କୁଆଖିଆ ୦୧/୦୧: ରସୁଲପୁର ବ୍ଲକ ଅନ୍ତର୍ଗତ ଚଣ୍ଡିପୁର ସ୍କୁଲ ପରିସରରେ ଯୁବ ଜ୍ୟୋତି ପକ୍ଷରୁ ନବବର୍ଷ ଅବସରରେ କବିତାପାଠ ଓ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ସଂସଦର ସଭାପତି ହାଡିବନ୍ଧୁ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ଯୁଗଜ୍ୟୋତିର ପ୍ରତିଷ୍ଠାତା ଯୋଗାଚାର୍ଯ୍ୟ ବିଜୟ କୁମାର ଦାସ ଆନୁଷ୍ଠାନିକ ଭାବେ ଏହାକୁ ଉଦôଘାଟନ କରିଥିଲେ । କବି ନିର୍ମଳ ଗିରି ଓ ପ୍ରଦୀପ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉସôବରେ ସମିକ୍ଷକ ଭାବେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରଥ କବିତା ଗୁଡିକର ସମୀକ୍ଷା କରିଥିଲେ ।
ସମ୍ପାଦକ କାଳନ୍ଦୀ ଚରଣ କଣ୍ଠ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ଅତିଥି ଭାବେ ସମାଜ ସେବି ପ୍ରହଲ୍ଲାଦ ପଣ୍ଡା,କବି ପାଣ୍ଡବ ଚରଣ ଦାସ ଯୋଗ ଦେଇ ସାହିତ୍ୟର ବିବିଧ ଦିଗ ଉପରେ ଆଲୋଚନା କରିଥିଲେ । କବି ରୂପାଲି ସମ୍ପାଦକ ପ୍ରହଲ୍ଲାଦ ପଣ୍ଡା,ବୃନ୍ଦାବନ ଶତପଥୀ,ଭୁବନ ମୋହନ ମହାନ୍ତି,ମଧୁସୁଦନ ମହାପାତ୍ର,ଉପସଭାପତି ଚନ୍ଦ୍ରମଣି ପାତ୍ର,କୈଳାଶ ଚନ୍ଦ୍ର ରାଉତ,ଗାୟକ ବୃନ୍ଦାବନ ପଣ୍ଡା,ନାରାୟଣ କର,ଜଗନ୍ନାଥ ସେଠି, ନରୋତମ ସାହୁ, ବଟ କୃଷ୍ଣ ସାହୁ ପ୍ରମୁଖ ବହୁ କବି କବିତା ପାଠ କରିଥିଲେ ।
ପଣ୍ଡିତ ଅଭୟ ତ୍ରିପାଠୀ ପବିତ୍ର ବେଦ ପାଠ କରିଥିଲେ । ଶେଷରେ ଶିକ୍ଷକ ବୈଦ୍ୟନ୍ଦ୍ରନାଥ ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ । ଏଥିରେ ସଭ୍ୟ ପଦ୍ମନାଭ ବାଭି ସମ୍ପାଦକ କାଳନ୍ଦି କଣ୍ଠ କଳ୍ପତରୁ ପଣ୍ଡା ,କୁଳମଣି ନାୟକ,ଲକ୍ଷ୍ମୀଧର ପତି,ବାଇଧର ସ୍ୱାଇଁ,ଭବନିକିଙ୍କର ସାହୁ ପ୍ରମୁଖ ସହଯୋଗ କରିଥିଲେ ।