ୍ଡା ଓ ହାଇଦ୍ରାବାଦ ବାସଭବନ ସମେତ ଡଙ୍କାରୀରେ ଥିବା ତାଙ୍କ ଏସ ଟି ମିନେରାଲ କମ୍ପାନୀ ଉପରେ ଚଢାଉ କରୁଥିଲାବେଳେ ଅପୂର୍ବ ସାହୁଙ୍କ ଅରୁଣୀ ଟ୍ରାନ୍ସପୋର୍ଟ ସସ୍ଥା,ବାସଗୃହ ସମେତ ଅନ୍ୟ ସ୍ଥାନରେ ଚଢାଉ ଚଳାଇଛନ୍ତି!!

ସେହିପରି ଖଣିବ୍ୟବସାୟୀ ପ୍ରଶାନ୍ତ ଜେନାଙ୍କ ଭୁବନେଶ୍ୱର ସ୍ଥିତ ବାସଗୃହ ସହିତ ଡଙ୍କାରୀ ଓ ହରିଦାସପୁର ସ୍ଥିତ ପି କେ ଜେନା ମିନେରାଲ କାର୍ଯ୍ୟାଳୟ ଉପରେ ଚଢାଉ ଯାରୀ ରହିଛି!ଏଥିସହ ବ୍ୟବସାୟୀ ନିରଞ୍ଜନ ଦେଓଙ୍କ ଭୁବନେଶ୍ୱର ଘର ସହିତ ଡଙ୍କାରୀ ଓ ଜାରକା ସ୍ଥିତ ତାଙ୍କ ବ୍ୟବସାୟୀକ ସସ୍ଥା ଓ କାର୍ଯ୍ୟାଳୟ ଉପରେ ଚଢାଉ ଚାଲିଛି! ସମସ୍ତ ସ୍ଥାନରେ ଏକସଙ୍ଗେ ଚଢ଼ାଉ ହେଉଥିଲା ବେଳେ ଶତାଧିକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି!ଏହିସବୁ ବ୍ୟବସାୟୀ ମାନଙ୍କୁ ଠାବ କରି ଆୟକର ଅଧିକାରୀ ମାନେ କାଗଜପତ୍ର ଯାଞ୍ଚ କରିବା ସହ ସେମାନଙ୍କୁ ପଚରା ଉଚୁରା ଚଳାଇଥିବା ଜଣାପଡିଛି! ଏପଟେ ଚଢ଼ାଉ ଚାଜାରୀ ଳହିଥିଲା ବେଳେ ସପୃକ୍ତ ରାଜନେତା ଇତିମଧ୍ୟରେ ଦିଲ୍କୀ ଚାଲିଯିବା ଘଟଣା ଆଲୋଚନାର ବିଷୟ ହୋଇଛି! ଏହି ଚଢାଉ ଦେଖି ସପୃକ୍ତ ବ୍ୟବସାୟୀଙ୍କ ସହିତ ବ୍ୟବସାୟ ଲିଙ୍କଥିବା ଏଠାକାର ଏକାଧିକ ପଥର ବ୍ୟବସାୟୀ ଛାନିଆ ହେବା ସଙ୍ଗକୁ ନିଜନିଜର ଅଫିସ ଓ ସସ୍ଥା ବନ୍ଦ କରିଦେଇଥିବା ଦେଖିଯାଇଛି! ତେବେ ତିନିଦିନ ହେବ ଆୟକର ଅଧିକାରୀ ମାନେ ଚଢ଼ାଉ ଯାରୀ ରଖିଥିଲା ମଧ୍ୟ ସେ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ଅନିଛା ପ୍ରକାଶ କରିଛନ୍ତି! ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସମସ୍ତ ସୂଚନା ଦିଆଯିବ ବୋଲି ଅଧିକାରୀ ମାନେ  କହିଛନ୍ତି!

IEC 2 years
Leave A Reply