Odisha news

ନିଆଁ ଲାଗି ଜଳିଗଲା ୨୦ ଭରଣର ଧାନଗଦା

0
ବୁଗୁଡା ୦୧/୦୧ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଚିଲିଖମା ଗ୍ରାମର ଦୁଇ ଜଣ ଚାଷୀଙ୍କ ୨୮ ଭରଣ ଜମିର ୫ ଟି ଧାନଗଦା ଓ ଜଣେ ଚାଷୀଙ୍କ ଏକ ପାଳଗଦାରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।ସମସ୍ତ ଚାଷୀଙ୍କ ଚିଲିଖମା ହୋଇଥିବା ବେଳେ ରାଜେନ୍ଦ୍ର ପ୍ରଧାନ ଙ୍କ ଖଳାରେ ନିଆଁ ଲାଗି ୨୦ ଭରଣ ଜମିର ଧାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ ଆଲୋକ ପ୍ରଧାନଙ୍କ ୮ ଭରଣ ଜମିର ଧାନଗଦା ପୋଡି ପାଉଁଶ ହୋଇଯାଇଛି l
ସେହିପରି ଗୋପାଳ ପ୍ରଧାନଙ୍କ ଏକ ପାଳଗଦା ମଧ୍ୟ ପୋଡି ଯାଇଛି। ବୁଗୁଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରାଯାଉଥିବା ବେଳେ ରାତ୍ର ପ୍ରାୟ ସାଢ଼େ ଗୋଟାଏ ସମୟରେ ନିଆଁ ଲାଗି ରାଜେନ୍ଦ୍ରଙ୍କ ୨୦ ଭରଣ ଜମିର ଧାନଗଦାର ପ୍ରାୟ ୬୦ ରୁ ୭୦ ବସ୍ତା ଧାନ ଆଦାୟ ହେବ ବୋଲି ଆଶ କରାଯାଉଥିବା ବେଳେ ସବୁ ପୋଡିଯାଇଛି।
  ଯାହା ଫଳରେ ରାଜେନ୍ଦ୍ରଙ୍କ ସାରା ବର୍ଷର ଖାଦ୍ୟ ପୋଡି ଯାଇଥିବା ବେଳେ ସେ କିପରି ଚାଲିବେ ଓ ଗାଈ ଗୋରୁଙ୍କୁ କିପରି ଖାଦ୍ୟ ଦେବେ ସେହି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି  ଆଲୋକଙ୍କ ମଧ୍ୟ ସମସ୍ତ ଧାନ ପୋଡି ଯାଇଥିବା ଜଣାପଡିଛି। ଗୋପାଳଙ୍କ ପାଳଗଦା ପୋଡି ଯାଇଥିବା ଯୋଗୀ ବଳଦଙ୍କ ସାରା ବର୍ଷର ଖାଦ୍ୟ ପଡିଯାଇଛି। ଧାନଗଦା ପୋଡିଯାଇଥିବା ଦୁଇ ଜଣ ଗରିବ ଚାଷୀ ହୋଇଥିବା ବେଳେ ରାଜେନ୍ଦ୍ର ପ୍ରଧାନଙ୍କ ସମସ୍ତ ଜମିର ଧାନ ଫସଲ ପୋଡି ଯାଇଥିବା ବେଳେ ବିନା ସରକାରୀ ସାହାଯ୍ୟରେ ସେ ବଞ୍ଚି ପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।
Nalco
Leave A Reply