Odisha news

ଗାଁ ବଇଦର ଲବଙ୍ଗରେ ଚିକିତ୍ସା : ଆସନ୍ତୁ ଜାଣିବା ଲବଙ୍ଗର ଉପକାରିତା

0

ଲବଙ୍ଗର ଚାଷ ଦକ୍ଷିଣ ଭାରତର କେରଳ ଓ ତାମିଲନାଡୁରେ କରାଯାଇଥାଏ l ଲବଙ୍ଗ ଗଛ ଲଗାଇବାର ୯ ବର୍ଷ ପରେ ଫୁଲ ଆସିଥାଏ l ସେହି ଫୁଲର କଢ଼କୁ ଶୁଖାଇ ଲବଙ୍ଗ ଆକାରରେ ବ୍ୟବହାର କରାଯାଏ l ଲବଙ୍ଗ ଗଛର ପତ୍ର ଗୁଡିକ ଅଣ୍ଡା କୃତି ଓ ସବୁଜ ରଙ୍ଗର ହୋଇଥାଏ ,ଏହାର ଫୁଲ ଗୁଡିକ ବାଇଗଣୀ ରଙ୍ଗର ସୁଗନ୍ଧିତ ଫୁଲ ଅଟେ l ଲବଙ୍ଗକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରିଥାଉ l କିନ୍ତୁ ଏହି ଲବଙ୍ଗର ରହିଛି କିଛି ଔଷଧୀୟ ଗୁଣ ଯାହାକୁ ଆୟୁର୍ବେଦରେ ବିଭିନ୍ନ ପ୍ରକାର ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଥାଏ l

* ଗର୍ଭାବସ୍ଥାରେ ବାନ୍ତି ହେଲେ -ଗର୍ଭାବସ୍ଥାରେ ବାନ୍ତି ହେବ ଏକ ସାଧାରଣ ସମସ୍ୟା l କାରଣ ଏହି ବାନ୍ତି ହେବାଟା ଯେତିକି କଷ୍ଟ ଦେଇଥାଏ ତାସାହିତ ଶରୀରର ଓଜନ ମଧ୍ୟ ହ୍ରାସ ହୋଇଥାଏ l ଏହି ସମୟରେ ଏକ ଗ୍ରାମ ଲବଙ୍ଗକୁ ଗୁଣ୍ଡ କରି ମିଶିରୀ ଗୁଣ୍ଡ କିମ୍ବା ଡାଳିମ୍ବ ରସରେ ମିଶାଇ ଚାଟିଲେ ବାନ୍ତି ବନ୍ଦ ହୁଏ l ନହେଲେ ଲବଙ୍ଗକୁ ଭାଜି ଗୁଣ୍ଡକରି ମହୁ ସହିତ ଖାଇଲେ ବାନ୍ତି ବନ୍ଦ ହୋଇଥାଏ l

* ଅମ୍ଳପିତ୍ତ ଦୁରକରେ -ଆଜିକାଲି ସମସ୍ତଙ୍କ ପାଖରେ ଅମ୍ଳପିତ୍ତ ସମସ୍ୟା ଦେଖା ଦେଉଛି l ଖାଦ୍ୟ ଖାଇବା ପରେ ଖାଦ୍ୟ ହଜମ ନହେବା ଅମ୍ଳପିତ୍ତର ଲକ୍ଷଣ ଅଟେ l ଖାଦ୍ୟ ଖାଇସାରିବା ପରେ ଦୁଇଟି ଲବଙ୍ଗକୁ ନେଇ ଚୋବନ୍ତୁ ଏହାପରେ କିଛି ଲେମ୍ବୁପାଣି ପିଅନ୍ତୁ ଦେଖିବେ ଅମ୍ଳପିତ୍ତ ସମସ୍ୟା ଦୂରହେବ l

* କାଶ ରୋଗ -ଥଣ୍ଡା ଦିନ ଆସିଲାଣି ,ବର୍ତ୍ତମାନ କାଶ ରୋଗରେ ପ୍ରାୟ ସମସ୍ତେ ଆକ୍ରାନ୍ତ ହେବେ l ତେଣୁ ଲବଙ୍ଗ ଓ ଡାଳିମ୍ବ ଚୋପାକୁ ସମାନ ମାତ୍ରାରେ ନେଇ ଵାଟନ୍ତୁ ,ଏହାପରେ ଏଥିରେ କିଛି ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଆନ୍ତୁ l ଦେଖିବେ କାଶ ରୋଗ ଧୀରେ ଧୀରେ କମି ଯିବ l

* ଦନ୍ତମୂଳ ଓ ମାଢ଼ୀଫୁଲା -ଦାନ୍ତ ରୋଗ ପାଇଁ ଲବଙ୍ଗ ହେଉଛି ରାମବାଣ l ଦାନ୍ତ ଯନ୍ତ୍ରଣା ହେଉଥିଲେ ଲବଙ୍ଗକୁ ଗୁଣ୍ଡ କରି ଦାନ୍ତ ମୂଳରେ ଦେଲେ ଦାନ୍ତ ଯନ୍ତ୍ରଣାରୁ ଲାଘବ ମିଳିଥାଏ l ଦୁଇ ତିନିଟି ଲବଙ୍ଗକୁ ନେଇ ସେଥିରେ କିଛି ଫିଟିକିରିକୁ ଗୁଣ୍ଡ କରନ୍ତୁ ଏହାପରେ ଏହି ଗୁଣ୍ଡକୁ ନିଜ ମାଢିରେ ମାଲିସ କରନ୍ତୁ l ଏହା ଦ୍ୱାରା ମାଢି ଫୁଲ କମିଯାଇଥାଏ l

* ପେଟରେ ଗ୍ୟାସ ହେଲେ -ଗ୍ୟାସ ସମସ୍ୟା ହେଲେ ଲବଙ୍ଗ ଏହାକୁ ଦୂର କରିଥାଏ ,ସେଥିପାଇଁ ଆମକୁ ଲବଙ୍ଗର ଅର୍କ ବ୍ୟବହାର କରିବାକୁ ପଡିବ l ଲବଙ୍ଗ ଅର୍କ ପ୍ରସ୍ତୁତ କରିବାର ବିଧି ହେଲା ୧.୫ ଗ୍ରାମ ଲବଙ୍ଗ ଗୁଣ୍ଡକୁ ୫୦୦ ମିଲିଗ୍ରାମ ପାଣିରେ ସିଝାନ୍ତୁ l ପାଣି ଫୁଟି ଅଧା ହୋଇଗଲା ପରେ ଏହାକୁ ଛାଣି ରଖନ୍ତୁ l ସେହି ପାଣିକୁ ୨୫ ମି.ଲି ନେଇ ଦିନକୁ ତିନିଥର ସେବନ କରନ୍ତୁ ଏହାଦ୍ୱାରା ପେଟର ଗ୍ୟାସ ଦୂରହେବ l

Leave A Reply