ପୁରୀ: ଓଡିଶା କୁମ୍ଫୁ ଆସୋସିଏସନ୍ ଆନୁକୂଲ୍ୟରେ ୯ବମ ଜାତୀୟ କୁମ୍ଫୁ ପ୍ରତିଯୋଗିତା ପୁରୀ ରେଳବାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ନଭେମ୍ୱର ୩୦ ଓ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିବ। ଆଜିର ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଢଙ୍ଗୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡକ୍ଟର ଷ୍ଟାଲିନ ପରିଝା, ସୌମ୍ୟ ରଞନ ଲେଙ୍କା, ସାମ୍ବାଦିକ ବିଶ୍ୱଜିତ୍ ପଟ୍ଟନାୟକ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜେନେରାଲ ସେକ୍ରେଟାରୀ ପ୍ରଦୀପ କାଣ୍ଡି , ଓଡିଶା କୁମ୍ଫୁ ଆସୋସିଏସନ୍, ସଭାପତି ଚନ୍ଦନ କୁମାର ସାହୁ , ଚେୟାରମ୍ୟାନ ପପୁନ ପାଲ, ପ୍ରତିଷ୍ଠାତା ଇଣ୍ଟର ନ୍ୟାସନଲ୍ କୁମ୍ଫୁ କାଉନସିଲ୍ , ଚେୟାରମ୍ୟାନ (K.A.I) ବେନୁ ଗୋପାଲ ଘୋଷ , ସଭାପତି (K.A.I) ରାଜ କୁମାର ଦେ ସରକାର ଇଣ୍ଟର ନ୍ୟାସନାଲ୍ କୁମ୍ଫୁ ଏକ୍ସପଟ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ପ୍ରାୟ ୧୩ ଟି ରାଜ୍ୟର କୁମ୍ଫୁ କ୍ରୀଡାବିତ୍ ପ୍ରାୟତଃ ୨୨୫ ଜଣ ଯୋଗ ଦେଇଥିଲେ । ରାଜ୍ୟ ଗୁଡ଼ିକ ହେଲା ଆସାମ, ପଶ୍ଚିମବଙ୍ଗ, କେରଳ, କର୍ଣ୍ଣାଟକ , ମିଜୋରମ୍ ,ଛତିଶଗଡ଼ ,ଏମପି, ୟୁପି , ମେଘାଲୟ , ସିକିମ୍ , ନାଗାଲ୍ୟାଣ୍ଡ ଓ ବିହାର ରାଜ୍ୟ ଅଟେ।