Odisha news

ନିଆଁର ବଳୟରେ ହଲିଉଡ଼ ହିଲସ : କିନ୍ତୁ ଏହି ନିଆଁ ଜଳିବା ପଛରେ କାରଣ କଣ ?

0

ହଲିଉଡ଼ କାରଣରୁ ଲସ ଆଞ୍ଜେଲାସ କୁ ସାରା ବିଶ୍ୱ ଜାଣିଚି, ୩୫ କିଲୋମିଟର ଓ ୩ଲକ୍ଷ ୨୧ ହଜାର ଏକର ଅଂଚଳ ବ୍ୟାପ୍ତ ଏହି ସହରର ଜନସଙ୍ଖ୍ୟା ୩୮ ଲକ୍ଷ , ଏହି ସହର ସବୁବେଳେ ଚକମକ କଉଥାଏ, ବଡ଼ବଡ଼ ତାରକା ଓ ସେମାନଙ୍କ ବିଶାଳ ପ୍ରାସାଦ କୁ ନେଇ ଝଲସିଥାଏ ଏହି ସହର, କିନ୍ତୁ ଗତ କିଛି ଦିନ ମଧ୍ୟରେ ଏହି ସହରର ଆଉ ଗୋଟିଏ ଚିତ୍ର ସାରା ଦୁନିଆ ଦେଖି ସାରିଛି, ଆଜି ସାରା ହଲିଉଡ଼ ଅଗ୍ନି ବେଳେ ମଧ୍ୟରେ, ବଡ଼ବଡ଼ କଳାକାର ଏହି ଅଗ୍ନି ବଳୟ କାରଣରୁ ଆଜି ବାସ ଶୂନ୍ୟ, ମାତ୍ର ୭ଦିନ ମଧ୍ୟରେ ଏହି ନିଆଁ ୨୫୦ ବିଲିୟନ ଡଲାର ଅର୍ଥାତ ୨୦ ଲକ୍ଷ କୋଟି ଟଙ୍କାର ସମ୍ପତି ନିଅଁରେ ପୋଡି ଭସ୍ମ ହୋଇଯାଇଛି l ସାତଦିନ ପରେ ମଧ୍ୟ ଏହି ନିଅଁ ଲିଭିବାର ନାଁ ଧରୁନି l

କିନ୍ତୁ ଏହି ନିଆଁ ଜଳିବା ପଛରେ କାରଣ କଣ ? କାହିଁକି ଏହି ନିଅଁ ଲିଭୁନାହିଁ ? ଏବଂ ଏହାର ଆରମ୍ଭ କିପରି ହେଲା ଆସନ୍ତୁ ଜାଣିବା l ଦିନ ଥିଲା ଜାନୁଆରୀ ୭ତାରିଖ ଦ୍ୱିପ୍ରହର ସମୟ, ଏହି ନିଆଁ ଜଳି ଉଠିଥିଲା ଗୋଟିଏ ଭବ୍ୟ ପ୍ରାସାଦ ରୁ, ମୈଲିବୁ ର ପାଖାପାଖି ପେସିଫିକ ପେଲିସେଡ୍ସ ଅଞ୍ଚଳ ମଧ୍ୟରେ ସମସ୍ତ ଭବ୍ୟ ପ୍ରାସାଦ ଠିଆ ହୋଇଛି, ଦ୍ବିପ୍ରହର ସମୟ ଥିଲା , ପବନର ବେଗ ଖୁବ ତୀବ୍ର ଥିଲା, ପାଖାପାଖି ୫୦ ରୁ ୬୦ ଘଂଟାପ୍ରତି ବହୁଥିଲା l

ଲସ ଏଞ୍ଜେଲେସ ରେ ନିଆଁ ଲାଗିବାର ଗୋଟିଏ ବଡ଼ କାରଣ ବିଜୁଳୀ କୁ କୁହାଯାଇଥାଏ, କିନ୍ତୁ ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା ଅନୁସାରେ ସେହିଦିନ କୌଣସି ବିଜୁଳି କିମ୍ବା ଘଡଘଡି ଦେଖିବାକୁ ମିଳିନଥିଲା l ଏହି ନିଆଁ ର ଆରମ୍ଭ ଗୋଟିଏ ଘରରୁ ହୋଇଥିଲା, ଯେଉଁ କାରଣରୁ ତାର ଆଖପାଖ ସମସ୍ତ ଘର ଜଳି ଉଠିଥିଲା, ବାୟୁର ବେଗ ଏତେ ଅଧିକ ଥିଲା ଯେ ନିଆଁ କୁ କାବୁ କରିବା ସମ୍ଭବ ନଥିଲା l ସୂଚନା ଅନୁସାରେ ପ୍ରଥମ ଦିନ ୫୩ ଶହ ଘର ପୋଡି ଭସ୍ମ ହୋଇଯାଇଥିଲା l ଏହି ନିଆଁ ଦ୍ୱାରା ପାଖାପାଖି ୨୩ ହଜାର ୭ଶହ ଥିବା ସମସ୍ତ ଜିନିଷ ଭସ୍ମୀଭୂତ ହୋଇଯାଇଥିଲା l

