କୁଆଖିଆ,୨୯/୧୨(ସବୁ୍ୟ)ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପ୍ରାଥମିକ କୃଷି ସେବା ସମବାୟ ସମିତିପକ୍ଷରୁ ଆଜି ଠାରୁ ଧାନ ମଣ୍ଡି ଖୋଲାଯାଇ ୧୦୦୦ କୁ୍ୟଂଟାଲ ଧାନ କ୍ରୟ କରାଯିବା ପାଇଁ ଳକ୍ଷ ଧାର୍ଯ୍ୟ ରଖାଯାଇଛି । ଏଥି ପାଇଁ ଚାଷୀ ସେମାନଙ୍କର ନାମ ପଂଜୀ କରଣ କରିଛନ୍ତି । କୁ୍ୟଟାଲ ପିଛା ସରକାରୀ ଦରରେ ଆରଏମସି ସହାୟତାରେ ଚଣ୍ଡିଖୋଲର ଚଣ୍ଡି ମିଲକୁ ଏହି ଧାନ କ୍ରୟ କରାଯାଇ ଦିଆଯିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ବିକାଶ ଚନ୍ଦ୍ର ମିଶ୍ର ଅନ୍ୟତମ ଅତିଥି ତଥା ଉଦଘାଟକ ଭାବେ ପ୍ରଶାସନିକ ଅଧିକାରୀ ମନୋରଂଜନ ସାହୁ ଯୋଗ ଦେଇଥିଲେ ।
ସମ୍ପାଦକ ସଂଜିବ କୁମାର ସାହୁ ଧାନ କିଣା ଧାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ସଭ୍ୟ ମାନଙ୍କୁ ସଚେତନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଧାନ କ୍ରୟ କମିଟି ସଭ୍ୟ ପୂର୍ବତନ ସଭାପତି ପ୍ରହଲ୍ଲାଦ ପଣ୍ଡା ,ନନ୍ଦ କିଶୋର ମଲ୍ଲିକ ,କିର୍ତନ ବିହାରି ସାହୁ ଆରଏମସିର କର୍ମକର୍ତା ,ଭିଏଲ ଡବ୍ଲୁ ଯୋଗ ଦେଇଥିଲେ । ସମିତିର ମେଘନାଦ ସାହୁ ଲକ୍ଷ୍ମୀଧର ମହାରଣା ସୌମ୍ୟରଂଜନ ସାହୁ ଚାଷୀ ମହେଶ୍ୱର କଣ୍ଠ,ପୂର୍ଣ୍ଣଚନ୍ଦ୍ର ସାହୁ,ଅଶୋକ ସ୍ୱାଇଁ,ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।