Odisha news

ରାସନରୁ ବଂଚିତ ଓ ଘାଇ ଯୋଗୁ କ୍ଷତି ଗ୍ରସ୍ତ ବିଭୁତିକୁ ସହାୟତା ଦେବାକୁ ଦାବି

0

କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ଦେଇ ବହି ଯାଇଥିବା ବ୍ରାହ୍ମଣୀ  ନଦୀରେ  ବନ୍ୟା ଆସି  ଘାଇ କରିବା ଫଳରେ ପ୍ରଥମା ଖଣ୍ଡ ପଂଚାୟତ ଚକଗୋପାଳପୁର ଉଆଡ ୫ର ଅଧିବାସୀ ବିଭୁତି ଦାସଙ୍କର  ପ୍ରଭୁତ କ୍ଷତି ହୋଇଛି । ସେ ଜଣେ  ଗରିବ ଦିନ ମଜୁରିଆ ଓ ବୁଣାକାର କାମ କରି ପେଟ ପୋଷନ୍ତି । ଗୋପାଳପୁର ଠାରେ ଘାଇ ହେବା ଫଳରେ ତାଙ୍କ ଘର ଭାଙ୍ଗି ଯାଇଛି । ତାକୁ ଏଯାଏ ପାଲ ମିଳିନାହିଁ କି ଘରଭଙ୍ଗା ସହାୟତା ପାଇନାହିଁ । ରାସନ ସାମଗ୍ରୀ ସେ ଓ ତାର ସ୍ତ୍ରୀ ଅପରାଜିତା ଦାସ (୫)ବର୍ଷର ପୁଅ ପାଉଥିଲେ । ମାତ୍ରଏବେ ତିନି ମାସ ହେବ ଆଧାର ଲିଙ୍କ ଆଳରେ ତାଙ୍କର ରାସନ ସାମଗ୍ରୀ କାଟି ଦିଆ ଯାଇଛି ।

ତିନି ମାସ ହେବ ଚାଉଳ ଗହମ ପାଉ ନଥିବାରୁ ସେ ଏବେ ଅସୁଭିଧାରେ ଅଛନ୍ତି । ଏହା ଛଡା  ଘରେ ପାଣି ପଶି ତାଙ୍କର ବହୁ  କ୍ଷତି ହୋଇଛି ।  ତାଙ୍କ ଘରେ ଥିବା ଟସର ଲୁଗା କୋଷା ଓ ଅନ୍ୟାନ୍ୟ ସୁତାଦି ସାମଗ୍ରୀ ରେ ପାଣି ପଶି ନଷ୍ଟ କରିଦେଇଛି ।  ଏସବୁ ବନ୍ୟା କ୍ଷତିଗ୍ରସ୍ଥ କ୍ଷେତ୍ରକୁ  ରସୁଲପୁର ବ୍ଲକ ପ୍ରଶାସନ ,ଗ୍ରସ୍ଥ କରି ପରିସ୍ଥିତିର ଅନୁଧ୍ୟାନ କରି ଲୋକଙ୍କ ଥଇଥାନ ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେଇଥିବା ବେଳେ ଅପରାଜିତା ବିଭୁତି ରାସନ ବଂଚିତ ହୋଇଥିବାରୁ ତାଙ୍କୁ ରାସନ ଯୋଗାଇ ଦେବାକୁ ଦାବି ହୋଇଛି । ସେହି ଗ୍ରାମର  ବେଣୁଧର ଦାସ ଓ ଚଂଚଳାଦାସ ଅନୁରୁପ ଭାବରେ ରାସନ ସାମଗ୍ରୀରୁ ବର୍ଷବର୍ଷ ଧରି ବଂଚିତ ହୋଇଛନ୍ତି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply