କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ସୁଆଁସାହି ଅଂଚଳର ଜନୈକା ଯୁବତୀଙ୍କ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ ହୋଇଛନ୍ତି । ପ୍ରକାଶଯେସୁଆଁସାହି ଅଂଚଳର ଜନୈକା ଯୁବତୀ ଙ୍କୁ ଫୋନ ମାଧ୍ୟମରେ ଫସାଇ ଭଦ୍ରକ ଜିଲ୍ଲା ବାଁସଡା ଥାନା ଗୋପିନାଥପୁର ଗ୍ରାମର ସୁରେନ୍ଦ୍ର ମହାରାଜାଙ୍କ ପୁଅ ସୁଶାନ୍ତ ମହାରାଜ (୨୩) ସମ୍ପର୍କ ବଢାଇଥିଲା । ଗତ କିଛିମାସ ହେବ ସେହି ଯୁବତୀ ଙ୍କୁ ବିଭିନ୍ନ ସମୟରେ ଫୋନ କରି ସୁଯୋଗ ଦେଖି ତାଙ୍କର ଫଟୋ ଉଠାଇନେଇ ରଖିଥିଲା ।
ଏକଥା କାହାକୁ ନକହିବା ପାଇଁ କହି ଧମକ ଚମକ ଦେଉଥିଲା । ଗତ କିଛି ଦିନ ତଳେ ଏହାକୁ ସୁଶାନ୍ତ ମହାରାଜ ଫେସବୁକ ହ୍ୱାଟ୍ସଅଫ ରେ ଭାଇରାଲ କରିଥିଲା । ଯୁବତୀଙ୍କ ପରିବାର ଏହାକୁ ୫ ତାରିଖରେ ଦେଖି କୁଆଖିଆ ପୁଲିସରେ ଅଭିଯୋଗକରିଥିଲେ । କୁଆଖିଆ ଥାନା ପକ୍ଷରୁ କେସ ନଂ ୨୧୬/୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଆଜି ଅଭିଯୁକ୍ତ ସୁଶାନ୍ତ ମହାରାଜ କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ପୁଲିସ ପକ୍ଷରୁ ତଦନ୍ତଜାରି ରହିଛି ।