ଯୋଗ ହେଉଛି ଭାରତର ପୁରାତନ ଚିକିତ୍ସା ପ୍ରଣାଳୀ l ଯାହାଦ୍ୱାରା ଆମେ ତୁରନ୍ତ ଆରାମ ନପାଇଲେ ମଧ୍ୟ ଦୀର୍ଘଦିନ କରିବା ପରେ ଆରାମ ପାଇଥାଉ l ତାହା ଯେ କୌଣସି ଶାରୀରିକ ଅସୁବିଧା ହୋଇଥାଉ ସବୁକିଛି ୟୋଗଦ୍ୱାରା ଠିକ ହୋଇଥାଏ l ସେହିଭଳି ମହିଳା ମାନଙ୍କର ପିରିଅଡଶ ପ୍ରୋବ୍ଲେମ ହେଉ କିମ୍ବା ଇମ୍ଫର୍ଟିଲିଟି ସମସ୍ୟ ଯୋଗାସନ ଦ୍ୱାରା ଠିକ ହୋଇଥାଏ l
– ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ ଗୋଟିଏ ଏପରି ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିରେ ମହିଳା ମାନଙ୍କ ହର୍ମୋନ ଅସନ୍ତୁଳନ ହୋଇ ଯାଇଥାଏ l ଏହି କାରଣରୁ ମହିଳା ମାନଙ୍କର ଇନ୍ଫର୍ଟଲିଟି ସମସ୍ୟା ଦେଖା ଯାଇଥାଏ l ଆସନ୍ତୁ ଜାଣିବା ଏହି ଯୋଗାସନ ଦ୍ୱାରା କିପରି ମହିଳା ମାନଙ୍କର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l
– ବଧକୋଣlସନ :
ଏହି ଆସନ ପେଲବିକ ଇରିଆରେ ବ୍ଲଡ଼ ସ୍ରକୁଲେସନ କରିଥାଏ l ଯାହାଦ୍ୱାରା ଆରାମ ମିଳିଥାଏ , ଚିନ୍ତା ଦୂର ହୋଇଥାଏ ଓ ପ୍ରଜନନ ଅଙ୍ଗରେ ସାହାଯ୍ୟ ମିଳିଥାଏ l
– ଭରଦ୍ବାଜlସନ :
ଏହି ଆସନକୁ କରିବା ଦ୍ୱାରା ମହିଳା ମାନଙ୍କର ପିଠିର ତଳ ପାର୍ଶ୍ୱରେ ଯନ୍ତ୍ରଣାରୁ ଆରାମ ମିଳିଥାଏ l ଏହା ସହିତ ଗର୍ଭାଶୟ ର ମାଂସପେଶୀ ଟୋନ ହୋଇଥାଏ l
– ଭୁଜଙ୍ଗାସନ :
ଏହି ଆସନ ଦ୍ୱାରା ପେଲବିକ ଇରିଆରେ ହାଲୁକା ଚାପ ପଡିଥାଏ ଓ ଅଣ୍ଡା ସୟ କୁ ଉତେଜିତ କରି ପାଚନ ସମସ୍ୟା ଦୂର ହୋଇଥାଏ l
– ବାଳାସନ :
ଏହି ଆସନ ନର୍ଭ ସିଷ୍ଟମ କୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ l ମାସିକ ଅନିୟମିତତାରେ ସୁଧାର ଆଣିଥାଏ ଓ ଶରୀରର ତଳ ଅଂଶକୁ ଯନ୍ତ୍ରଣା ମୁକ୍ତ କରିଥାଏ l