Odisha news

ଆଖଣ୍ଡଳମଣୀ ମନ୍ଦିରର ତୃତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ରୁଦ୍ର ମହାଯଜ୍ଞ

0

କୁଆଖିଆ-୨୯/୧୨ : ରସୁଲପୁର ବ୍ଲକ ଗନ୍ଧଣ ପଂଚାୟତ ମସୁରପୁର ଠାରେ ବିରାଜ ମାନ କରିଥିବା ମହାପ୍ରଭୁ ଶ୍ରୀ ଆଖଣ୍ଡଳମଣୀଙ୍କର ୩ ୟ ବାର୍ଷିର୍କ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ସାମାଜିକ ଦୁରତାରେ ୨୭ ତାରିଖରୁ ଆରମ୍ଭ ହୋଇଛି । ୩ ଦିନ ଧରି ଏହି ଯଜେ୍ଞାତ୍ସବ ସ୍ଥଳରେ ଆଖପାଖ ଗ୍ରାମର ବହୁ ଭକ୍ତ ଯୋଗ ଦେଉଛନ୍ତି । ରବିବାର ଦିନ ମଣ୍ଡଳାଦି କରଣ ଓ ସଦ୍ୟ ଅଙ୍କୁରା ରୋପଣ ପରେ ଖରସ୍ରୋତା ପାଟିଆ ନଦୀରୁ କଳସ ଯାତ୍ରା ,ବିଗ୍ରହ ମହାସ୍ନାନ ,ଉପଚାର ପୂଜା କରାଯାଇଥିଲା ।

ଏହା ପରେ ଯଜ୍ଞାଗ୍ନୀ ସ୍ଥାପନ ସହିତ ସଂଧ୍ୟାରେ ସେବକ ଙ୍କ ଦ୍ୱାରା ଯଜ୍ଞ ହୋଇଥିଲା । ସୋମବାର ଓ ମଙ୍ଗଳବାର ପ୍ରାତଃ ସମୟରେ ସୂର୍ଯ୍ୟ ପୁଜା ଗୋ ପୁଜା ,ଗିତାପାଠ ଶିବଙ୍କ ମହାଭିଷେକ କରାଯାଇଥିଲା । ଏହି ଯଜ୍ଞ କାର୍ଯ୍ୟକୁ ପଣ୍ଡିତ ଆଲୋକ ପଣ୍ଡା,ରାଜିବ ଲୋଚନ ପଣ୍ଡା ଏବଂ ସାଥୀ ଙ୍କ ଦ୍ୱାରା ସଂମ୍ପାଦିତ ହୋଉଅଛି । କର୍ତା ଅନନ୍ତ ପୁହାଣ , କର୍ତି ଅନିତା ପୁହାଣ ପୂଜାବିଧି ସମ୍ପାଦନ କରିଥିଲେ । ଏଥିରେ ସମସ୍ତ ମସୁରପୁର ଗ୍ରାମବାସୀ ଯଜ୍ଞ କାର୍ଯ୍ୟରେ ସହଯୋଗ କରୁଛନ୍ତି ।

Leave A Reply