Odisha news

କେରଳର କନ୍ନୁରରୁ ଚମତ୍କାରୀ ଘଟଣା : ଡାକ୍ତର ଘୋଷଣା କରିଥିଲେ ମୃତ କିନ୍ତୁ ସ୍ମଶାନରୁ ଜୀବନ୍ତ ଫେରିଲେ ବ୍ୟକ୍ତି

0

କେରଳ ର କନ୍ନୁର ରୁ ଗୋଟିଏ ଏହିଭଳି ଚମତ୍କାରୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତି ଯେଉଁଠି ମୃତ ଘୋଷଣା କରି ଦେଇଥିଲେ, ଏବଂ ଶବ ଗୃହ ରୁ ଯିବା ସମୟ ରେ ବ୍ୟକ୍ତି ଜଣଙ୍କ ଜୀବିତ ହୋଇ ଯାଇଥିଲେ, ବ୍ୟକ୍ତି ଙ୍କ ନାମ ହେଉଛି ପଵିତ୍ରାନ , ସୂଚନା ଯୋଗ୍ୟ ଯେ ପଵିତ୍ରାନ ପରଲିସିସ ଓ ପ୍ରଶ୍ୱାସ ସମ୍ବନ୍ଧିତ ରୋଗରେ ପୀଡିତ ଥିଲେ, ଏବଂ ତାଙ୍କୁ ମାଙ୍ଗଲୁରୁ ର ଗୋଟିଏ ଘରୋଇ ଡାକ୍ତରଖାନା ରେ ଭର୍ତି କରାଯାଇ ଥିଲା l

ଭେଣ୍ଟି ଲେଟର ରେ ଚିକିତ୍ସା ସମୟ ରେ ସନ୍ଧ୍ୟା ସମୟ ରେ ଡାକ୍ତରଖାନା ପକ୍ଷରୁ ତାଙ୍କ ସ୍ଥିତି ବିଷୟରେ ଅବଗତ କରାଯାଇଥିଲା , ଏବଂ କୁହାଯାଇଥିଲା ଯେ ଲାଇଫ ସପୋର୍ଟ ଦେଉ ନଥିବାରୁ ହଟାଇ ଦିଆଯିବ l ଏବଂ ଏହାପରେ ପଵିତ୍ରନ କୁ ମେଟ ଘୋଷଣା କରାଯାଇ ଥିଲା, ଏହାପରେ ତାଙ୍କ ପରିଜନ ତାଙ୍କ ପାର୍ଥିବ ଶରୀର କୁ ସ୍ମଶାନ କୁ ନେବା ପାଇଁ ପ୍ରସ୍ତୁତ ହେଲେ l ଷୋମବାର ସନ୍ଧ୍ୟା ୬ଟା ୩୦ ମିନିଟ ସମୟ ରେ ତାଙ୍କ ମୃତ ଶରୀରକୁ ମାଙ୍ଗଲୁରୁ ରୁ ଆମ୍ବୁଲାନ୍ସ ଯୋଗେ ଘରକୁ ନିଆଯାଉ ଥିଲା l

ସନ୍ଧ୍ୟା ହେଉଥିବା କାରଣରୁ ପରିବାର ସଦସ୍ୟ ସ୍ଥିର କରିଥିଲେ ଯେ ଶବ କୁ ଏକେଜୀ ଡାକ୍ତରଖାନା ରେ ଶବ ଗୃହ ରେ ରଖାଯିବ, କିନ୍ତୁ ଏହି ସମୟ ରେ ପଵିତ୍ରାନ ଙ୍କ ହାତ ହଲିବାକୁ ଲାଗିଥିଲା ବୋଲି ଦେଖିବାକୁ ମିଳିଥିଲା l ଏହାପରେ ତୁରନ୍ତ ମେଡିକାଲ ଟିମ ଙ୍କୁ ଡକା ଯାଇଥିଲା ଏବଂ ତାଙ୍କୁ କୁହାଯାଇଥିଲା ଯେ ପଵିତ୍ରାନ ଜୀବିତ, ଏବଂ ଏହାପରେ ତାଙ୍କୁ ଆଇସିୟୁ କୁ ସିଫ୍ଟ କରାଯାଇ ଥିଲା ଓ ଡାକ୍ତର ମଧ୍ୟ ସେ ଜୀବିତ ଅଛନ୍ତି ବୋଲି କହିଥିଲେ ଏବଂ ଆଗାମୀ ଚିକିତ୍ସା ଆରମ୍ଭ କରାଯାଇ ଥିଲା l

Leave A Reply