କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ଜଣେ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ଜଣା ପଡିଛି । ଜିଲ୍ଲାର ଅଳି ଅଂଚଳରୁ ୪୯ ବର୍ଷୀୟ ଏହି ସଂକ୍ରମିତ କରୋନା ଓ ନିମୋନିଆରେ ଆକ୍ରାନ୍ତ ହୋଇ କଟକର କୋଭିଡ ହସପିଟାଲରେ ଚିକିସôିତ ହେଉଥିବା ବେଳେ ମୃତୁ୍ୟ ବରଣ କରିଥିବା ସୂଚନା ଦେଇଛନ୍ତି । ଜିଲ୍ଲାର ଆଳି ଅଂଚଳର ଏହି ବ୍ୟକ୍ତି ଜୁନ୍ ମାସରେ ଦିଲ୍ଲୀରୁ ଫେରି କ୍ୱାରେନ୍ଟାଇନରେ ରହିଥିଲେ ।
ସ୍ୱାବ୍ ପରୀକ୍ଷା ପରେ ତାଙ୍କ ଠାରେ ଭୂତାଣୁ ସଂକ୍ରମଣ ହୋଇଥିବା ଜଣା ପଡିବାରୁ ତାଙ୍କୁ ଛତାସ୍ଥିତ କୋଭିଡ ହସପିଟାଲରେ ଭେଣ୍ଟିଲେଟର ରେ ରଖାଯାଇ ଚିକିତ୍ସ୍ୟା କରା ଯାଉଥିଲା । ମଧୁମେୟ ଟାଇପି-୨ ଥିବା ଏହି ବ୍ୟକ୍ତି ଜଣକ କୋଭିଡ-୧୯ ସଂକ୍ରମଣରେ ଗତକାଲି ମୃତୁ୍ୟ ବରଣ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
