Odisha news

IIT ମୁମ୍ବାଇ ଏୟାରସ୍ପେସ ଇଂଜିନିୟରିଂରେ ପାସ ଆଉଟ କିନ୍ତୁ ଆଜି ଜଣେ ସନ୍ଥ ,  କୁମ୍ଭମେଳାରେ ଭାଇରଲ ହେଉଥିବା ଏହି ସନ୍ଥ କିଏ

0

‘ସରଳ, ସ୍ଵଛ, ଗୋଟିଏ ପିଞ୍ଜରା ସଦୃଶ, ପଞ୍ଜୁରୀ ରେ ବସିଥିବା ପକ୍ଷୀ କୁ ସେ ନିଜେ ପ୍ରସ୍ତୁତ କରିଥିଲେ, କିନ୍ତୁ ଵର୍ତମାନ ସେ ଉଡିବାକୁ ଡରୁଚି ‘ ଦର୍ଶନ ଓ ଜ୍ଞାନ ର କାହାଣୀ ସେହି ସନ୍ଥ ଙ୍କର ଯିଏକି IIT ମୁମ୍ବାଇ ରୁ ଏୟାରସ୍ପେସ ଇଂଜିନିୟରିଂ ରେ ଡିଗ୍ରୀ ହାସଲ କରିବା ପରେ ସାଇନ୍ସ ଲ୍ୟାବ ଜଏନ କରିବା ବଦଳରେ ବୈରାଗ୍ୟ ଜଏନ କରି ହୋଇ ଯାଇଥିଲେ ସନ୍ଥ , ଆଜିର ମହାକୁଂଭ ରେ ପ୍ରୟାଗରାଜ ର ସଙ୍ଗମ ତଟରେ ବୁଲୁଛନ୍ତି, ଏବଂ ଈଶ୍ୱର ଙ୍କ ନିକଟ ହେବାକୁ ରାସ୍ତା ଖୋଜୁଛନ୍ତି , ତାଙ୍କର ଗୋଟିଏ ସାକ୍ଷାତକାର ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯେଉଁଠି ପାଠ ପଢ଼ିଛନ୍ତି ସେଠାକାର ଯୁବ ଇଂଜିନିୟର କୋଟି କୋଟି ଟଙ୍କା ପ୍ୟାକେଜ ରେ ଚାକିରୀ ପାଇଥାଆନ୍ତି , କିନ୍ତୁ ଏହି ଇଂଜିନିୟର ଜଣଙ୍କ ଆଜି ସାଧୁ ହୋଇ ଯାଇଛନ୍ତି l

ଏହି ସନ୍ୟାସୀ ଜଣଙ୍କ ଆଜି ପ୍ରୟାଗରାଜ ର ବାଲି ଉପରେ ବସି ଜୀବନ ଦର୍ଶନ ର କାହାଣୀ ଶୁଣାଉଛନ୍ତି, ସେ ଗୋଟିଏ ପୁସ୍ତକ ଲେଖିଛନ୍ତି ଯାହାର ନାମ ‘ A beautiful place to get lost ‘ , ସେ ଏହି ପୁସ୍ତକଟିକୁ ମନାଲି ରେ ବଶି ଲେଖିଛନ୍ତି l ଏହି ସନ୍ୟାସୀ ଜଣଙ୍କ ନିୟୁଜ 18 କୁ ଦେଇଥିବା ଗୋଟିଏ ସାକ୍ଷାତକାର ରେ କହିଛନ୍ତି ଯେ ଜଣେ ସନ୍ୟାସୀ ର ଜୀବନ ହେଉଛି ସବୁଠୁ ସୁନ୍ଦର ଜୀବନ, ଦୁନିଆ କେବେବି ଶେଷ ହୋଇପାରେ, ହସି ହସି ମାରିବା ଜରୁରୀ, ଯଦି ମୁଁ ହସି ପାରିବି ନାହିଁ ପଛରେ ପଶ୍ଚାତାପ ହେବ l ‘

ଯେତେବେଳେ ମହାକୁମ୍ଭ ରେ ତାଙ୍କୁ ତାଙ୍କ ନାମ ପଚରା ଯାଇଥିଲା ସେ କହିଥିଲେ କେଉଁ ନାମ ପଚାରୁଚ ଯାହା ମୋତେ ପରିଚୟ ଦେଇଛି ନା ଯାହା ମୋତେ ସନ୍ତୋଷ ଦେଉଛି l କିନ୍ତୁ ପ୍ରକୃତ ନାମଟି ହେଉଛି ଅଭୟ ସିଂହ , ଯିଏକି ପେସାରେ ଜଣେ ଇଂଜିନିୟର ହୋଇ ବୈରାଗ୍ୟ ଜୀବନ ଅତିବାହିତ କରୁଛନ୍ତି l