ଜାନୁଆରୀ ୮ତାରିଖ ଦିନ ପେସିଫିକ ପେଲିସେଡ୍ସ ରୁ ୫୦ ମାଇଲ ଦୂରରେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗିଥିଲା, ଲସ ଆଞ୍ଜେଲାସ ର ପୂର୍ବ ରେ ଇଟର୍ନ ର ପେଷିଦିନା ଓ ଅଲଟ୍ରାଡିନା ଲାଗିଥିବା ଏହି ନିଆଁ ଦ୍ୱାରା ପାଖାପାଖି ୧୪ ହଜାର ଏକର ଭସ୍ମୀଭୂତ ହୋଇଯାଇଛି l ବର୍ତମାନ ପର୍ଯ୍ୟନ୍ତ ୧୬ ଜଣ ମୃତ୍ୟୁ ବରଣ କରି ସାରିଛନ୍ତି l ଏହାପରେ ଏନ୍ଟିଲୋପ ଭ୍ୟାଲି ରେ ନିଆଁ ସନ୍ଧ୍ୟା ସମୟ ରେ ସମୟରେ  ବ୍ୟାପିଥିଲା ଏବଂ ୩୪୮ ଏକର କୁ ଭସ୍ମୀଭୂତ କରିଦେଇଥିଲା l ଏବଂ ଚତୁର୍ଥ ଥର ନିଆଁ କାର୍ଲିଫର୍ନିଆ ର ଉତର ରେ ସେନ ଫର୍ଣ୍ଣଣ୍ଡ ରେ ଲାଗିଥିଲା ପ୍ରାୟ ୮୫୫ ଏକର ଅଂଚଳ ନିଆଁ କବଳରେ ଭସ୍ମୀଭୂତ ହୋଇଥିଲା l ସେନ ଫର୍ନାଣ୍ଡ ପରେ ଅଚାନକ ହିଡ଼ନ ହିଲସ ରେ ନିଆଁ ଲାଗିଥିଲା, ଏବଂ ଏହି ନିଆଁ ମଧ୍ୟ ୯୬୦ ଏକର ଅଂଚଳ କୁ ଭସ୍ମୀଭୂତ କରିଥିଲା l ଷଷ୍ଠ ଥର ନିଆଁ ସୂର୍ଯ୍ୟାସ୍ତ  ସମୟ ରେ ଲସ ଏଞ୍ଜେଲେସ ର ସବୁଠୁ ପ୍ରସିଦ୍ଧ ସ୍ଥାନ ହଲିଉଡ଼ ହିଲସ ରେ ଲାଗିଥିଲା l ଏହା ସେହି ନିଆଁ ଥିଲା ଯାହାକି ପ୍ରଥମଥର ଦୁନିଆକୁ ନିଜ ଆଡକୁ ଆକର୍ଷିତ କରିଥିଲା l  ଏହା ପୂର୍ବରୁ ଦୁନିଆ ଜାଣିପାରି ନଥିଲା l

ଏହି ନିଆଁ କବଳରେ ହଲିଉଡ଼ ର ବଡ଼ବଡ଼ କଳାକାର ଙ୍କର ବଡ଼ବଡ଼ ପ୍ରାସାଦ ନିଆଁ ରେ ଭସ୍ମୀଭୂତ ହୋଇଯାଇ ଥିଲା l ହଲିଉଡ଼ କଳାକାର ଲସ ଏଞ୍ଜେଲେସ ଛାଡି ପଳାଇଥିଲେ l ହଲିଉଡ଼ କଳାକାର ଙ୍କର ଘର ପାହାଡ଼ ଉପରେ ହୋଇଥିବା କାରଣରୁ ଏହାକୁ ହଲିଉଡ଼ ହିଲସ କୁହାଯାଏ , ଏହା ପାର୍ବତ୍ୟ ଅଂଚଳ ହୋଇଥିବା କାରଣରୁ ଏଠାରେ ପବନ ର ବେଗ ଅଧିକ ଥାଏ l

ସପ୍ତମ ଥର ନିଆଁ ଲସ ଅନେଲସ ର ଉତର ଦିଗରେ ସେନ ଫର୍ଣ୍ଣଣ୍ଡ ନିକଟସ୍ଥ ହସ୍ତ ଅଂଚଳରେ ଲାଗିଥିଲା, ଏହି ନିଆଁ ରେ ୭୯୯ ଏକର ଭସ୍ମୀଭୂତ ହୋଇଥିଲା l କାଲିଫର୍ନିଆ ର ପଡୋଶୀ ଦେଶ ମେକ୍ସିକୋ ମଧ୍ୟ ମଧ୍ୟ ଏହି ନିଆଁ ଲିଭାଇବା ପାଇଁ ସାହାଯ୍ୟ ର ହାତ ବଢ଼ିଛି l

Leave A Reply