ହରିୟାଣା ର ଇଜ୍ଜ୍ଵର ଏହି ଯୁବକ ଅଲ ଇଣ୍ଡିଆ jee ଏଣ୍ଟ୍ରାନ୍ସ ରେ ୭୩୧ ରିଆଙ୍କ ପାଇଥିଲେ, ଏହାପରେ ସେ IIT ମୁମ୍ବାଇ ରେ ଏରୋସ୍ପେସ ଇଂଜିନିୟରିଂ ପଢିବା ପାଇଁ ମନସ୍ଥ କରିଥିଲେ, କିନ୍ତୁ ଇଂଜିନିୟରିଂ ପଢିବାକୁ ଯାଇଥିବା ଅଭୟ ସିଂ ଙ୍କ ଦର୍ଶନ ଶାସ୍ତ୍ର ପ୍ରତି ଆଗ୍ରହ ବଢିଥିଲା, IIT ରେ ପଢିବା ପରେ ମୁଁ ଚିନ୍ତା କଲି ଯେ ଆଗକୁ କଣ କରିବି, ଏହାର ଉତର ପାଇବା ପାଇଁ ଫିଲୋସଫି ପଢ଼ୁଥିଲି ଭବୁଥୁଲି କଣ କରିବି କିନ୍ତୁ ଉତର ପାଇଲି ଯାହା ତମକୁ ପସନ୍ଦ ତୁମେ ସେଇଆ କରିବା ଜରୁରୀ, ତେଣୁ ମୁଁ ଫଟୋଗ୍ରାଫି ମଧ୍ୟ ଶିଖିଲି, ସେଥିରେ ବି ଖୁସି ମିଳିଲାନି, ଏହାପରେ ଅନଲାଇନ ରେ ପାଠ ପଢାଇଲି ତାହା ମଧ୍ୟ ଶାନ୍ତି ଦେଲାନାହିଁ, ମୁଁ ସ୍ପେଶାଲ ଡ଼ିଜାଇନିଂ କରିବା ପରେ ବାର୍ଷିକ ୧୨ ଲକ୍ଷ ପ୍ୟାକେଜ ରେ ଚାକିରୀ ପାଇଲି କିନ୍ତୁ ତାହା ମଧ୍ୟ ଭଲ ଲାଗିନଥିଲା, ୨୦୧୭ ରେ ଗଭୀର ଅବସାଦ କୁ ଚାଲିଗଲେ, ବନ୍ଧୁ ମାନଙ୍କ ସାହାଯ୍ୟରେ ଅବସାଦ ରୁ ବାହାରିଥିଲେ l

ଏହାପରେ କାନାଡ଼ା ଯିବାକୁ ସ୍ଥିର କଲେ, ଏବଂ ଗୋଟିଏ ପରୀକ୍ଷା ଦେଲେ ILETS , ଏଥିରେ ଉତ୍ତୀନ୍ନ ମଧ୍ୟ ହେଲେ, ଏହାପରେ କୋଭିଡି 19 ଆସିଗଲା, ଏହି ସମୟରେ ସେ ଖୁବ ଅଧିକ ମେଡ଼ିଟେସନ କରୁଥିଲେ, ଏହି ସମୟରେ ତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିଲା, ୨୦୨୧ ରେ ଭାରତ ଫେରିଥିଲେ, ଏବଂ ଏହି ସମୟ ରେ ସେ ନିଜ ପରିବାର ରେ ଅଶାନ୍ତି ଦେଖିବାକୁ ପାଉଥିଲେ, ଏବଂ ମାନସିକ ଉତେଜନା ର ଶିକାର ମଧ୍ୟ ହେଉଥିଲେ, ସେ କଦାପି ଆସନ୍ତି ଚାହୁଁ ନଥିଲେ, ତାଙ୍କର ଏହି ସ୍ଵଭାଵ କାରଣରୁ ଅନେକ ସମୟ ରେ ନିଜ ମାତାପିତା ଙ୍କ ସହିତ ମତଭେଦ ହେଉଥିଲା, ଅନେକ ସମୟ ରେ ଘର ଲୋକ ପୋଲିସ କୁ ଡାକି କହୁଥିଲେ ଇଏ କଳହ କରୁଛି ଆକୁ ନେଇଯାଅ, ଏହା ମତେ ବ୍ୟଥିତ କରୁଥିଲା, ଏଇଟା କଳିଯୁଗ ସତ୍ୟଯୁଗ ନୁହେଁ, ମାତାପିତା କଦାପି ଭଗବାନ ହୋଇ ପାରିବେ ନାହିଁ, ଅନେକ ସମୟ ରେ ପିତାମାତା ଙ୍କ ଅହଂକାର ଓ ସ୍ୱାର୍ଥ ର କାରଣ ହୋଇଥାଏ L

ସେ କହିଛନ୍ତି ୨୦୨୧ ରେ ମତେ ଲାଗିଲା ଯାହାକୁ ଧର୍ମ କୁହାଯାଏ , ସତ୍ୟ କୁହାଯାଏ ତାହାକୁ ନିଜ ମଧ୍ୟରେ ଆଣିବା ଜରୁରୀ, ଏହାପରେ ମୁଁ ବିଷ୍ଣୁ ସ୍ତୁତି ଶୁଣିବା ଆରମ୍ଭ କଲି, ଏବଂ ସଦଗୁରୁ ଙ୍କ ନିକଟକୁ ଗଲି, ୯ମାସ ସଦଗୁରୁ ଙ୍କ ଆଶ୍ରମ ରେ ରହିଲି, ସେଠାରେ ମୋର ପ୍ରଥମେ ଅହଂକାର ଗଲା, ଏବଂ ମୁଁ ସମସ୍ତ ଧର୍ମର ଧର୍ମଗ୍ରନ୍ଥ ପଢ଼ିଲି,ଚାରିଧାମ ପଦଯାତ୍ରା କଲି, ମୁଁ ପ୍ରକୃତି ସହିତ ନିଜକୁ ଆଡ଼ଜଷ୍ଟ କରାଇଲି, ମତେ ଲାଗିଲା ସବୁ ମହାଦେବ କରାଉଛନ୍ତି, କାନାଡ଼ା ରେ ଡଲାର ରେ ରୋଜଗାର କରିଥିବା ପଇସା ବର୍ତମାନ କାମରେ ଆସୁଛି, ବେଳେବେଳେ ମହାଦେବ ଙ୍କୁ ପ୍ରଶ୍ନ କରୁଛି  ପଇସା ନଥିଲେ କଣ କରିବି, ପ୍ରଭୁ ଭୋଳାନାଥ କହୁଛନ୍ତି କର୍ତବ୍ୟ କର ଫଳର ଆଶା କରନି l

Leave A Reply